କଂଗ୍ରେସ କାହିଁକି ଟୁଇଟ କଲା ନିଆଁ ଲଗା ହାଫ ପ୍ୟାଣ୍ଟର ଫଟୋ ?

congres

କଂଗ୍ରେସର ଟି ସାର୍ଟକୁ ବିଜେପିର ପ୍ୟାଣ୍ଟ କଂଗ୍ରେସ ପଦଯାତ୍ରାକୁ ନେଇ ଦେଶର ରାଜନୀତି ସରଗରମ ହେବାରେ ଲାଗିଛି । ସେପଟେ ରାହୁଲଙ୍କ ଭାରତ ଯୋଡ ଯାତ୍ରାରେ ହଜାର ହଜାର ଦଳୀୟ କର୍ମୀ ଯୋଗ ଦେଉଥିବା ବେଳେ ଏହାକୁ ବିଜେପି ତରଫରୁ କାଟାକ୍ଷ କରାଯାଇଛି । ରାହୁଲଙ୍କ ଯାତ୍ରାକୁ ନେଇ ପ୍ରତିଦିନ ବିଜେପିର ବିଭିନ୍ନ ନେତା ବିଭିନ୍ନ ପ୍ରକାର ମନ୍ତବ୍ୟ ପ୍ରଦାନ କରି ଗଣାମାଧ୍ୟମର ଶିରୋନାମା ପାଲଟୁଛନ୍ତି । ଏହାରି ମଧ୍ୟରେ ଦେଶରେ ସବୁଠୁ ବଡ ଚର୍ଚ୍ଚାର ବିଷୟ ପାଲଟିଛି ଦୁଇ ଜାତୀୟ ଦଳ କଂଗ୍ରେସ ଓ ବିଜେପିର ପୋଷାକ ରାଜନୀତି । କଂଗ୍ରେସ କହିଲା ଦେଶକୁ ଯୋଡ଼ିବା ଉଦ୍ୟମ ହେବ ସଫଳ । 

ଭାରତ ଯୋଡ଼ ଯାତ୍ରାକୁ ନେଇ ପୁଣିଥରେ କଂଗ୍ରେସ ଓ ବିଜେପି ମୁଁହା ମୁଁହି ହୋଇଛନ୍ତି । କଂଗ୍ରେସ କରିଥିବା ଟ୍ୱିଟରେ ଏକ ଫଟୋକୁ ନେଇ ବିଜେପି କଡା ପ୍ରତିକ୍ରିୟା ପ୍ରକାଶ କରିଛି । ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ପୂର୍ବରୁ ପିନ୍ଧୁଥିବା ପ୍ୟାଣ୍ଟର ଫୋଟୋକୁ ନେଇ କଂଗ୍ରେସ ହିଂସା ଉସ୍କାଉଥିବାର ପ୍ରୟାସ କରୁଛି ବୋଲି ବିଜେପି ଅଭିଯୋଗ କରିଛି । ହାଫ ପ୍ୟାଣ୍ଟରେ ନିଆଁ ଲାଗି ଧୂଁଆ ବାହାରୁଥିବାର ଏକ ଫୋଟୋ କଂଗ୍ରେସ ଟ୍ୱିଟ କରିଛି । ଭାରତ ଯୋଡ଼ ଯାତ୍ରା ଏବେ କେରଳ ଦେଇ ଗତି କରୁଛି । କେରଳରେ ବିଜେପି ବନାମ ବିରୋଧୀ ଦଳ ଲଢେଇ ଜାରି ରହିଛି  । କେରଳରେ ଆରଏସଏସ ର ସ୍ୱୟଂ ସେବକ ମାନେ ଅତୀତରେ ବହୁ ହିଂସାର ଶିକାର ହୋଇଥିବା ଅଭିଯୋଗ ମଧ୍ୟ ହୋଇଛି  । ଆଉ ଏଭଳି ଫୋଟୋ ଜାରି କରି କଂଗ୍ରେସ ପୁଣି ଥରେ ହିଂସା ଉସ୍କାଇବାକୁ ଉଦ୍ୟମ କରୁଥିବା ବିଜେପି ଅଭିଯୋଗ କରିଛି । 

ବିଜେପି ଅଭିଯୋଗର ପ୍ରତିକ୍ରିୟା ରଖିଛି କଂଗ୍ରେସ । ବିଜେପି ସତକଥା ହଜମ କରିପାରୁନାହିଁ ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ । ଭାରତ ବିଭାଜନ ନୁହେଁ ବରଂ ଦେଶକୁ ଯୋଡୁଛି କଂଗ୍ରେସ । କନ୍ୟାକୁମାରୀ ଠାରୁ କଂଗ୍ରେସ ଭାରତ ଯୋଡ଼ା ଯାତ୍ରା ଆରମ୍ଭ କରିଛି । ରାହୁଲ ଗାନ୍ଧୀଙ୍କ ସମେତ ୧୨୮ଜଣ ବରିଷ୍ଠ କଂଗ୍ରେସ ନେତା ଏହି ଯାତ୍ରାର ସାମିଲ ହୋଇଛନ୍ତି । ପୂର୍ବରୁ ଯାତ୍ରା ସମୟରେ ରାହୁଲ ପିନ୍ଧିଥିବା ଟି ସାର୍ଟ ଏବଂ ରହୁଥିବା କଣ୍ଟେନରକୁ ନେଇ ମଧ୍ୟ ବିବାଦ ଦେଖା ଦେଇଥିଲା ।

Share this story