ବଦଳିବ ରାଉରକେଲା ସମୀକରଣ : ଶାରଦାଙ୍କୁ ଥଇଥାନ, ଦିଲ୍ଲୀପଙ୍କୁ ଟିକେଟ !

dilip ray

ବବି-ଦିଲ୍ଲୀପଙ୍କ ଆଲୋଚନା । ଚାଲିଛି ବାର୍ଗେନିଂ । ବାହାନା ହେଉଛି ହକି ୱାର୍ଲ୍ଡକପ୍ ନିମନ୍ତ୍ରଣ । କିନ୍ତୁ ପଛରେ ଅଛି ଦିଲ୍ଲୀପଙ୍କୁ ବିଜେଡିକୁ ଟାଣିବା । ଦିଲ୍ଲୀପ ବି କାଳେ ଗୋଡ଼ ଟେକି ବସିଛନ୍ତି । ଯଦି ମୂଲଚାଲ ଠିକ୍ ହେଲା, ସେ ବିଜେଡିକୁ ଆସିବେ । ବିଜେପିକୁ ପାନେ ଦେବେ । ଖାଲି ରାଉରକେଲା ନୁହେଁ, ପଶ୍ଚିମ ଓଡ଼ିଶାରେ ଦିଲ୍ଲୀପ ବିଜେଡି ପାଇଁ ବେଭାରୀ ହେବେ । ଏହାକୁ ନେଇ ଏବେ ରାଜନୈତିକ ମହଲରେ ଖୁବ୍ ଚର୍ଚ୍ଚା । ଦିଲ୍ଲୀପ ୨୦୧୯ ନିର୍ବାଚନ ପୂର୍ବରୁ ବିଜେପି ଛାଡ଼ିଥିଲେ । ବିଜେପି ଛାଡ଼ିବା ପରେ ପରେ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ ମଧ୍ୟ ବିଜେଡିକୁ ଯାଇନଥିଲେ ।

ଏବେ ପଶ୍ଚିମ ଓଡ଼ିଶାରେ ବିଜେଡିର ନେତା ସଙ୍କଟ ଦେଖାଦେଲାଣି । ନବ ବି ମନମାନୀ କଲେଣି । ଆଉ ନବଙ୍କୁ ଚାପିବା ପାଇଁ ଦିଲ୍ଲୀପଙ୍କ ଭଳି ଦକ୍ଷ ନେତା ଦରକାର । ଆଉ ଏଥିପାଇଁ ମୂଲଚାଲ କରିବା ପାଇଁ କବି କାଳେ ଯାଇ ରାଉରକେଲାରେ ପହଞ୍ଚିଛନ୍ତି । ଯାହା ଚର୍ଚ୍ଚା ହେଉଛି ଦିଲ୍ଲୀପ ବଡ଼ ଦାବି ରଖିଛନ୍ତି । ବିଜେଡିରେ ଯଦି ମିଶିବେ, ତେବେ ରାଉରକେଲା ବିଧାୟକ ଟିକେଟ ସହ ଗୋଟିଏ ବଡ଼ ମନ୍ତ୍ରୀ ପଦ ବି ନେବେ । ସେଟା ଉପମୁଖ୍ୟମନ୍ତ୍ରୀ ପଦ ବି ହୋଇପାରେ । ଯଦି ସେଟା ନ ହେବ, ତାହେଲେ ରାଜ୍ୟସଭାକୁ ସାଂସଦ ଭାବେ ପଠାଇବେ । ଏମିତି କିଛି ସର୍ତ୍ତ ଭିତରେ ଚାଲିଛି ବର୍ତ୍ତମାନ ଆଲୋଚନା । ଯଦି ଏହି ମୂଲଚାଲ ଯଦି ଚାଲେ, ତେବେ ଦିଲ୍ଲୀପଙ୍କ ସର୍ତ୍ତ ବିଜେଡି ମାନିବ ତ? ନା ବିଜେଡି ବି କିଛି ସର୍ତ୍ତ ରଖିବ? ତାହାକୁ ନେଇ ଚଳଚଞ୍ଚଳ ବିଜେଡି ଶିବିର ।

ଅନ୍ୟପକ୍ଷରେ ବିଜେଡି ପକ୍ଷରୁ ଯାହା ସୂଚନା ମିଳିଛି, ବବି ଯାଇଥିଲେ ଦିଲ୍ଲୀପଙ୍କୁ ହକି ବିଶ୍ୱକପ୍ ଦେଖିବାକୁ ନିମନ୍ତ୍ରଣ କରିବାପାଇଁ । ଏଠି କଥା ହେଉଛି, ହକି ୱାର୍ଲ୍ଡ କପ୍ ରାଉରକେଲାରେ ହେଉଛି । ଦିଲ୍ଲୀପଙ୍କୁ କେହି ବି ନିମନ୍ତ୍ରଣ କରିପାରିଥାନ୍ତେ । ହେଲେ ଏହି ନିମନ୍ତ୍ରଣ କାହିଁକି? ଏ ନିମନ୍ତ୍ରଣ ହକି ଖେଳ ଦେଖିବା ପାଇଁ ନା ନିମନ୍ତ୍ରଣ ବିଜେଡିକୁ ଆସିବା ପାଇଁ? ତାର ଚିତ୍ର ଖୁବଶୀଘ୍ର ସ୍ପଷ୍ଟ ହୋଇଯିବ ।

Share this story