ଟସ ପଡୁ ପଡୁ ବିରୋଧୀ ଛାନିଆ, ଓପନିଂ ବ୍ୟାଟିଂ କରିବେ ବବି
ବ୍ରଜରାଜନଗର ଉପ-ନିର୍ବାଚନ ପାଇଁ ନାମାଙ୍କନପତ୍ର ଦାଖଲ ଶେଷ ହୋଇଛି। ୩ ପ୍ରମୁଖ ଦଳର ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଥିବା ବେଳେ ପ୍ରଚାର ମଇଦାନଙ୍କୁ ଓହ୍ଲାଇବାକୁ ପ୍ରାର୍ଥୀ ଅଣ୍ଟା ଭିଡ଼ିଲେଣି । ଏଥର ନୂଆ ଷ୍ଟାର୍ଟେଜି ଆପଣାଇଛି ଦଳ ବିଜେଡି । ପ୍ରୟୋଗ କରିବ ଗ୍ରାଉଣ୍ଡ ଜିରୋରେ । ଏହାର ନେତୃତ୍ୱ ନେଇଛନ୍ତି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ଆଉ ତାଙ୍କ ସହ ଏଥିରେ ସାମିଲ ହୋଇଛନ୍ତି ବିଜେଡିର ବରିଷ୍ଟ ନେତା ଓ ଯୁବ ନେତୃତ୍ୱ । ଆଉ ସେମାନଙ୍କୁ ନେଇ ଏଥର ଦଳ କରୁଛି ନୂଆ ଯୋଜନା । ଗୋଟିଏ ପଟେ ପ୍ରଣବ ପ୍ରଚାର ମଙ୍ଗ ଧରିବାକୁ ଯାଉଥିବା ବେଳେ ବିରୋଧୀଙ୍କ ଭିତରେ ଏକ ପ୍ରକାର ଭୟ ସୃଷ୍ଟି ହେବା ଆରମ୍ଭ ହୋଇଛି । କାରଣ ସଭିଏଁ ଜାଣନ୍ତି ବବି ଙ୍କ ବ୍ୟାଟିଂ ଆଗରେ ବୋଲିଂ କରିବା କଷ୍ଟ। ବିରୋଧୀଙ୍କୁ କିଭଳି ହ୍ୟାଣ୍ଡେଲ କରାଯିବ ତାହା ବବିଙ୍କ ଠାରୁ ଅଧିକ ବା କିଏ ଜାଣେ ?
ପଶ୍ଚିମ ଓଡ଼ିଶା ନେତାଙ୍କୁ ଏଥର ଦିଆଯାଇଛି ଅଧିକ ଦାୟିତ୍ୱ । ପାଞ୍ଚ ମନ୍ତ୍ରୀ, ପଶ୍ଚିମ ଓଡ଼ିଶା ସାଂସଦ, ୧୦ରୁ ଅଧିକ ବିଧାୟକଙ୍କୁ ଦାୟିତ୍ୱ ଦିଆଯାଇଛି। ଘରଘର ବୁଲି ରାଜ୍ୟ ସରକାରଙ୍କ ଜନକଲ୍ୟାଣ ଯୋଜନା ଓ ବିକାଶ ନାଁରେ ଭୋଟ ହାତେଇବାକୁ ଯୋଜନା କରିଛି ଦଳ । ସେପଟେ ପଛରେ ନାହାଁନ୍ତି ରାଜ୍ୟର ଦୁଇ ବିରୋଧୀ ଦଳ । ବିଜେପି ଓ କଂଗ୍ରେସ ମଧ୍ୟ ଚଳାଇଛନ୍ତି କସରତ।
ବିଜେପି ପ୍ରାର୍ଥୀଙ୍କ ପାଇଁ ୩ କେନ୍ଦ୍ରମନ୍ତ୍ରୀଙ୍କ ସମେତ ଛତିଶଗଡ଼ର ପ୍ରମୁଖ ନେତାମାନେ ପ୍ରଚାର କରିବେ । ବ୍ରଜରାଜନଗର ବାଜି ମାରିବାକୁ କଂଗ୍ରେସ ପ୍ରସ୍ତୁତ କରିଛି ୪୦ଜଣିଆ ପ୍ରଚାର ତାଲିକା । ଆଉ ସେଥିରେ ଛତିଶଗଡ଼ର କିଛି ମନ୍ତ୍ରୀଙ୍କୁ ମଧ୍ୟ ସାମିଲ କରାଯାଇଛି। ଯେହେତୁ ବ୍ରଜରାଜନଗର ନିର୍ବାଚନମଣ୍ଡଳୀ ସାମନ୍ତ ରାଜ୍ୟ ଛତିଶଗଡ଼କୁ ଲାଗିଛି। ତେଣୁ ଛତିଶଗଡ଼ ମନ୍ତ୍ରୀଙ୍କ ପ୍ରଚାର ବଡ଼ ଧରଣର ପ୍ରଭାବ ପକାଇବ ବୋଲି ଶ୍ରୀ ପଟ୍ଟନାୟକ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଉଲ୍ଲେଖ ଯେ ଏଆଇସିସିର ଚିନ୍ତର ବୈଠକ ପାଇଁ ପିସିସି ସଭାପତିଙ୍କ ସମେତ ବିଧାୟକ ଦଳ ନେତା ଓ ଏଆଇସିସିର ସଦସ୍ୟମାନଙ୍କୁ ଡାକରା ମିଳିଛି।। ତାଲିକାରେ ରହିଛନ୍ତି ଛତିଶଗଡ଼ର ମୁଖ୍ୟମନ୍ତ୍ରୀଙ୍କ ସମେତ କହ୍ନେୟା କୁମାର ଓ ଜିଗ୍ନେଶ ମେଓ୍ୱାନି । କଂଗ୍ରେସ ରାଜ୍ୟ ପ୍ରଭାରୀ ଚେଲ୍ଲା କୁମାର ଓ ସହପ୍ରଭାରୀ ଜି. ରୁଦ୍ର ରାଜୁଙ୍କ ନାଁ ମଧ୍ୟ ତାଲିକାରେ ରହିଛି।