ଅଣଗାନ୍ଧୀ ଅଧ୍ୟକ୍ଷ ଧରିବେ କଂଗ୍ରେସ ଦଳର ମଙ୍ଗ

122

୨୦୨୪ ନିର୍ବାଚନ ପାଇଁ ଦେଶର ୨ ପ୍ରମୁଖ ଦଳ ଖୋଜୁଛନ୍ତି ସାଙ୍ଗଠନିକ ମୁଖିଆ । କାହାକୁ ଦେବେ ସଙ୍ଗଠନର ଦାୟିତ୍ୱ ? କଂଗ୍ରେସ ଏକପ୍ରକାର ନିଶ୍ଚିତ କରିସାରିଲାଣି ଯେ ଅଣଗାନ୍ଧୀ ଅଧ୍ୟକ୍ଷ ହିଁ କଂଗ୍ରେସର ମଙ୍ଗ ଧରିବେ । କିନ୍ତୁ ସେ ମଙ୍ଗ ଧରିବେ କିଏ ? ସେ ରବରଷ୍ଟାମ୍ପ ହେବେ କି, ସ୍ୱାଧୀନ ହେବେ,ତାହା ତ ଭିନ୍ନ କଥା । ହେଲେ ଅଧ୍ୟକ୍ଷ ହେବ କିଏ ? ଯଦି ଆମେ କଂଗ୍ରେସର ଟ୍ରାକ ରେକର୍ଡ ଦେଖିବା ତେବେ ପି.ଭି ନରସିଂମା ରାଓଙ୍କ ସମୟରେ କିଛି ମାତ୍ରାରେ ସଂଗଠନ ସୁଦୃଢ ହୋଇଥିଲା । ସେ ନିଜେ ହିଁ ନିଷ୍ପତି ନେଉଥିଲେ । ତାଙ୍କୁ ବି ପରବର୍ତ୍ତୀ ମୁହୂର୍ତ୍ତରେ ଦାବି ଦିଆଗଲା । ତାଙ୍କ ପରେ ସୀତାରାମ କେଶର ବି ଆସିଥିଲେ ସେ ବି ପାଲଟି ଯାଇଥିଲେ ରବରଷ୍ଟାମ୍ପ । ମନମୋହନ ସିଂ ପ୍ରଧାନ ମନ୍ତ୍ରୀ ହେଲେ ସେ ବି ରବରଷ୍ଟାମ୍ପ ବୋଲି କୁହାଗଲା । କଂଗ୍ରେସର ରବରଷ୍ଟାମ୍ପ ପଦବୀରେ ବସିବା ପାଇଁ କେହି ନେତା ରାଜି ନୁହଁନ୍ତି । 

ସେପଟେ ଗୁଳ୍ମ ନବୀ ଆଜାଦ ରାହୁଲ ଗାନ୍ଧୀଙ୍କ ଉପରେ ଦୋଷ ଲଦି ଦଳରୁ ବାହାରିଗଲେ । ଆଉ ତାଙ୍କ ପଛେ ପଛେ ୫୨ ଜଣ ନେତାବି ଦଳରୁ ଇସ୍ତଫା ଦେଇଥିଲେ । ଆଉ ଏବେ ଧୀରେ ଧୀରେ କଂଗ୍ରେସ ନେତା ଶୂନ୍ୟ ହେଉଛି । ସୋନିଆ ବି ଚିନ୍ତାରେ କାହାକୁ ଦେବେ ସଙ୍ଗଠନର ଦାୟିତ୍ୱ । ୨୦୨୪ ନିର୍ବାଚନକୁ ନେଇ ଖାଲି କଂଗ୍ରେସ ତତ୍ପର ନୁହେଁ ୧୦ ବର୍ଷ ଦଳ କ୍ଷମତାରେ ରହିବା ପରେ ୫ ବର୍ଷ କ୍ଷମତାରେ ରହିବ ସେହି ଲକ୍ଷରେ ବିଜେପି । ହେଲେ ଏଥର ସାଙ୍ଗଠନିକ ଦାଇତ୍ୱ  କାହାକୁ ଦେବେ ? 

ଅନ୍ୟପଟେ ଜାନୁୟାରୀରେ ଜେପି ନଡ୍ଡାଙ୍କ କାର୍ଯ୍ୟକାଳ ସରିବାକୁ ଯାଉଛି । ଏବେ ଦଳକୁ ବଡ଼ ସହଯୋଗ କରୁଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କୁ କାଳେ ବିଜେପିର ସାଙ୍ଗଠନିକ ଦାୟିତ୍ୱ ମିଳିପାରେ । ଯଦି ସେ ଓଡ଼ିଶାର ସାଂସଦ ନୁହଁନ୍ତି କିନ୍ତୁ ଜଣେ ଓଡ଼ିଆ ଭାବରେ କେନ୍ଦ୍ରରେ ତାଙ୍କର ପ୍ରଭାବ ରହିଛି । ଏବେ ତାଙ୍କୁ ପରବର୍ତ୍ତୀ ସାଙ୍ଗଠନିକ ମୁଖ୍ୟ କରିବାକୁ ବିଜେପି ଯୋଜନା କରୁଛି । 

ଯଦି ଏହା ହେଲା ତେବେ ୨୦୨୪ ନିର୍ଵାଚରେ ନେତୃତ୍ୱ ନେବେ ଧର୍ମେନ୍ଦ୍ର । ଏଠାରେ ଗୋଟିଏ କଥା ତାଙ୍କର ଦଳର ଲୋକମାନେ ବି ପ୍ରଶ୍ନ କରୁଛନ୍ତି । ଧର୍ମେନ୍ଦ୍ର ବିଜେପିର ଜାତୀୟ ସଭାପତି ହୁଅନ୍ତୁ । ସେ ଜଣେ ଭଲ ନେତା ଦକ୍ଷ ଓ ସୁ ସଂଗଠକ । ତାଙ୍କ ଭଳି କେନ୍ଦ୍ରରେ ଦବଦବା ରଖିଥିବା ବିଜେପି ନେତା ବିଜେପିର ନେତୃତ୍ୱ ନେଲେ ଦଳର ଅଧିକ ସମୃଦ୍ଧ ହୋଇ ପାରିବ । କିନ୍ତୁ ଓଡ଼ିଶାରେ ପ୍ରତ୍ୟେକ ଲୋକଙ୍କ ପଛରେ କିଛି ନିନ୍ଦୁକ ଥାନ୍ତି ଆଉ ବେଳେ ବେଳେ ସେହି ନିନ୍ଦୁକ ହିଁ ସତ କହିଛନ୍ତି । ଏମିତି କିଛି ଏବେ ବିଜେପିରେ ଚର୍ଚ୍ଚା ହେଉଛି । 

ତୃଣମୂଳ ସ୍ଥରରେ ଖସି ଖସି ଗଲାଣି ବିଜେପି । ଯିଏବି ବିଜେପିର ସଙ୍ଗଠନକୁ ସୁଦୃଢ କରିବାକୁ ଚାହିଁବ ତାକୁ ବିଭିନ୍ନ ଉପାୟରେ ଦବାଇ ଦିଆଯାଉଛି । ତେଣୁ ଯିଏ ରାଜ୍ୟର ସଂଗଠନ ସମ୍ଭାଳି ପାରୁନାହାନ୍ତି ସେ ସାରା ଦେଶର ସଙ୍ଗଠନ କିପରି ସମ୍ଭାଳିବେ ତାକୁ ନେଇ ଏବେ ପ୍ରଶ୍ନ ଉଠିଲାଣି । ହଁ ଏହା ମଧ୍ୟ କୁହା  ଯାଇପାରେ ତାଙ୍କୁ ଦଳର ସଂକଟମୋଚନ ବୋଲି କୁହାଯାଏ । ଏହା ସହ ଦଳର ରାଜନୈତିକ ଗୋଇ ଚାଳନାରେ ମଧ୍ୟ ଧର୍ମେନ୍ଦ୍ର ପ୍ରଧାନ ସିଦ୍ଧ ହସ୍ତ । ଯେଉଁଠି ଯେଉଁଠି ଦଳର ବିପର୍ଯୟର ସାମ୍ନା କରିଛି ସେଠାରେ ଧର୍ମେନ୍ଦ୍ର ପ୍ରଧାନକୁ ଦାୟିତ୍ୱ ଦିଆ ଯାଇଛି । ଆଉ ସେଠାରେ ଧର୍ମେନ୍ଦ୍ର ପ୍ରଧାନ ସଫଳ ମଧ୍ୟ ହୋଇଛନ୍ତି । କର୍ଣ୍ଣାଟକ କଥା ମନେପକାନ୍ତୁ ସେଠାରେ ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ ବେଳେ ସେଠାରେ ଥିବା ସଙ୍କଟ ଦୂର କରିବା ଲାଗି ଧର୍ମେନ୍ଦ୍ରଙ୍କୁ ଦାୟିତ୍ୱ ଦିଆ ଯାଇଥିଲା । ସେହି ପରି ଉତ୍ତର ପ୍ରଦେଶ ରେ ନିର୍ବାଚନ ସମୟରେ ପ୍ରଭାରୀ ଦାୟିତ୍ୱରେ ଥିଲେ ଧର୍ମେନ୍ଦ୍ର । ଉତ୍ତର ପ୍ରଦେଶରେ ମଧ୍ୟ ଧର୍ମେନ୍ଦ୍ରଙ୍କ ମାଷ୍ଟର ପ୍ଲାନ ସଫଳ ହୋଇଥିଲା । ଆଉ ନିକଟରେ ରାଷ୍ଟ୍ରପତି ନିର୍ବାଚନରେ ବିହାର ଦାୟିତ୍ୱରେ ଥିଲେ ଧର୍ମେନ୍ଦ୍ର ପ୍ରଧାନ । ତେଣୁ ଉଭୟ ସାଙ୍ଗଠନିକ ଓ ନିର୍ବାଚନ ପରିଚାଳନାରେ ଧର୍ମେନ୍ଦ୍ର ପ୍ରଧାନଙ୍କ ସିଦ୍ଧହସ୍ତ ବୋଲି ତାଙ୍କ ସମର୍ଥକମାନେ କହୁଛନ୍ତି । କିନ୍ତୁ ସବୁଠି ସେ ସଫଳ ହୋଇଥିବାବେଳେ ଓଡ଼ିଶାରେ କାହିଁକି ସଫଳ ହୋଇପାରୁନାହାନ୍ତି । ତେଣୁ ରାଜ୍ୟର ସଙ୍ଗଠନକୁ ସୁଦୃଢ କରିପାରୁନଥିବା ନେତା ଦଳର ଜାତୀୟ ସଙ୍ଗଠନ କୁ ସମ୍ଭାଳିଲେ ଦଳ ଆଗକୁ ଯିବ କେମିତି ।

Share this story