ବିଜୟଙ୍କ ମତିଭ୍ରମ ନା ସବୁ ଜାଣି ଅଜଣା ?

bijay bjd mla

ପ୍ରଣୟ ପ୍ରସଙ୍ଗରେ ଚର୍ଚ୍ଚାରେ ଥିବା ବିଷ୍ଣୁ ନନ୍ଦନ ବିଜୟଙ୍କର କୁଆଡ଼େ ମତିଭ୍ରମ ଘଟିଛି ବୋଲି ତିର୍ତ୍ତୋଲ ଅଞ୍ଚଳର ଚର୍ଚ୍ଚା ଏବେ ରାଜଧାନୀରେ ପହଞ୍ଚିଛି। ଦଳର ବରିଷ୍ଠ ଓ କନିଷ୍ଠ ନେତାଙ୍କୁ ଉପେକ୍ଷା କରି ନିଜ ଇଚ୍ଛାନୁସାରେ କାମ କରୁଥିବା ଏବଂ କର୍ମୀମାନଙ୍କୁ ଉପେକ୍ଷା କରୁଥିବା ଅଭିଯୋଗ ହେଉଥିଲା । ମୁଷ୍ଟିମେୟ ବ୍ୟକ୍ତିବିଶେଷଙ୍କ ଦ୍ବାରା ପରିଚାଳିତ ହେଉଥିବା କଥା କୁହାଯାଉଥିଲା, ମାତ୍ର ଚେଳିତୋଳ ବାଲିଯାତ୍ରାରେ ଯାହା ସବୁ ଘଟଣା ଘଟିଲା ସେଥ୍‌ରେ ବିଜୟ ଯେ ସ୍ବାଭାବିକ ଚିତ୍ତରେ କାମ କରୁଛନ୍ତି ସେ ବିଶ୍ବାସ ଅନେକ କରିପାରୁ ନାହାନ୍ତି। 

ତିର୍ତ୍ତୋଲରେ ଢ଼େର ପୂର୍ବରୁ ଚେଳିତୋଳ ବାଲିଯାତ୍ରା ଅନୁଷ୍ଠିତ ହୋଇ ଆସୁଛି। ଦଳମତ ନିର୍ବିଶେଷରେ ସମସ୍ତଙ୍କୁ ଏଠାକୁ ନିମନ୍ତ୍ରଣ କରାଯାଇଥାଏ ଓ ସବୁ ଦଳର ନେତାମାନେ ଏଠି ଯୋଗ ଦେଇଥାଆନ୍ତି। ମାତ୍ର ଚଳିତ ବର୍ଷ ସ୍ଥାନୀୟ ସାଂସଦ, ଜିଲ୍ଲାର ବିଧାୟକ, ଜିଲ୍ଲା ପରିଷଦ ସଦସ୍ୟ, ଏପରିକି ତିର୍ତ୍ତୋଲ ବ୍ଲକ୍‌ର ବିଭିନ୍ନ ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ ଉତ୍ସବରେ ଅନୁପସ୍ଥିତି ଏକ ନୂଆ ପରମ୍ପରା ସୃଷ୍ଟି କରିଛି । 

ଏପରିକି ପ୍ରତିଷ୍ଠାତା ସଦସ୍ୟଙ୍କ ସହ ଜିଲ୍ଲାର ପୂର୍ବତନ ଓ ବର୍ତ୍ତମାନର ଲୋକ ପ୍ରତିନିଧି ମାନଙ୍କ ନିକଟରେ ବାଲିଯାତ୍ରା ଉତ୍ସବ ନିମନ୍ତେ ନିମନ୍ତ୍ରଣପତ୍ରଟିଏ ବି କୁଆଡ଼େ ପହଞ୍ଚି ନାହିଁ। ଏ କଥା ବିଜୟ ଜାଣନ୍ତି କି ନାହିଁ, ସେ କଥା ଆମେ ଜାଣିନାହୁଁ । ମାତ୍ର ବାଲିଯାତ୍ରା ଉତ୍ସବରେ ଯାହା ସବୁ ଘଟିଲା ତାହା ଠିକ୍ ହୋଇ ନାହିଁ ବୋଲି ଅନେକ କହୁଛନ୍ତି ।

Share this story