ମୂଳରୁ ମାଇପ ନାହିଁ, ପୁଅ ନାଁ ଗୋପାଳିଆ ଫର୍ମାଟ ରେ ବିଜେପି
dharmendra rajudas

ବହୁତ ଖୁସ ପଦ୍ମଦଳିଆ। ଧାମନଗରକୁ ଯେ କେବଳ ନିଜ ପାଖରେ ରଖିଲେ ତା ନୁହେଁ, ବିରୋଧୀଙ୍କ ଗର୍ବ ଚୁରମାର କରିଦେଲେ । ବିଜୟ ଠାରୁ ଏହି ଗର୍ବଗଞ୍ଜନ କରାମତି ଭାରି ଆନନ୍ଦ ଦଉଛି ପଦ୍ମଦଳିଆଙ୍କୁ । ୨୦୦୯ ପରେ ଗୋଟିଏ ବି ଉପ ନିର୍ବାଚନ ଜିଣିପାରିନି ପଦ୍ମ। ବରଂ ହାତରୁ ବାଲେଶ୍ଵର ଯାଇଛି। ଜିଣିଥିଲେ ଯେତିକିରେ ହାରିଲେ ତା’ଠୁ ଅଧାରେ । ବ୍ରଜରାଜନଗରରେ ତ ଅମାନତ ହରାଇଥିଲେ । ବ୍ରଜରାଜନଗର ଦୁଃଖ ଧୋଇଦେଲା ଧାମନଗର। 

ଶଙ୍ଖ ଦଳର ପୁରୁଖା ନେତାମାନେ ବି ମନେମନେ ଆନନ୍ଦରେ ଝୁମୁଛନ୍ତି । ସେମାନେ ରାଜୁ ଦାସଙ୍କୁ ଦୂରରୁ ଥାଇ କୁହାର ହଉଛନ୍ତି ।କଲ୍ୟାଣ କରୁଛନ୍ତି। ରାଜୁଙ୍କ ଯୋଗୁଁ ପୁରୁଖା ନେତାମାନେ ଆଗକୁ ବେଜିତ ହବାରୁ ରକ୍ଷା ପାଇଗଲେ ବୋଲି କୁହାକୁହି ହଉଛନ୍ତି। ପଦ୍ମପୁର ଉପନିର୍ବାଚନ ଆସୁଛି । ମୁଖିଆ କହୁଛନ୍ତି ଯେ ୨୦୨୪ରେ ହାତ ଦଳ ବି ଏକ ବଡ଼ ଦାବିଦାର। ଏଣେ ମୁକୁ ବାବୁ ଜାଣି ସାରିଲେଣି ଯେ ଶଙ୍ଖକୁ ନାକରେ ପାଣି ପିଆଇବାକୁ ହେଲେ ଖୋଜିବାକୁ ପଡ଼ିବ ରାଜୁମାନଙ୍କୁ । ଏମିତି ଯଦି ଶହେ ରାଜୁ ବାହାରି ପଡ଼ନ୍ତି ତେବେ ପଦ୍ମଦଳର ଖର୍ଚ୍ଚ ବି କମିବ । ଶଙ୍ଖ ଦଳର ଖର୍ଚ୍ଚ ବଢ଼ିବା ସାଙ୍ଗକୁ ବଢ଼ିବ ଟେନସନ । ବିଜେଡି ବିକାଶ କଥା କହୁଥିବା ବେଳେ ପଦ୍ମ ଏବେ ବିଜେଡି ବୋଦ୍ରୋହୀଙ୍କ ସନ୍ଧାନରେ। ନିଜ ଦଳର ଥଳ କୂଳ ନଥିବା ବେଳେ ଅନ୍ୟ ଦଳ ଭାଙ୍ଗିବା ଚକ୍କର ରେ ବିଜେପି ।

୨୦୨୪ରେ ଏହି ଭଳି କିଛି ରାଜୁମାନଙ୍କର ସନ୍ଧାନରେ ବିଜେପି । ଧାମନଗର ପଦ୍ମ ଓ ଶଙ୍ଖର ଆଖି ଖୋଲିଦେଇଛି । ପଦ୍ମପୁରରେ ପଦ୍ମ ଫୁଟୁବା ଆଶାରେ ବିଜେପି କର୍ମୀ ସ୍ୱପ୍ନ ଦେଖିବା ଆରମ୍ଭ କରିଦେଲେଣି । କିନ୍ତୁ ସେମାନେ ଭାବିବା ବୋକାମୀ ଯେ ଏ ହେଉଛି ସେହି ଦଳ ଯାହା ଉପରେ ଲୋକଙ୍କ ଭରସା ଆଜି ସେମିତି ଅଛି, ଯେମିତି ପୂର୍ବରୁ ଥିଲା।  ଯଦି ସେଠି ଶଙ୍ଖ ବାଜିଲା ତେବେ ପଦ୍ମଦଳିଆ ହରିବୋଲ ପକାଇବା ଛଡ଼ା ଆଉକିଛି କରିପାରିବେ ନାହିଁ ।

Share this story