ସାଇଡ଼ ହେବେ ଲଭର ବୟ, ଏଣ୍ଟ୍ରି କରିବେ ଓଲିଉଡ଼ କୁଇନ

barssha anubhab

ସରଗରମ ହେଉଛି କେନ୍ଦ୍ରାପଡା ରାଜନିତୀ । ଏଥର କେନ୍ଦ୍ରାପଡ଼ାରୁ ବାଦ ପଡିବେ ଅନୁଭବ । ଏଣ୍ଟ୍ରି କରିବେ ବର୍ଷା । ବର୍ଷାଙ୍କୁ ନେଇ କେନ୍ଦ୍ରାପଡ଼ା ରାଜନୀତିରେ ଖୁବ୍ ଚର୍ଚ୍ଚା । ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀଙ୍କୁ କାଳେ କେନ୍ଦ୍ରାପଡ଼ା ସାଂସଦ ପ୍ରାର୍ଥୀ ଭାବେ ମୈଦାନକୁ ଓହ୍ଲାଇବ ବିଜେଡି । ଏଥିପାଇଁ ଆରମ୍ଭ ହୋଇଗଲାଣି ପ୍ରସ୍ତୁତି । ଅଭିନେତାରୁ ରାଜନେତା ପାଲଟିଥିବା ଅନୁଭବ ତାଙ୍କ କାରନାମା ପାଇଁ କାଳେ କେନ୍ଦ୍ରାପଡ଼ାରେ ନିନ୍ଦିତ । ଆଉ ତାଙ୍କ କାମ ତାଙ୍କ ପତ୍ନି ବର୍ଷାଙ୍କ ପାଇଁ ଆଣିଦେଇଛି ଅନୁକମ୍ପା । ବିଜେଡ଼ିବି କୁଆଡେ ଅନୂକମ୍ପ ଦେଖାଉଛି । କାରଣ ବର୍ଷ ଯଦି କିଛି କହିବେ ତେବେ ତାର ପ୍ରଭାବ ବିଜେଡି ଉପରେ ପଡିବ । କାରଣ ଅନୁଭବ ହେଉଛନ୍ତି ବିଜେଡିର ସାଂସଦ । ନିର୍ବାଚନ ପରେ କେନ୍ଦ୍ରାପଡାରେ ତାଙ୍କର ସେତେଟା ଭଲ ପ୍ରଦର୍ଶନ ନାହିଁ । ବରଂ ସେ ବଦନାମ ବେଶୀ ହେଉଛନ୍ତି । 

ସେପଟେ କେନ୍ଦ୍ରାପଡ଼ାରୁ ଗତ ନିର୍ବାଚନ ହାରିଥିବା ବୈଜୟନ୍ତ ତାଙ୍କ ନେଟୱାର୍କ କୁ ସୁଦୃଢ କରୁଛନ୍ତି । ତେଣୁ ବୈଜୟନ୍ତଙ୍କୁ ମୁକାବିଲା କରିବା ପାଇଁ ଏଠି ବିଜେଡି ଏଥର ହିରୋଇନ ଗେମ ଖେଳିବା ବୋଲି ଚର୍ଚ୍ଚା ହେଉଛି । ସେଥିପାଇଁ କେନ୍ଦ୍ରାପଡା ଲୋକସଭା ଆସନରୁ ଅନୁଭବଙ୍କୁ ବିଦା କରି ବର୍ଷାଙ୍କୁ ପ୍ରାର୍ଥୀ କରିବାକୁ ବିଜେଡି ଶିବିରରେ ଆଲୋଚନା ଚାଲିଛି । କେନ୍ଦ୍ରାପଡ଼ାର ରାଜନୀତିକୁ ଯଦି ଦେଖିବା ତେବେ କେନ୍ଦ୍ରାପଡା ହେଉଛି । ବିଜେଡିର ଗଡ଼ ବିଜୁ ଜନତା ଦଳ ଗଢ଼ା ହେବା ଦିନଠାରୁ କେନ୍ଦ୍ରାପଡା ଲୋକସଭା ଆସନ ବିଜେଡି ହାତରେ ରହିଆସିଛି । 

୨୦୧୯ ନିର୍ବାଚନରେ ବିଜେପିର ହେବିୱେଟ ପ୍ରାର୍ଥୀ ବୈଜୟନ୍ତଙ୍କୁ ହରାଇ ସାଂସଦ ହୋଇଥିଲେ ଅନୁଭବ ମହାନ୍ତି । ବିଜେଡି ଟିକେଟରେ କଟକରୁ ଯାଇଁ ବୈଜୟନ୍ତଙ୍କୁ ହରାଇ ସେ ଲୋକସଭାରେ ପଂହଁଚିଥିଲେ । ଲୋକସଭାରେ ପଂହଁଚିଥିଲେ ସତ ହେଲେ ଲୋକଙ୍କ ପାଖକୁ ଗଲେଣି ବୋଲି ଏହା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହୁଏ । ଅନୁଭବଙ୍କୁ ଲୋକଙ୍କ ପାଖରେ କମ ସୋସିଆଲ ମେଡିଆରେ ଅଧିକ ଦେଖିବାକୁ ମିଳେ ବୋଲି କୁହାଯାଏ । ଯେଉଁଥିପାଇଁ କେନ୍ଦ୍ରାପଡାବାସୀଙ୍କ ପାଖରେ ଅନୁଭବ କଲେ ନିନ୍ଦିତ । ଏହାସହ ପାରିବାରିକ ବିବାଦ ମାମଲାରେ ମଧ୍ୟ ଅନୁଭବ ଏମିତି ଭାବରେ ଫସିଛନ୍ତି ଯେ ଏ ପର୍ଯ୍ୟନ୍ତ ମୁକୁଳି ପାରୁନାହାନ୍ତି । ତେଣୁ ଅନୁଭବଙ୍କ ଲୋକପ୍ରିୟତା ମଧ୍ୟ କମିବାରେ ଲାଗିଛି । ଏଥିପାଇଁ ସେ ଏବେ ପୁଣି ଅଭିନୟ ଜଗତକୁ କମବ୍ୟାକ କରିଲେଣି । 

ସେପଟେ କେନ୍ଦ୍ରାପଡା ଲୋକସଭା ଆସନରୁ ତାଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶନୀଙ୍କୁ ପ୍ରାର୍ଥୀ କରିବାକୁ ଶଙ୍ଖ ଶିବିରରେ ଆଲୋଚନା ଚାଲିଛି । ଯଦିଓ ବର୍ଷା ଏପର୍ଯ୍ୟନ୍ତ ବିଧିବଦ୍ଧ ଭାବେ ବିଜେଡି ରେ ଯୋଗଦେଇନାହାନ୍ତି ତଥାପି ବିଭିନ୍ନ ସ୍ଥାନରେ ବିଜେଡି ପାଇଁ ପ୍ରଚାର କରୁଛନ୍ତି । ପଂଚାୟତ ନିର୍ବାଚନଠାରୁ ଆରମ୍ଭ କରି ପୌର ନିର୍ବାଚନ ଏପରିକି ଧାମନଗର ଉପନିର୍ବାଚନରେ ମଧ୍ୟ ବର୍ଷା ବିଜେଡି ପାଇଁ ପ୍ରଚାର ମଇଦାନକୁ ଓଲ୍ହାଇଥିଲେ । ଏଣୁ ବର୍ଷାଙ୍କ ଲୋକପ୍ରିୟତା ଓ ବିଜେଡିର ଜଣ ସମର୍ଥନ ଦ୍ୱାରା ବର୍ଷା କେନ୍ଦ୍ରାପଡ଼ାରୁ ଜିତିବେ ବୋଲି ବିଜେଡିର ସମର୍ଥକମାନେ କହୁଛନ୍ତି । ତେବେ ଦେଖାଯାଉ କେନ୍ଦ୍ରାପଡା ଲୋକସଭା ଆସନରୁ ବିଜେଡି ବର୍ଷାଙ୍କ ମୈଦାନକୁ ଓଲ୍ହାଉଛି ନା ଶେଷ ମୁହୁର୍ତରେ ସରପ୍ରାଇଜ କାର୍ଡ ଖେଳୁଛି ।

Share this story