୨୦୨୪ ରେ ରାଉରକେଲାରୁ ପ୍ରାର୍ଥୀ ହେବେ ଦିଲ୍ଲୀପ ? ବିଜେପି ନା ବିଜେଡି ?

dillip ray

ନିର୍ବାଚନ ରାଜନୀତିକୁ ଫେରିବେ ଦିଲ୍ଲୀପ । ୨୦୨୪ରେ ସେ ପ୍ରାର୍ଥୀ ହେବେ । ଆଉ ତାଙ୍କର ପ୍ରିୟ ନିର୍ବାଚନମଣ୍ଡଳୀ ରାଉରକେଲାରୁ ସେ ପ୍ରାର୍ଥୀ ହେବେ ବୋଲି ସୂଚନା ମିଳିଲାଣି । ତାଙ୍କ ଅତି ନିକଟତର ଲୋକ ଏକଥା ନୂଆବର୍ଷ ବନ୍ଧୁ ମିଳନରେ କହିଦେଇଛନ୍ତି । ଦିଲ୍ଲିପ ବାବୁ ପ୍ରତ୍ୟେକ୍ଷ ନିର୍ବାଚନକୁ ପୁଣି ଫେରିବେ । ଦିଲ୍ଲୀପ ପ୍ରାର୍ଥୀ ହେଲେ, ସେ କଣ୍ଟା କାହାପାଇଁ ହେବେ, ଏହା ଏବେ ବଡ଼ ପ୍ରଶ୍ନ ।

ବିଜେପି ତାଙ୍କୁ କୋଳେଇ ନେଲେ ବିଜେଡି ପାଇଁ କଣ୍ଟା ହେବେ ନା ବିଜେଡିର ସାରଦା ପ୍ରସାଦ ନାୟକଙ୍କୁ ହଟାଇ ସେ ସେଠି ବିଜେପି ପାଇଁ କଣ୍ଟା ହେବେ । ଯାହାବି ହେଉ ରାଉରକେଲା ରାଜନୀତି ଏବେ ଗୋଳମାଳିଆ ହେଲାଣି । କାରଣ ଦିଲ୍ଲୀପ ରାୟ ଯେତେଥର ବି ନିର୍ବାଚନ ଲଢିଛନ୍ତି, ଜିତିଛନ୍ତି । ତେଣୁ ଏଥର ସେ ପୁଣି ଥରେ ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା ରାଉରକେଲା ରାଜନୀତିକୁ ଆହୁରି ସରଗରମ କରିଦେଇଛି ।

ଦିଲ୍ଲୀପ ରାୟ ବହୁ ବାର ବିଧାୟକ, ସାଂସଦ, ରାଜ୍ୟରେ ମନ୍ତ୍ରୀ ଓ କେନ୍ଦ୍ରରେ ମନ୍ତ୍ରୀ ରହିସାରିଛନ୍ତି । ରାଜନୀତିରେ ସେ ଯେତିକି ଜଣା, ହୋଟେଲ ବ୍ୟବସାୟୀରେ ତାଠୁ ଅଧିକ ଜଣା । ୨୦୧୯ ନିର୍ବାଚନ ପରେ ସେ ରାଜନୀତିରୁ ଏକପ୍ରକାର ଦୂରେଇ ଯାଇଥିଲେ । ବିଜେପିରୁ ଇସ୍ତଫା ଦେବା ପରେ ସେ ନବୀନ ନିବାସ ଯାଇଥିଲେ, ହେଲେ ବିଜେଡିରେ ମିଶିଲେନି । ଏବେ ସେ କୌଣସି ଦଳରେ ନାହାନ୍ତି । ସେଥିପାଇଁ ତାଙ୍କ ଗୋଟି ସେ ଚଳାଇବେ । ରାଉରେକଲା ରାଜନୀତିକୁ ଦେଖିଲେ, ସେଠି ଦିଲ୍ଲୀପ ତାଙ୍କ ଦବଦବା ରଖିଛନ୍ତି । ୨୦୧୯ରେ ସାରଦା ନାୟକ ଦିଲ୍ଲୀପଙ୍କ ସମର୍ଥନ ପାଇଥିଲେ ବୋଲି ଜିତିଥିଲେ ବୋଲି ଦିଲ୍ଲୀପଙ୍କ ସମର୍ଥକ ମାନେ କୁହନ୍ତି । ଏବେ ସେ ନିର୍ବାଚନ ମୈଦାନକୁ ଓହ୍ଲାଇଲେଣି । ସାରଦାଙ୍କ ଉପରେ ଏହା ଭାରି ପଡ଼ିପାରେ ବୋଲି ଚର୍ଚ୍ଚା ହେଲାଣି । କାରଣ ସାରଦାଙ୍କ ଅନେକ ସମର୍ଥକ ଦିଲ୍ଲୀପଙ୍କ ଗୋଷ୍ଠୀରେ ମିଶିଗଲେଣି ।

ଦିଲ୍ଲୀପ ପ୍ରତ୍ୟେକ୍ଷ ନିର୍ବାଚନକୁ ଆସିବା କଥା ପୌର ନିର୍ବାଚନ ସମୟରୁ ମିଳିସାରିଛି । ପୌର ନିର୍ବାଚନ ସମୟରୁ ଦିଲ୍ଲୀପ ରାୟ ତାଙ୍କ କ୍ଷେତ୍ର ପ୍ରସ୍ତୁତ କଲେଣି । ସବୁ ଅଞ୍ଚଳରେ ତାଙ୍କ ସମର୍ଥକ ଏବେ ସକ୍ରିୟ ହେଲେଣି । ତାଙ୍କ ସମର୍ଥକଙ୍କୁ ଏକାଠି ଏକାଧିକ ବୈଠକ ମଧ୍ୟ କଲେଣି । ତେଣୁ ଦିଲ୍ଲୀପ କେଉଁ ଦଳରୁ ପ୍ରାର୍ଥୀ ହେଲେ କାହାପାଇଁ କଣ୍ଟା ହେବେ, ତାହା ସମୟ କହିବ ।

Share this story