୨୦୨୪ ପାଇଁ ବିଜେପିର ନୂଆ ପ୍ଲାନ : କଟିବ ହେଭିୱଟଙ୍କ ଟିକେଟ

odisha tiket

କାହାର କଟିବ ଟିକେଟ୍ ? ଗୁରୁତ୍ୱପୂର୍ଣ୍ଣ ସଂସଦୀୟ କ୍ଷେତ୍ର ଉପରେ ନଡ୍ଡା କରିବେ ସମୀକ୍ଷା । ଏଥର ହାରୁ ନେତାଙ୍କ ଜାଗାରେ ରିପ୍ଲେସ୍ ହେବେ ନୂଆ ନେତା । ବୈଜୟନ୍ତ, ସମ୍ବିତ ଓ ପ୍ରତାପଙ୍କର କଟିପାରେ ଟିକେଟ୍ । ବିଜେପି ଏଥର ବିଧାନସଭା କ୍ଷେତ୍ରକୁ ଛାଡି ଲୋକସଭା ଆସନ ଉପରେ ଆଖି ପକାଉଛି । ଆଉ ଏଥିରୁ ଯାହା ସ୍ପଷ୍ଟ ହେଉଛି କେନ୍ଦ୍ର ବିଜେପି ଚାହୁଁଛି ରାଜ୍ୟରେ ନବୀନ ଓ କେନ୍ଦ୍ରରେ ମୋଦୀ । ୨୮ ତାରିଖ ଦିନ ଓଡ଼ିଶା ଗସ୍ତରେ ଆସିବେ ଜେପି ନଡ୍ଡା, କନ୍ଧମାଳ ଓ ପୁରୀ ଉପରେ ଫୋକସ୍‌ କିନ୍ତୁ ନଡ୍ଡାଙ୍କର ଏହି ଗ୍ରସ୍ତ ଅନେକ ଦିଗକୁ ଦର୍ଶାଉଛି । ଗରୁତ୍ୱପୂର୍ଣ୍ଣ ସଂସଦୀୟ ଆସନରେ ବିଜେପି କିପରି ଜିତିବ ସେ ନେଇ ଏଥର ବିଜେପି ହାଇକମାଣ୍ଡ ସରିୟସ ହୋଇଛି । ତେଣୁ କୌଣସି ବ୍ୟତିକ୍ରମ ଯେପରି ନହେଉ ବିଜେପି ଚାହିଁବ । ଆଉ ଏଥିପାଇଁ ବିଜେପିର କିଛି ହାରୁ ନେତାଙ୍କ ଜାଗାରେ ନୂଆ ନେତାଙ୍କୁ ରିପ୍ଲେସ କରିପାରେ । 

ବିଜେପିରେ ମୋଦୀ ହାୱା ଥିବା ସ୍ୱତ୍ତେ ଗୁରୁତ୍ୱପୂର୍ଣ୍ଣ ସଂସଦୀୟ କ୍ଷେତ୍ରରେ ବିଜେପିର ଶୋଚନୀୟ ପରାଜୟ ହୋଇଥିଲା । ପୁରୀ ସଂସଦୀୟ କ୍ଷେତ୍ରରେ ବିଜେପି ଏଥର ଏହି ଆସନ ଯେକୌଣସି ମତେ ହାତେଇ ପାରେ । କିନ୍ତୁ ଏହି ଆସନ ପାଇଁ ବିଜେପି ସମ୍ବିତ ପାତ୍ରଙ୍କୁ ପ୍ରାର୍ଥୀ କରିବ ନା ଆଉ କାହାକୁ ସେନେଇ ଦ୍ୱନ୍ଦରେ ରହିଛି । କାହିଁକିନା ଏହି ଆସନରୁ ୨୦୧୯ରେ ମୋଦୀଙ୍କ ହାୱାଥିବା ସ୍ୱତ୍ତେ ଏଠାରେ ବିଜେପି ଏହି ଆସନଟିକୁ ହରାଇଥିଲା । ଆଉ ଏଥର ସମ୍ବିତ ପାତ୍ର ଜାତୀୟ ରାଜନିତୀରେ ସକ୍ରିୟ ରହିଛନ୍ତି । ତେଣୁ ପୁରୀବାସୀ ଏଥର ତାଙ୍କୁ ଆପଣାଇ ନପାରନ୍ତି । ଅନ୍ୟପଟେ କେନ୍ଦ୍ରାପଡା ଆସନକୁ ନେଇ ବିଜେପି ସିରିୟସ ରହିଛି । ଏହିଆସନରେ ଏଥର ମଧ୍ୟ ନୂଆ ମୁହଁକୁ ବିଜେପି ସାମିଲ କରିପାରେ । ବୈଜୟନ୍ତଙ୍କୁ କେନ୍ଦ୍ର ବିଜେପି କୌଣସି ଏକ ପଦବୀରେ ସନ୍ତୁଷ୍ଟ କରି ଏଠାରେ ନୂଆ ପାର୍ଥୀଙ୍କୁ ଟିକେଟ ଦେଇପାରେ । ସମ୍ବିତଙ୍କ ଭଳି ବୈଜୟନ୍ତ ମଧ୍ୟ ଜାତିୟ ରାଜନୀତିରେ ସକ୍ରିୟ ରହିଛନ୍ତି । ସେହିପରି ବାଲେଶ୍ୱରର ପ୍ରତାପଷଡଙ୍ଗୀଙ୍କ ସ୍ଥାନରେ ନୂଆ ମୁହଁକୁ ସାମିଲ କରିପାରେ ବିଜେପି । ଅନେକ ଦିନ ଧରି ପ୍ରତାପ ଏକ ପ୍ରକାର ଏଠାରେ ସକ୍ରିୟ ନଥିବା କଥା କର୍ମୀଙ୍କ ଗ୍ରହଣରେ ଏକ ପ୍ରକାର ଆଲୋଡନ ସୃଷ୍ଟି କରିଛି । 

ଚଳିତବର୍ଷ ଦ୍ୱିତୀୟ ଥର ପାଇଁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓଡ଼ିଶା ଗସ୍ତରେ ଆସୁଛନ୍ତି । ଆସନ୍ତା ୨୮ ତାରିଖରେ ଜେପି ନଡ୍ଡା ଓଡ଼ିଶା ଗସ୍ତରେ ଆସି କନ୍ଧମାଳ ଓ ପୁରୀ ଲୋକସଭା ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଯୋଗ ଦେବେ । ଏନେଇ ରାଜ୍ୟ ବିଜେପିର ସାଧାରଣ ସମ୍ପାଦିକା ଡ.ଲେଖାଶ୍ରୀ ସାମନ୍ତସିଂହାର ସୂଚନା ଦେଇଛନ୍ତି ।ଦଳର ସଂଗଠନକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଜେପି ନଡ୍ଡା କର୍ମକର୍ତ୍ତାଙ୍କ ସହ ଆଲୋଚନା କରିବେ ।

Share this story