ଓଡ଼ିଆ ପୁଅଙ୍କ ଓଡ଼ିଆ ଭାଷା ପ୍ରତି ଘୃଣା, କାହିଁକି ଏମିତି କହିଲେ ଧର୍ମେନ୍ଦ୍ର ?
ଓଡ଼ିଆରେ କହିବିନି କି ଅଡୁଆରେ ପଡ଼ିବିନି ! ସଂସଦରେ ଏମିତି କାହିଁକି କହିଲେ ଓଡ଼ିଆ ପୁଅ ତଥା କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ? ଓଡ଼ିଆ ହୋଇ ଓଡ଼ିଆରେ କହିଲେ ଏମିତି କି ବିବାଦରେ ଫସିଥାନ୍ତେ ଯେ ସେ । ଧର୍ମେନ୍ଦ୍ରଙ୍କ ମୁହଁରୁ ଏଭଳି କଥା ଶୁଣି ସଂସଦରେ ହାସ୍ୟଳାପ ସୃଷ୍ଟି ହୋଇଥିଲା । ଅବସର ଥିଲା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ ଆଗତ କରିବାର ବେଳ । ଲୋକ ସଭାରେ ଚାଲିଥାଏ ଏ ସମ୍ବଦ୍ଧରେ ବିସ୍ତୃତ ଆଲୋଚନା । ନିଜ ବିଭାଗ ଉପରେ ପୁରା ଦକ୍ଷତା ଥିବା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୋଦିଙ୍କ ନୀତିକୁ ବିରୋଧ କରୁଥିବା ବିରୋଧୀ ଓ ସମାଲୋଚକଙ୍କ ମୁଁହ ବନ୍ଦ କରିବାକୁ ଏକ ରୂଢି ପ୍ରୟୋଗ କରି ଟାର୍ଗେଟ କରିଥିଲେ । ପାଖରେ ବସିଥିଲେ ଆଉ ଜଣେ ଓଡ଼ିଆ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଯିଏ ଭୁଲ କରେ, ସେ ଅଧିକ ଚିଲାଏ ! କହିବାକୁ ଗଲେ ଚୋର ମୁଁହ ଅଧିକ ଟାଣ । ସେ ଓଡିଶାରୁ ଆସିଛନ୍ତି । ଓଡ଼ିଶାର ଏହି ଢଗକୁ ଓଡ଼ିଆରେ ଅନୁବାଦ କରି କହିଲେ, ଏହା କୁଆଡେ ଅପଶବ୍ଦ ତଥା ଅସଭ୍ୟ ବୋଲି ଧରାଯିବ ।
ତେବେ ସେ କଥା ଓଡ଼ିଆରେ ଏବେ କହିଦିଅନ୍ତୁ ବୋଲି କହି ସଂସଦରେ ସହକର୍ମୀ ଜୋର ଦେଇଥିଲେ ଧର୍ମେନ୍ଦ୍ରଙ୍କୁ । କିନ୍ତୁ ଚତୁର ଧର୍ମେନ୍ଦ୍ର କହିଥିଲେ କି ମୋତେ ଉସୁକାଇ ବିବାଦରେ ଫସାନ୍ତୁନି । ମୋ ମୁଁହରୁ ବାହାରିଗଲେ ସଂସଦରେ ଏମିତି ଅନେକ ବିଦ୍ୱାନ ଅଛନ୍ତି, ଯିଏ ଚଟକରି କଥାକୁ ଧରି ମୋ ବିରୁଦ୍ଧରେ ସ୍ବାଧୀକାର ଭଙ୍ଗ ନୋଟିସ ଆଣିଦେବେ । ତେବେ ବିଲ ସମ୍ପର୍କରେ ଆଲୋଚନା ବେଳେ ସମାଜର ମାନସିକତା କୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ମନ୍ତ୍ରୀ ପ୍ରଧାନ । ସମାଜରେ ବୁଦ୍ଧି ବିବେକେ କୁଆଡେ ନିର୍ଦ୍ଧିଷ୍ଟ ବର୍ଗର ଅଟକିଛି ବୋଲି ଧାରଣା ବିଲକୁଲ ଅମୂଳକ । ତା ନ ହେଲେ କାଲାମ ଦ୍ରୌପଦୀଙ୍କ ଭଳି ବ୍ୟକ୍ତିତ୍ୱ ରାଷ୍ଟ୍ରପତି ହୋଇନଥାନ୍ତେ କି ମୋଦି ପ୍ରଧାନ ମନ୍ତ୍ରୀ ଆସନରେ ବସିପାରିନଥାନ୍ତେ । ସଂରକ୍ଷଣ ନିଯୁକ୍ତି କୁ ନେଇ ସଂସଦରେ ତର୍କ ହେଉ । ଏସ.ସି, ଏସ.ଟି., ଓବିସି ଓ ଆର୍ଥିକ ଦୁର୍ବଳ ବର୍ଗର ବିକାଶ ଓ ପଦବୀର ସଂରକ୍ଷଣ ନେଇ ମିଶନ ମୋଡରେ କାମ ଜାରି ରହିଛି । ନୂଆ ପିଢ଼ି କେବଳ ରୋଜଗାର କ୍ଷମ ପାଇଁ ନୁହେଁ, ବରଂ ରୋଜଗାର ସୃଷ୍ଟିର ଆଧାର ଯୋଗନ୍ତୁ ।
ଏମିତିରେ ମୋଦି ବିରୋଧୀଙ୍କୁ କାଉଣ୍ଟର କରିବାକୁ ଯାଇ ନିଜର ନିଆରା ଅନ୍ଦାଜରେ ବେଶ ଜଣାଶୁଣା ଧର୍ମେନ୍ଦ୍ର । ହେଲେ ସଂସଦରେ ଓଡ଼ିଆ ପୁଅ କହି ଢ଼ଗ ଅନୁବାଦ କେମିତି ଅଡୁଆରେ ପକାଇବ ତାହାର ଅବତାରଣା ବେଳେ ସୃଷ୍ଟି ହାସ୍ୟର ଅନେକ କଥାକୁ ଇଙ୍ଗିତ କରୁଥିଲା ।