୨୦୨୪ ପାଇଁ ବିଜେଡିର ୱାନ ମ୍ୟାନ ସୋ, ବିଜେପି ୭ ମୁଣ୍ଡିଆଳ

nabin pattnaik

ନିଜ ଦମରେ ଲଢ଼ିବେ ବିଜେଡି ବିଜେପି । ନା ସମଝୋତା ନା ସମଝଦାରି । ମେଣ୍ଟ ନୁହେଁ କି ସମର୍ଥନ ବି ନୁହେଁ । ରାଜ୍ୟରେ ରୋଚକ ହେବାକୁ ଯାଉଛି ୨୦୨୪ ନିର୍ବାଚନ। ବିଜେପି ବିଜେଡି ନିଜ ନିଜ ଦମରେ ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି । ଏ ନେଇ ରଣନୀତି ସ୍ଥିର ହୋଇସାରିଛି । ନୂଆବର୍ଷରେ ଲୋକେ ନୂଆ ନୂଆ ଷ୍ଟ୍ରାଟେଜୀ ଦେଖିବେ । ବିଜେପି ପାଇଁ ସପ୍ତରଥୀ ଲଢ଼ୁଥିବା ବେଳେ ବିଜେଡି ପାଇଁ ମଙ୍ଗୁଆଳ ଏକୁଟିଆ ନବୀନ ପଟ୍ଟନାୟକ । ତାହା ରାଜନୈତିକ ପାଣିପାଗକୁ ଉସ୍ମ କରିଛି । ପ୍ରଭାରୀ ସୁନୀଲ ବଂଶଲ, ଡି. ପୁରନ୍ଦଶ୍ୱରୀ, ସଭାପତି ସମୀର ମହାନ୍ତି, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସାଂସଦ ଅପରାଜିତା ଷଢଙ୍ଗି, ରାଷ୍ଟ୍ରୀୟ ଉପଦକ୍ଷ ବୈଜୟନ୍ତ ପଣ୍ଡା, ଆଉ ରାଷ୍ଟ୍ରୀୟ ମୁଖପାତ୍ର ଡ଼ ସମ୍ବିତ ପାତ୍ର । 

ବିଜେପି ପାଇଁ ଗଡ଼ ଜଗିବେ ଏହି ସପ୍ତରଥୀ । ୱାଟ୍ସଆପ୍ ରେ ୟୁନିଭର୍ସିଟିର ଡାଟା ଲୋକଙ୍କ ପାଖରେ ପଂହଁଚିବ। ଉତ୍ତରପ୍ରଦେଶ ଷ୍ଟାଇଲରେ ଓଡ଼ିଶାରେ ଖେଳିବା ବିଜେପି । ଓଡ଼ିଆ ନେତାଙ୍କ ଭେଜା ଫେଲ ମାରିବା ପରେ ରାଜସ୍ଥାନ ମୁଣ୍ଡ ଉପରେ ଭରଷା କରିଛି ଓଡ଼ିଶାର ଭାରତୀୟ ଜନତା ପାର୍ଟି । କେନ୍ଦ୍ର ସାଧାରଣ ସମ୍ପାଦକ ସୁନୀଲ ବଂଶଲ ଏବେ ଭେଜା ଖେଳାଉଛନ୍ତି । ୟୁପି ଦଖଲରେ ତାଙ୍କରି ମୁଣ୍ଡ ଖର୍ଚ୍ଚ ହେଇଥିବାରୁ ଏବେ ସେ ଓଡିଶା କଥା ବୁଝୁଛନ୍ତି । ଧାମନଗରରେ ତାଙ୍କରି ଇଶାରାରେ ଫୁଲ ପାର୍ଟି ନିର୍ବାଚନ ଲଢ଼ିଥିଲେ । ଆଉ ସେଠାରେ ସଫଳତା ମିଳିବା ପରେ ସେହି ପ୍ଳାନରେ ରାଜ୍ୟ ଦାଖଲ କରିବାକୁ ନିଷ୍ପତ୍ତି ହୋଇଛି । 

ସେପଟେ ବିଜେପିରେ ଏହି ସୋ କଲ ସପ୍ତରଥିଙ୍କୁ ସାମ୍ନା କରିବେ ବିଜେଡିର ସୁପର ହିରୋ ନବୀନ ପଟ୍ଟନାୟକ । ୨୨ବର୍ଷ ଧରି ରାଜ୍ୟରେ ବିରୋଧୀଙ୍କ ଦୁବ କଅଁଳିବାକୁ ସ୍କୋପ ଦେଇନଥିବା ବିଜେଡି ପାଇଁ ନବୀନ ହିଁ ଏକୁଟିଆ କାଫି । ସିଏ ହାତ ହଲାଇଲେ ଏଠି ଭୋଟ ବର୍ଷା ହୁଏ । ପ୍ରତିଟି ନିର୍ବାଚନ କୁ ଅତି ଗୁରୁତର ଭାବେ ନେଉଥିବା ବିଜେଡି ପାଇଁ ବି ୨୦୨୪ ହେବ ସଂମ୍ମାନର ପ୍ରଶ୍ନ । ତେଣୁ ଏହାକୁ ଅତି ସୁଖମ ଭାବେ ପରିଚାଳନା କରିବା ଦଳ । ବିଜେପି ପାଖରେ ସପ୍ତରଥୀ ଛାଡି ଯେତେ ରଥି ଥିଲେ ବି ବିଜେଡ଼ି ପାଇଁ ଫ୍ରଣ୍ଟଫୁଟରେ ନବୀନ ରହିବେ । ଲଢେଇତ ରୋଚକ ହେବ ତା ସାଙ୍ଗକୁ ରେଜଲ୍ଟ କଣ ହେବ ତାହା ଦେଖିବାକୁ ବ୍ୟଗ୍ର ଆଉ ବ୍ୟସ୍ତ ଓଡ଼ିଶାବାସୀ ।   

୨୦୧୯ ଇଲେକ୍ସନରେ ଫେଲ ମାରିଥିଲା ମୁକୁଙ୍କୁ ମୁଣ୍ଡ ଆଉ ବୈଜୟନ୍ତ ତ ନିଜେ ହିଁ ମାଟି କାମୁଡ଼ିଥିଲେ । ଅପରାଜିତା ମୁନୁସିପାଲଟିର ଆଣ୍ଠେଇଲେ ଆଉ ସମ୍ବିତ ମନ କିଣିଲେ ହେଲେ ଭୋଟ ପାଇଲେନି । ସମୀର ମହାନ୍ତିଙ୍କ ନିଜ ୱାର୍ଡରେ ବି ବିଜେପିର ଭୋଟ ନାହିଁ । ଅବଶ୍ୟ ପି. ପୁରନ୍ଦେସ୍ୱରୀ ପଞ୍ଚାୟତରେ ପଛରେ ଥିଲେ କିନ୍ତୁ ବଂଶଲଙ୍କ ଭେଜା ଧାମନଗର ଜିତାଇଛି । ଏ ତମାମ ଚିତ୍ର ସାଙ୍ଗରେ ନବୀନଙ୍କ ଦୁଇ ଦଶନ୍ଧିର ସରକାର ଚଳାଇବା ଅନୁଭବ ଆଉ ଅଭିଜ୍ଞତା କେମିତି ଫାଇଟ କରୁଛି ତାହାକୁ ଦେଖିବାକୁ ବ୍ୟସ୍ତ ରାଜ୍ୟବାସୀ । 

Share this story