ଆସିଛି ଅଘୋଷିତ ନିର୍ଦ୍ଦେଶ : ମୁଖ୍ୟମନ୍ତ୍ରୀ ହେବେ ଅପରାଜିତା ! ଦେଖନ୍ତୁ ଏଇ ଭିଡିଓ 

aparajita

ନିଜେ କହୁନାହାନ୍ତି  କୁହାଇ ଦେଉଛନ୍ତି । ବିଜେପିର ଦୁଇ ନେତା ଏବେ ସିଏମ ରେ ସେଟ । ବିଜେଡିର ଲଢେଇବଦଳରେ ବିଜେପି ଭିତରେ ଲଢେଇ । " ମୁଁ ହେବି ଆଗାମୀ ସିଏମ "। ନିଜେ  କହୁନାହାନ୍ତି  କିନ୍ତୁ କୁହାଇ  ଦେଉଛନ୍ତି । କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ବିଜେପି ରାଷ୍ଟ୍ରୀୟ  ପ୍ରଵକ୍ତା ତଥା ଭୁବନେଶ୍ୱର ସାଂସଦ ଅପରାଜିତା ଷଢଙ୍ଗି ଏବେ ଏହା କହୁଛନ୍ତି  । 

ଏହା ଭିତରେ ଅପରାଜିତାଙ୍କ ଉପରେ ଲଗାମ ଲଗାଇବାକୁ ତଥା ଧର୍ମେନ୍ଦ୍ର ପ୍ରଧାନଙ୍କ ଅଖଣ୍ଡ ପ୍ରଭାବ ବିସ୍ତାର ପାଇଁ ନିକଟରେ ଭୁବନେଶ୍ୱରେ ହୋଇଯାଇଛି ଏକ ଉଦ୍ୟମ । ମନ୍ତ୍ରୀଙ୍କ ଖାସ ଅନୁଗତଙ୍କ ତତ୍ୱାବଧାନରେ ତଥା ଜିଲ୍ଲା ସଭାପତିଙ୍କ ଉପସ୍ତିତିରେ ଭୁବନେଶ୍ୱର ସାଙ୍ଗଠନିକ  ଜିଲ୍ଲାରେ ଆୟୋଜିତ ହୋଇଥିଲା ଏକ ବୈଠକ । ଜିଲ୍ଲାର ବିଭିନ୍ନ ବିଧାନସଭାର ୨୦୧୯ ନିର୍ବାଚନର ପାର୍ଥୀଙ୍କୁ ସମେତ ଜିଲ୍ଲା ମଣ୍ଡଳ ତଥା ବୁଥ ପଦାଧିମାନଙ୍କୁ ନେଇ ହୋଇଥିଲା ଏହି ବୈଠକ କିନ୍ତୁ ଉପସ୍ଥିତ ନଥିଲେ ସଂସଦୀୟ କ୍ଷେତ୍ରର ସାଂସଦ ଅପରାଜିତା ଷଢଙ୍ଗି । 

ବୈଠକରେ ମୂଳ ପ୍ରସଙ୍ଗ ଥିଲା ଧମେନ୍ଦ୍ରଙ୍କ ନେତୃତ୍ୱ । ଏବଂ ୨୦୧୪ରେ ଧମେନ୍ଦ୍ର ହେବେ ମୁଖ୍ୟମନ୍ତ୍ରୀ । ସେହି ଅନୁଯାଇ ସବୁ କାମ ହେବ । ବୈଠକରେ ଏହା ଆଲୋଚନା ହେଲା ଏବଂ କିଛି ଗଣ ମାଧ୍ୟମରେ ମଧ୍ୟ ଏହା ପ୍ରକାଶିତ ହେଲା  ।  ମୁଁ ହେବି ମୁଖ୍ୟମନ୍ତ୍ରୀ ବୋଲି ମନ୍ତ୍ରୀ ନିଜେ କହୁନଥିଲେ ମଧ୍ୟ ମନ୍ତ୍ରୀଙ୍କ ଖାସ ଅନୁଗତଙ୍କ ଦ୍ୱାରା ପରିଚାଳିତ ଏହି କାର୍ଯ୍ୟକ୍ରମରୁ ମନ୍ତ୍ରୀ ନିଜକୁ ପରୋକ୍ଷରେ ମୁଖ୍ୟମନ୍ତ୍ରୀ ଭାବେ ପ୍ରୋଜେଟ କରୁଥିବା ସ୍ପଷ୍ଟ ହୋଇଛି ।

 ଏହା ପରେ ପାଳି ଅପରାଜିତା ଷଢଙ୍ଗୀଙ୍କର ଥିଲା ସେ ମଧ୍ୟ ନିଜେ କିଛି ନକହି ପରୋକ୍ଷରେ ଅନେକ କିଛି କୁହାଇଦେଲେ । ଏଣେ ଅପରାଜିତା ଷଡ଼ଙ୍ଗୀ ନିର୍ଵାଚନ ପ୍ରଚାର କାର୍ଯ୍ୟରେ ଗୁଜୁରାଟ ଯାଇଥିବା ବେଳେ ଅପରାଜିତାଙ୍କ ଜଣେ ଖାସ ଅନୁଗତ ସୋସିଆଲ ମିଡ଼ିଆ ପ୍ଲାଟଫରମରେ  ମାରିଛନ୍ତି ଏକ ତେରେଛା ବାଣ । ଏହା ସ୍ପଷ୍ଟ ଭାବରେ ସେଦିନର  ଭୁବନେଶ୍ୱରରେ ଆୟୋଜିତ ବୈଠକ ଏବଂ ଧର୍ମେନ୍ଦ୍ର ପ୍ରଧାନଙ୍କୁ ମୁଖ୍ୟମନ୍ତ୍ରୀ ଚେହେରା କରିଥିବା ଉପରେ ଉପସ୍ଥାପନା କରାଯିବାର ଜବାବ ବୋଲି ଅନୁଭବ ହୋଇପାରୁଛି  । ଶାସକ ବିଜେଡି ବିରୁଦ୍ଧରେ ଲଢ଼ିବେ କଣ ଏମାନେ ନିଜ ନିଜ ଭିତରେ ଲଢ଼ୁଛନ୍ତି । ଦଳ ବ୍ୟକ୍ତି କେନ୍ଦ୍ରୀୟ ହୋଇଚାଲିଛି । ୨୦୨୪ରେ ଦଳ କିପରି ଭଲ ପ୍ରଦର୍ଶନ କରିବ କିମ୍ବା କ୍ଷମତାକୁ ଆସିବ ଚିନ୍ତା ନକରି ଏମାନଙ୍କୁ ମୁଖ୍ୟମନ୍ତ୍ରୀ ଚିନ୍ତା ଘାରିଛି ।

Share this story