‘କୋଭିଡ କେବଳ ବାହାନା; ଭାରତ ଯୋଡ ଯାତ୍ରା ବନ୍ଦ କରିବାକୁ ଚାହୁଁଛି କେନ୍ଦ୍ର’: ରାହୁଲ ଗାନ୍ଧି

rahul gandhi

ଚିଠି କୁ ନେଇ ରାଜନୀତି ! କରୋନାକୁ ନେଇ ମୁହାଁମୁହିଁ ହେଲେ କଂଗ୍ରେସ ବିଜେପି ।  ମାଣ୍ଡବ୍ୟଙ୍କ ଚିଠିର ଜବାବ ଦେଲେ ଅଧୀର ରଞ୍ଜନ । ମୋଦୀଙ୍କୁ ଟାର୍ଗେଟ କଲା କଂଗ୍ରେସ । କରୋନା ସଂକ୍ରମଣ ବଢୁଛି ସାଙ୍ଗକୁ ବଢୁଛି ଆରୋପ ପ୍ରତ୍ୟାରୋପ ରାଜନିତୀ । ଦେଶରେ କୋରନା ବଢୁଥିବାରୁ ଭାରତ ଯୋଡକୁ ନେଇ ତେଜୁଛି ବିବାଦ । କରୋନା ସଂକ୍ରମଣ ବୃଦ୍ଧି ପାଇବା ମଧ୍ୟରେ ଭାରତ ଯୋଡା ଯାତ୍ରା ବନ୍ଦ କରିବା ସମ୍ପର୍କରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ରାହୁଲ ଗାନ୍ଧୀଙ୍କୁ ଏକ ଚିଠି ଲେଖିଥିଲେ । କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋତଙ୍କୁ ସେ ଲେଖିଥିଲେ । 

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମଣ୍ଡାଭିୟା ଚିଠି ଲେଖିବା ପରେ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧି । କୋଭିଡ୍ ବାହାନା ଦେଖାଇ ବିଜେପି ଭାରତ ଯୋଡ଼ ଯାତ୍ରା ବନ୍ଦ କରିବାକୁ ଷଡ଼ଯନ୍ତ୍ର କରୁଛି ବୋଲି ରାହୁଲ କହିଛନ୍ତି ରାହୁଲ ଗାନ୍ଧି । ରାହୁଲ ଗାନ୍ଧି ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି ଏବେ ଯାତ୍ରାକୁ ଅଟକାଇବା ପାଇଁ ନୂଆ ବାହାନା ବନାଯାଉଛି ।

ହିନ୍ଦୁସ୍ତାନର ଶକ୍ତି ଓ ସତ୍ୟତା ଦ୍ୱାରା ଏମାନେ ଭୟଭୀତ ହୋଇଯାଇଛନ୍ତି । ଏହା ସତ୍ୟ ଅଟେ । ଯାତ୍ରାରେ ଆମେ ଶହେ ଦିନରୁ ଅଧିକ ଚାଲି ସାରିଛୁ, ଯେଉଁଥିରେ ହିନ୍ଦୁ-ମୁସଲିମ-ସିଖ-ଇସାଇ ସବୁ ଜାତିର ଲୋକ ସାମିଲ ହୋଇଛନ୍ତି । ଭାରତ ଯୋଡୋ ଯାତ୍ରାର ଶକ୍ତି ଦେଖି ସରକାର ବିଚଳିତ ହୋଇପଡ଼ିଛନ୍ତି । ଏହାକୁ ବନ୍ଦ କରିବା ପାଇଁ ଏବେ କୋଭିଡର ସାହାରା ନେଇଛନ୍ତି ।

କରୋନାର ନୂଆ ଭାରିଆଣ୍ଟ ଚିହ୍ନଟ ହେବା ପରେ ଦେଶରେ ସଂକ୍ରମଣ ବଢ଼ିବାର ଆଶଙ୍କା ଥିବାରୁ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଜନ ସମାଗମ ଉପରେ ରୋକ୍ ଲଗାଇବାକୁ ଚେଷ୍ଟା କରୁଛି। ଭାରତ ଯୋଡୋ ଯାତ୍ରାରେ ହେଉଥିବା ଜନସମାଗମକୁ ଦେଖି ଏହାକୁ ବନ୍ଦ କରିବା ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ରାହୁଲଙ୍କୁ ଚିଠି ଲେଖିଥିଲେ ।
 

Share this story