ନିତେଶ ଗଙ୍ଗଦେବଙ୍କୁ ନେଇ ବଢୁଛି ବିଜେପି ଚିନ୍ତା

modi dharmendra

ନିତେସ ଗଙ୍ଗଦେବ ଗଲା ଇଲେକ୍ସନରେ ସମସ୍ତଙ୍କୁ ଚମକେଇ ଦେଲେ। ସମ୍ବଲପୁର ଲୋକସଭା ଆସନରେ ଭେଟେରାନ ନଗେନ୍ଦ୍ର ପ୍ରଧାନଙ୍କୁ ବିଦା କରି ପୋଲ ଭଙ୍ଗା ମହାନ୍ତିଙ୍କୁ ଟିକଟ ଦେଇଥିଲା ଶଙ୍ଖ ଦଳ । ଏହି ନଳିନୀ ବାବୁଙ୍କ ଜମାନାରେ ଯେତିକି ପୋଲ ଭୁଶୁଡ଼ି ତାହା ଏକ ରେକର୍ଡ। ଆଉ ଠିକ ସମୟରେ କଉଁ ପୋଲର କାମ ସରିନାହିଁ । ଅବଶ୍ୟ ଯେତେ ବର୍ଷ ଗଡ଼ିବ ବାବୁଙ୍କ ପକେଟକୁ ସେତେ ଟଙ୍କା ଯିବ ବୋଲି ଭାରି ଚର୍ଚ୍ଚା ହୁଏ । ସେଥିପାଇଁ ଉପକାର ସୁଝେଇବା ଲାଗି ମହାନ୍ତି ବାବୁଙ୍କୁ ଟିକେଟ ଦେଇଥିଲେ ମୁଖ୍ୟ । ନଗେନ୍ଦ୍ରଙ୍କ ମୁହଁ ହେଇଯାଇଥିଲା ଆମ୍ବିଳା। ଏହି ସୁଯୋଗରୁ ଫାଇଦା ନେଲା ପଦ୍ମ ଦଳ । ସୁବାସ ପାଣିଗ୍ରାହୀଙ୍କୁ ଖୁସ୍ କରିବାକୁ ଯାଇ ପଦ୍ମ ଦଳ ରାଜାଘର ପୁଅ ଗଙ୍ଗଦେବଙ୍କୁ ସମ୍ବଲପୁର ଲୋକସଭା ଆସନରୁ ଟିକଟ ଦେଇଥିଲା । ଶଙ୍ଖ ଦଳିଆ ଏତେ ପଇସା ଖର୍ଚ୍ଚ କରି ବି ଭଙ୍ଗା ପୋଲ ବାବୁଙ୍କୁ ଜିତେଇପାରିଲେନି । ଗଙ୍ଗଦେବ ବାଜିମାତ କଲେ।

ଗଙ୍ଗଦେବ ଏବେ ସେହି ଗଙ୍ଗଦେବ ପଦ୍ମଦଳ ପାଇଁ ଚିନ୍ତାର କାରଣ ହେଇଚନ୍ତି। ରଜାଘର ପୁଅ ବୋଲି ବୋଧେ ଭାବି ନେଇଛନ୍ତି ଯେ ଠିଆ ହେଲେ ଭୋଟ ଅଜାଡ଼ି ପଡ଼ିବ । ସେଥ୍ ପାଇଁ କୌଣସି ଦଳୀୟ କାର୍ଯ୍ୟକ୍ରମରେ ବାବୁଙ୍କ ଦେଖା ଦର୍ଶନ ମିଳୁନି । ଭୋଟର ତ ରାଗି ପଞ୍ଚମରେ । କିନ୍ତୁ ତାଙ୍କର ଦଳର ନେତା ଓ କର୍ମୀମାନେ ଖଡ଼ଗହସ୍ତ । ଗଲା ପୌର ନିର୍ବାଚନରେ  ଦେବଗଡ଼ରୁ ବିତେଇପାରିଲେନି ଦଳକୁ । ଜିଲ୍ଲା ପରିଷଦ ନିର୍ବାଚନ କଥା ନକହିଲେ ଭଲ। 

ଆସନ୍ତା ନିର୍ବାଚନକୁ ଗଙ୍ଗଦେବଙ୍କୁ ନେଇ ଦଳ କରିବ କ’ଣ ସେଇ ଚିନ୍ତାରେ ଅଛି । ଭୋଟର ବିଗିଡ଼ି ଗଲେଣି । କର୍ମୀମାନେ ଭାରି ଖୁବ୍ଧ । ଏପରି ଅବସ୍ଥାରେ ତାଙ୍କୁ ଟିକଟ ଦବା ଅର୍ଥ ସମ୍ବଲପୁର ଆସନକୁ ଶଙ୍ଖ ଦଳ ହାତକୁ ଭୋଟ ଆଗରୁ ଟେକି ଦବା ଥୟ। ଏହି ସାଂସଦଙ୍କ କାରଣରୁ ଦଳଟା ଲୋକଙ୍କ ପାଖରେ ଭାରି ବେଜିଚ୍‌ ହେଲାଣି । ଦେଖାଯାଉ କି ନିଷ୍ପତି ନଉଚି ଦଳ ?

Share this story