ସାଧୁ ସାଂସଦ : ୩ ଲକ୍ଷ କାମରେ ୩୦ ହଜାର ପିସି
Fri, 5 Aug 2022
ବିକାଶ ଦିଗରେ ବାଧା ସାଜିଛି ପିସି । ୩ ଲକ୍ଷର କାମରେ ୩୦ ହଜାର ପିସି । ପିସି ମାଗୁଛନ୍ତି ସାଂସଦ ଅପରାଜିତାଙ୍କ ପ୍ରତିନିଧି ।
କେମିତି ହେବ ବିକାଶ? ସାଂସଦଙ୍କ ହାତପାଣ୍ଠିରୁ ବିକାଶମୂଳକ କାମ ପାଇଁ ଆସୁଛି ଅନୁଦାନ । ହେଲେ କାମ ପାଇଁ ଆସୁଥିବା ଟଙ୍କାରୁ ପିସି ବା ପର୍ସେଣ୍ଟେଜ୍ ମାଗୁଛନ୍ତି ସାଂସଦଙ୍କ ବ୍ଲକ ପ୍ରତିନିଧି । ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକରୁ ଆସିଛି ଏଭଳି ସଙ୍ଗୀନ୍ ଅଭିଯୋଗ । ଟାଙ୍ଗୀ ବ୍ଲକ ଲେଣ୍ଡୋ ପଞ୍ଚାୟତର ରେଙ୍ଗଟାରେ କଂକ୍ରିଟ୍ ରୋଡ୍ ପାଇଁ ଝୁନା ଦେଇ ନାମକ ଜଣେ ମହିଳାଙ୍କୁ ୩ ଲକ୍ଷ ଟଙ୍କାର ଓ୍ୱାର୍କ ଅର୍ଡର ଆସିଥିଲା ।
୨୦୨୧ ସେପ୍ଟେମ୍ବର ସୁଦ୍ଧା ରାସ୍ତା ନିର୍ମାଣ କାମ ସାରିବାକୁ ଡେଡ୍ ଲାଇନ୍ ଦିଆଯାଇଥିଲା । ହେଲେ କାମ ପାଇଁ ଖୋଲାଖୋଲି ପିସି ମାଗିଥିଲେ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ପ୍ରତିନିଧି ପ୍ରଦୋଷ ହରିଚନ୍ଦନ । ୩ ଲକ୍ଷ ଟଙ୍କାର କାମ ପାଇଁ ୧୦ ପ୍ରତିଶତ ପିସି ଦେବାକୁ ଦାବି କରୁଥିଲେ ସାଂସଦଙ୍କ ପ୍ରତିନିଧି ପ୍ରଦୋଷ ହରିଚନ୍ଦନ ।