ବଢିଲା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡାଙ୍କ କାର୍ଯ୍ୟକାଳ, ନଡ୍ଡାଙ୍କ ନେତୃତ୍ୱରେ ବିଜେପି ଲଢିବ ୨୦୨୪ ନିର୍ବାଚନ

j p nadda

ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦ ପାଇଁ କୌଣସି ନିର୍ବାଚନ ହେବ ନାହିଁ। ଜେପି ନଡ୍ଡାଙ୍କ କାର୍ଯ୍ୟକାଳ ୨୦୨୪ ନିର୍ବାଚନ ପର୍ଯ୍ୟନ୍ତ ବୃଦ୍ଧି କରିଛି ଦଳ । ସୂଚନାନୁସାରେ, ବର୍ତ୍ତମାନ ବିଜେପିରେ କୌଣସି ନୂତନ ଅଧ୍ୟକ୍ଷ ଆସିବେ ନାହିଁ। ଦଳ ବରିଷ୍ଠ ନେତା ଜେପି ନଡ୍ଡାଙ୍କ ନେତୃତ୍ୱରେ ଦେଶରେ ୨୦୨୪ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବ। ଗତକାଲି ଠାରୁ ଆରମ୍ଭ ହୋଇଥିବା ବିଜେପି ଜାତୀୟ କାର୍ଯ୍ୟକାରିଣୀ ବୈଠକରେ ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡାଙ୍କ କାର୍ଯ୍ୟ କାଳ ୧ବର୍ଷ ପର୍ଯ୍ୟନ୍ତ ବଢାଯାଇଛି। ବିଜେପି ଜେପି ନଡ୍ଡାଙ୍କ ନେତୃତ୍ୱରେ ଆଗାମୀ ୯ଟି ବିଧାନସଭା ଜିତିବାକୁ ଲକ୍ଷ ରଖିଛି। କାହିଁକି ନାଁ ଜେପି ନଡ୍ଡାଙ୍କ କାର୍ଯ୍ୟକାଳ ସମୟରେ ହିମାଚଳପ୍ରଦେଶ ବିଧାନସଭା ନିର୍ବାଚନ କୁ ଛାଡିଦେଲେ ଅନ୍ୟ ସବୁ ନିର୍ବାଚନରେ ଦଳ ବିଜୟ କରିଛି। 

ଏହାକୁ ମିଶାଇ ନଡ୍ଡା ଦ୍ୱିତୀୟଥର ପାଇଁ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ଚୟନ ହୋଇଛନ୍ତି । ବିଜେପିର କ୍ରମାଗତ ୨ଥର ପାଇଁ ରାଷ୍ଟ୍ରୀୟ ଅଧ୍ୟକ୍ଷ ହେବାରେ ନଡ୍ଡା ହେଉଛନ୍ତି ତୃତୀୟ ନେତା । ଏହା ପୂର୍ବରୁ ରାଜନାଥ ସିଂ, ଲାଲକୃଷ୍ଣ ଆଡଭାନୀ ଦୁଇରୁ ଅଧିକ ଥର ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିଲେ ।ମୋଦୀ ସରକାରରେ ସ୍ୱାସ୍ଥ୍ୟମନ୍ତ୍ରୀ ରହିସାରିଥିବା ଜେ.ପି ନଡ୍ଡା ଅଧ୍ୟକ୍ଷ ହେବା ପୂର୍ବରୁ ଜମ୍ମୁ-କାଶ୍ମୀର ଓ ଉତ୍ତର ପ୍ରଦେଶରେ ଦଳର ପ୍ରଭାରୀ ମହାସଚିବ ଭାବେ କାର୍ଯ୍ୟ କରିସାରିଛନ୍ତି । ନଡ୍ଡା ୨୦୧୦ ମସିହାରେ ରାଷ୍ଟ୍ର୍ରୀୟ ରାଜନୀତିରେ ପାଦ ରଖିଥିଲେ । ଏହି ସମୟରେ ନୀତିନ ଗଡକରୀ ନଡ୍ଡାଙ୍କୁ ଦଳର ସଚିବ ଭାବେ ନିଯୁକ୍ତି ଦେଇଥିଲେ ।

ଜେପି ନଡ୍ଡାଙ୍କ ଗୃହରାଜ୍ୟ ହେଉଛି ହିମାଚଳ ପ୍ରଦେଶ । ହେଲେ ଏବେ ସେଠାରେ ହୋଇଥିବା ବିଧାନସଭା ନିର୍ବାଚନରେ ବିଜେପି ପରାଜିତ ହୋଇଥିଲା । ଏହାପରେ ଜେପି ନଡ୍ଡାଙ୍କୁ ଦଳ ପୁଣିଥରେ ରାଷ୍ଟ୍ରୀୟ ଅଧ୍ୟକ୍ଷ କରିବ କି ନାହିଁ ତାକୁ ନେଇ ପ୍ରଶ୍ନ ଉଠିଥିଲା ।

Share this story