ଅକ୍ଟୋବରରେ ଏମିତି କଣ' କରିବ କି ବିଜେପି, ଯେଉଁଥିପାଇଁ ୱାର୍ମ ଅଫ ?

nabin pattnaik

ରାଜ୍ୟ ରାଜନୀତିରେ ଏବେ ସାଇଲେଣ୍ଟ ଯୁଗ । ନ ବିଜେଡି କରୁଛି କିଛି ନାଁ ବିଜେପି କହୁଛି କିଛି । ଯିଏ ଯାହାର ଭିତିରି ପ୍ଲାନ କରୁଛନ୍ତି । ବିଜେପି କହୁଛି ଏବେ ୱାର୍ମ ଅପ ଚାଲିଛି । ସେପଟେ ବିଜେଡି ତାର ବୈଠକ ତାରିଖ ଘୁଞ୍ଚାଇ ଚାଲିଛି । ରାଜ୍ୟ ରାଜନୀତିରେ ଏବେ ସାଇଲେଣ୍ଟ ଯୁଗ ।  କେହି କାହା ବିରୋଧରେ କିଛି କହୁ ନାହାଁନ୍ତି କି କୌଣସି ପ୍ରକାର ରାଜନୈତିକ କାର୍ଯ୍ୟକଳାପ ନାହିଁ । ଲାଗୁଛି ସେତେ ଯେମିତି ଝଡ଼ ପୂର୍ବର ନିରବତା। ସିବିଆଇ ଏବଂ ଇଡି ଅନ୍ୟ ରାଜ୍ୟ ଗୁଡିକରେ ସକ୍ରିୟ ହେଉଥିବା ବେଳେ ଓଡ଼ିଶାରେ ସେହି ପରିସ୍ଥିତି ନାହିଁ । 

ସେପଟେ ବିଜେପି କହିଛି ବର୍ତ୍ତମାନ ୱାର୍ମ ଅଫ ଚାଲିଛି । ଅକ୍ଟୋବରରେ ଆରମ୍ଭ ହେବ କାର୍ଯ୍ୟକ୍ରମ । ଅକ୍ଟୋବର ପରେ ଦଳ ଆକ୍ରମଣାତ୍ମକ ପନ୍ଥା ଗ୍ରହଣ କରିପାରେ । ସରକାରୀ ଦଳକୁ ଘେରିବା ପାଇଁ ଦଳ ଜୋରଦାର ଉଦ୍ୟମ କରିବ । ରାଜ୍ୟରେ ବନ୍ୟା ପରିଚାଳନା ଏବଂ ଘର ଭଙ୍ଗା ନେଇ ବିରୋଧୀ ସରକାରଙ୍କୁ ଅଡୁଆରେ ପକାଇଥିଲା । ସେପଟେ ବନ୍ୟା ଯୋଗୁଁ ବିଜେପି ପ୍ରଭାରୀ ସୁନୀଲ ବଂଶଲଙ୍କ ରାଜ୍ୟ ପଦାଧିକାରୀଙ୍କ ସହ ଥିବା ବୈଠକ ରଦ୍ଧ ହୋଇଥିଲା । ତେବେ ଖୁବ ଶୀଘ୍ର ଦଳର କର୍ଯ୍ୟକର୍ତାଙ୍କ ସହ ବସି ସେଇ କିଛି ରଣନୀତି ପ୍ରସ୍ତୁତ କରିପାରନ୍ତି । ସେପଟେ ବିଜେଡି ମଧ୍ୟ ତାର ଦଳୀୟ ବୈଠକ ବାରମ୍ବାର ଘୁଞ୍ଚାଇ ଚାଲିଛି । ଏହାକୁ ନେଇ ଦଳ ଭିତରେ କଳ୍ପନା ଜଳ୍ପନା ପ୍ରକାଶ ପାଇଲାଣି । ନେତା ଆଉ କର୍ମୀଙ୍କ ମଧ୍ୟରେ ଆଲୋଚନା ଜୋର ହେଲାଣି । 

କଂଗ୍ରେସ କହିଛି ବର୍ତ୍ତମାନ ବିଭିନ୍ନ ରାଜ୍ୟର ଅବସ୍ଥା ଦେଖି ନବୀନ ପୁରା ଡରି ଯାଇଛନ୍ତି । ଯଦି ନବୀନ ଟିକେ ଏପଟ ସେପଟେ କରିବେ ତାଙ୍କର ୩୨ଜଣ ବିଧାୟକ ସିଧା ଜେଲ ପଳାଇବେ । ଇଡି ଜାଣିଛି ବିଜେଡି ଟଙ୍କା କାହା ଘରେ ଅଛି । କୋଲକାତା ଭଳି ଓଡ଼ିଶାର ସ୍ଥିତି ହେବ ବୋଲି କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ଚେତାଇ ଦେଇଛନ୍ତି । ସେପଟେ ବିଜେଡି କହିଛି ଆମ ସହିତ ଲୋକ ଶକ୍ତି ଅଛି । ତେବେ ଦେଖିବାକୁ ବାକିରହିଲା ରାଜ୍ୟ ଆଗାମୀ ଦିନରେ ରାଜନୀତି କେଉଁ ମୋଡ ନେଉଛି । ବିଜେଡି ଓ ବିଜେପି ଏକ ହେଉଛନ୍ତି କି ? ଯଦି ଏହା ହୁଏ ତେବେ କଣ କଂଗ୍ରେସ ଫାଇଦା ନେବ ନା ଆଉ କିଏ ସୃଷ୍ଟି ହେବ ।

Share this story