ହିମାଚଳପ୍ରଦେଶ ଦାୟିତ୍ୱରେ ରହିବେ ମ୍ୟାଡାମ ଅପରାଜିତା !
aparajita

ଓଡିଶା ରାଜନୀତିରୁ ବିଦାୟ ନେବେ ଅପରାଜିତା ! ଓଡିଶା ଛାଡି ହିମାଚଳ ପ୍ରଦେଶର ବିଜେପ ମଙ୍ଗ ଧରିବେ ଅପରାଜିତା ! କେନ୍ଦ୍ରିୟ ନେତୃତ୍ୱ ଏନେଇ ଦେଲେଣି ସଂଙ୍କେତ । ଓଡିଶା ରାଜନୀତିରେ ପରିଚୟ କରିବା ନେଇ ଭୁବନେଶ୍ୱର ମ୍ୟାଡାମ ଦେଖିଥିବା ସ୍ୱପ୍ନ ଏବେ ସ୍ୱପ୍ନରେ ରହିଗଲା । ଖୁବଶୀଘ୍ର ରାଜ୍ୟ ବିଜେପିରୁ ଅପରାଜିତା ବିଦାୟ ନେଇପାରନ୍ତି । କେନ୍ଦ୍ର ବିଜେପି ଏନେଇ ସଂଙ୍କେତ ଦେଲେଣି । ଅପରାଜିତାଙ୍କ ଏକଲା ଚଲୋ ନୀତିରେ ରାଜ୍ୟ ବିଜେପି ନେତା ଖାପଖୁଆଇ ଚଳି ପାରୁନଥିବା ଚର୍ଚ୍ଚା ହେଉଛି । ଅନ୍ୟପଟେ ରାଜ୍ୟରେ ଯେତେବେଳେ ବିଜେପି ମହିଳା ଭୋଟବ୍ୟାଙ୍କ ସୃଦୁଢ କରିଚାଲିଛି, ସେତେବେଳେ ବିଜେପିର ଏକମାତ୍ର ଲୋକପ୍ରିୟ ଫାୟାର ବ୍ରାଣ୍ଡ ମହିଳା ନେତ୍ରୀ ଅପରାଜିତାଙ୍କ ଅନୁପସ୍ଥିତି ଅନେକ ପ୍ରଶ୍ନ ଉଠାଇଛି । 

 
ଏପରିକି ଶାସକ ଦଳ ଧାମନଗରରେ ମହିଳା ଭୋଟ ବ୍ୟାଙ୍କ ପାଇଁ ମହିଳାଙ୍କୁ ପ୍ରାଥୀ କରିଥିବା ବେଳେ ବିଜେପିର ମହିଳା ନେତ୍ରୀଙ୍କୁ ପ୍ରଚାର ବାଦ ଦେବା ଘଟଣା ସଭିଙ୍କୁ ଚକ୍କିତ କରିଛି । ମହିଳା ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ବିଜେପି ପାଖରେ ଅପରାଜିତା ଷଡଙ୍ଗୀ ରହିଥିବା ବେଳେ ଉପନିର୍ବାଚନରେ ତାଙ୍କ ଉପସ୍ଥିତି ଆବଶ୍ୟକ କରିପାରିନି ଦଳ । ଯେତେବେଳେ ବିଜେଡି ମା'ଙ୍କ କଥା କହି ସବୁବେଳେ ବିରୋଧୀକୁ ଘାଇଲା କରୁଛି, ସେତେବେଳା କାହିଁକି ଅପରାଜିତାଙ୍କୁ ହିମାଚଳ ପ୍ରଦେଶର ନିର୍ବାଚନ ଦାୟିତ୍ୱ ଦିଆଗଲା ତାହା ପ୍ରଶ୍ନବାଚୀ ହୋଇଛି । ଖାଲି ଏତିକିି ନୁହେଁ ଏହା ବିଜେପିରେ ଏକ ଷଡଯନ୍ତ୍ର ବୋଲି ଖଟିରେ ଚର୍ଚ୍ଚା ଜୋର ଧରିଛି । ଆଉ ଏଥିରୁ ଯାହା ସ୍ପଷ୍ଟ ହେଉଛି କେନ୍ଦ୍ରିୟ ନେତୃତ୍ୱ ଅପରାଜିତାଙ୍କୁ ଓଡିଶା ଛାଡି ହିମାଚଳ ରାଜନୀତିରେ ମଙ୍ଗ ଧରେଇକି ହିଁ ରହିବେ। ଅପରାଜିତାଙ୍କ ଅନୁଗତଙ୍କ ରାଜ୍ୟ ରାଜନୀତିରେ ମହିଳାଙ୍କର ସ୍ୱତନ୍ତ୍ର ଭୋଟ ରହିଛି । ଯାହାର ଫାଇଦା ବିଜେପିକୁ ସୁହାଇଥାନ୍ତା । କିନ୍ତୁ ଶେଷ ପର୍ଯ୍ୟୟରେ ବିଜେପିର ଏଭଳି ନିଷ୍ପତ୍ତି ନେବା ରାଜନୈତିକ ମହଲରେ ଜୋର ଧରିଛି ଚର୍ଚ୍ଚା । 

ଅନ୍ୟପଟେ ବିଜେପିର ଏକ ଗୋଷ୍ଠୀ ଉପନିର୍ବାଚନ ରେ ଅନୁକମ୍ପା ଫାଇଦା ନେଇ ୨୦୨୪ ପାଇଁ ନିଜ ବାଟ ପରିସ୍କାର  କରୁଥିବା ବେଳେ ଅପରାଜିତଙ୍କୁ ଅଣଦେଖା କରିବା ତାଙ୍କୁ ଗୁରୁତ୍ୱ ନ ଦେବା ରାଜ୍ୟ ବିଜେପି ପାଇଁ ଏକ ବଡ ଭୁଲ ହୋଇପାରେ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ଅପରାଜିତାଙ୍କୁ ଅନେକ ବୈଠକ ହେଉ କି ରାଲି ସବୁଠାରେ ତାଙ୍କୁ କଣଠେସା ହେବାକୁ ପଡୁଛି । କିଛି ଦିନ ପୂର୍ବରୁ ଅପରାଜିତାଙ୍କର ଭୂବନେଶ୍ୱରର ଏକ ରାଲିରେ ବିଜେପିର କୌଣସି ବରିଷ୍ଠ ନେତାଙ୍କୁ ଦେଖିବାକୁ ମିଳିନଥିଲା । ଏହା ସହ ଧାମନଗର ଓ ପଦ୍ମପୁର ଉପ ନିର୍ବାଚନରେ ଷ୍ଟାର ପ୍ରଚାରକ ତାଲିକାରେ ନାମ ଥିଲେ ମଧ୍ୟ ଧାମନଗରରେ ନିର୍ବାଚନ ପ୍ରଚାର ଛାଡି କେନ୍ଦ୍ରିୟ ବିଜେପିର ନିର୍ଦ୍ଦେଶ କ୍ରମେ ସେ ହିମାଚଳ ପ୍ରଦେଶ ବିଜେପିରେ ପ୍ରଚାର କରୁଛନ୍ତି । ତେବେ ଧାମନଗରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତିନିଥର ମାରାଥନ ପ୍ରଚାର କରିଛନ୍ତି । କୁହାଯାଉଥିଲା ସୁରଜ ଜିତିଲେ ଧର୍ମେନ୍ଦ୍ର ଓଡିଶା ରାଜନୀତିରେ ମଙ୍ଗ ଧରିବେ । ଆଉ ତାହା ମଧ୍ୟ ହେଲା । ଏଣୁ ଅପରାଜିତାଙ୍କୁ ସାଇଡ଼ ଲାଇନ କରି ଓଡିଶା ବଦଳରେ ହିମାଚଳରେ ମଙ୍ଗ ଧରିବା ନେଇ ସଂଙ୍କେତ ଦେଇଥିବା ଚର୍ଚ୍ଚା ହେଉଛି ।

Share this story