ବୁଲୁଛି ୫୦ ଜଣଙ୍କ ଲିଷ୍ଟ, କାହା ନାଁ ଏଥିରେ ଅଛି ପଢନ୍ତୁ
archana

ନାଗଫାଶରେ ପଡ଼ିଥିବା ୫୦ ଜଣଙ୍କ ତାଲିକା ଇଡି ପ୍ରସ୍ତୁତ କରିଥିବା  ଚର୍ଚ୍ଚା  ।  ଜଣ ଜଣଙ୍କୁ ଗୋଟି ଗୋଟି କରି ପଚାରିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।  ଆଗକୁ ଏହି ତାଲିକା ଆହୁରି ବଢିପାରେ । ଆଉ କିଛି ଦିନ ପରେ ଜଣେ ପରେ ଜଣେ ସମନ ପାଇ ଇଡି ଆଗରେ ହାଜର ହୋଇ ସଫେଇ ଦେବେ । ତେବେ ଇଡିର ତାଲିକାରେ ଅଛନ୍ତି ବଡ଼ ବଡ଼ ରାଜନେତା, ଶିଳ୍ପପତି, ବିଲଡର ଓ ସିନେ ତାରକା ।

ପ୍ରଥମେ ୧୫ ଜଣ ପାଖକୁ ସମନ ବା ନୋଟିସ  ଯାଇଥିବା ଚର୍ଚ୍ଚା ହେଉଛି । ଅଧିକାଂଶ ଟଙ୍କା ନେଣ ଦେଣ ନଗଦ ଆକାରରେ ହୋଇଛି । ଏପରିକି ଜଣେ ଅନ୍ୟ ଜଣଙ୍କ ପାଇଁ ମଧ୍ୟ ଦେଇଛନ୍ତି ଟଙ୍କା । ଅର୍ଚନା ନାଗ ମାମଲାରେ ପବର୍ତ୍ତନ ନିର୍ଦେଶୟାଳୟ ତାଲିକା ଦିନକୁ ଦିନ  ଲମ୍ବିବାରେ  ଲାଗିଛି ଆଉ ଏହି ତାଲିକାରେ ଅଛନ୍ତି ବରିଷ୍ଠ ନେତା ,ଅମଲା ,ବ୍ୟବସାୟୀ ,ବିଲଡର ଓ ସିନେ ତାରକା ।ଏମାନଙ୍କର ଅର୍ଚ୍ଚନାଙ୍କ ସହ କଣ ରହିଛି ସମ୍ପର୍କ  ? ଏମାନଙ୍କ ମଧ୍ୟରୁ କିଛି ବରାବର ଅର୍ଚ୍ଚନାଙ୍କ  ଘରକୁ ଯିବା ଆସିବା କରୁଥିବା ଜାଣିବାକୁ ପାଇଛି ଇଡି ।  ତେବେ କାହିଁକି  ଏମାନେ ଆସୁଥିଲେ ?  କଣ ରହିଛି ସମ୍ପର୍କ ? ଏପରିକି ଅର୍ଚ୍ଚନାଙ୍କ ଓ ସ୍ୱାମୀ ଜଗବନ୍ଧୁଙ୍କ ସହ ଏମାନେ ଏମାନଙ୍କ ଟଙ୍କା କାରବାର ହୋଇଥିବା ଖବର ଇଡି ପାଇସାରିଛି । ବ୍ୟାଙ୍କ ଆକାଉଣ୍ଟରେ ଦେଲେ କାଳେ ତଥ୍ୟ ସବୁଦିନ ପାଇଁ ରହିଯିବ ସେଥିପାଇଁ ଏମାନେ ଅର୍ଚ୍ଚନାଙ୍କୁ ହାର୍ଡ କ୍ୟାସ ଦେଉଥିଲେ ବୋଲି ଜଣା ପଡିଛି । କିଛି ଲୋକ କୁଆଡେ ଲକ୍ଷ ଲକ୍ଷ ଟଙ୍କା ଦେଇଛନ୍ତି । ଅର୍ଚ୍ଚନାଙ୍କୁ ଆଉ କିଛି ଲୋକ ଦାମୀ ସୁନା ଗହଣା ମଧ୍ୟ ଗିଫ୍ଟ କରିଛନ୍ତି  ।

ଖାଲି ସେତିକି ନୁହେଁ କିଛି ଲୋକ ଅନ୍ୟ ଜଣଙ୍କ ପାଇଁ ବି ଅର୍ଚ୍ଚନାଙ୍କୁ ଟଙ୍କା ଦେଇଥିବା ସୂଚନା ମିଳିଛି । ଆଉ ସେମାନଙ୍କ ତାଲିକା ପୁରା ପ୍ରସ୍ତୁତ କରିସାରିଲେଣି ଇଡି । ଖଗେଶ୍ଵରଙ୍କୁ ଇଡି ରିମାଣ୍ଡରେ ଆଣିବା ପରେ ଅର୍ଚ୍ଚନାଙ୍କ ଆର୍ଥିକ କାରବାର ସମ୍ପର୍କରେ ଅଧିକ ତଥ୍ୟ ପାଇଛି ।ଏହି ସମୟରେ ଖଗେଶ୍ୱର କିଛି ଲୋକଙ୍କ ନାମ କହିଦେଇଥିବା ଜଣା ପଡିଛି । ତାଙ୍କ ବୟାନ ଆଧାରରେ ଇଡି ବର୍ତମାନ ୧୫ ଜଣଙ୍କୁ ସମନ କରିଛି ।

 ଏମାନଙ୍କ ମଧ୍ୟରେ ଜଗବନ୍ଧୁ  ଅର୍ଚ୍ଚନା ଏବଂ ଖଗେଶ୍ୱରଙ୍କ ଘନିଷ୍ଠ ବନ୍ଧୁ, ପରିବାର ଲୋକେ, ଏବଂ ତାଙ୍କ ଘରେ କାମ କରୁଥିବା ସହାୟକ ମାନେ ମଧ୍ୟ ଅଛନ୍ତି । ଏହା ଛଡା କିଛି ବିଲଡର ଏବଂ ଶିଳ୍ପପତିଙ୍କ ନାମ ମଧ୍ୟ ଏହି ତାଲିକାରେ ରହିଛି । ଏମାନନଙ୍କୁ ଜେରା କରିସାରିବା ପରେ ହୁଏ ତ ଇଡି ରାଜନେତା ଓ ବରିଷ୍ଠ ଅଫିସରଙ୍କୁ ଡାକିପାରେ । ଇଡିର ତାଲିକା କଥା ଶୁଣିବା ପରେ ବଡ ବଡ ନେତା , ବିଲଡର ଏବଂ ସରକାରୀ ବାବୁଙ୍କ  ଛାତି ଧଡ଼ ଧଡ ହେବାରେ ଲାଗିଛି । ତେବେ ଆଗକୁ ଇଡିର ଅଭିଯାନ ଆହୁରି ଜୋରଦାର ହୋଇପାରେ ବୋଲି କୁହାଯାଉଛି ।

Share this story