ମାଳିକା, ମହାମାରୀ ସହ କଣ ରହିଛି କଳକୀଙ୍କ ସମ୍ପର୍କ ? କାହିଁକି ଏହାକୁ ନେଇ ଲୋକେ ଗମ୍ଭୀର ଓ ଭୟଭୀତ ? ଜାଣନ୍ତୁ ପୂରା ଘଟଣା

ମାଳିକା, ମହାମାରୀ ସହ କଣ ରହିଛି କଳକୀଙ୍କ ସମ୍ପର୍କ ? କାହିଁକି ଏହାକୁ ନେଇ ଲୋକେ ଗମ୍ଭୀର ଓ ଭୟଭୀତ ? ଜାଣନ୍ତୁ ପୂରା ଘଟଣା

କରୋନା କୁ ନେଇ ମିଛ ଖବର ବା ବିଭ୍ରାନ୍ତକାରୀ ଗୁଜବ ପ୍ରଚାର ହେଉଛି । ତେଣୁ ଆମେ ଆପଣଙ୍କୁ ଅନୁରୋଧ କରୁଛୁ ଯେ, ଦୟାକରି ଆପଣ କୌଣସି ଗୁଜବକୁ ବିଶ୍ୱାସ କରନ୍ତୁନାହିଁ । କରୋନା ପାଇଁ ସରକାର ଜାରି କରିଥିବା ସତର୍କତା ଅବଲମ୍ବନ କରନ୍ତୁ । ତେବେ ଆଜି ଆମେ ଆଜି ସେହି ମାଳିକା ସମ୍ପର୍କରେ ଆଲୋଚନା କରିବା ଯାହାକୁ ଆୟୁଧ କରି ପ୍ରଚାରିତ ହେଉଛି ଗୁଜବ ।

ପ୍ରଥମେ ଜାଣିବା ମାଳିକା କ’ଣ?

ବିଶାରଦଙ୍କ କହିବା ଅନୁସାରେ ମାଳିକା ହେଉଛି ସେହି ଭବିଷ୍ୟବାଣୀକୁ ନେଇ ଆଧାରିରତ ଏକ ଗ୍ରନ୍ଥ ଯାହାକୁ ବିଭିନ୍ନ ସମୟରେ ବିଭିନ୍ନ ମହାପୁରୁଷମାନେ ଉଲ୍ଲେଖ କରିଯାଇଛନ୍ତି । ହଜାର ହଜାର ବର୍ଷ ପୂର୍ବରୁ ଏହି ସବୁ ଦିବ୍ୟଗ୍ରନ୍ଥ ରଚନା କରାଯାଇଥିବା ଅନୁମାନ ସବ ବିଶ୍ୱାସ ରଖନ୍ତି ଏହାକୁ ମାନୁଥିବା ସଂପୃକ୍ତ ବର୍ଗ ବିଶେଷ । ତଥ୍ୟ କହୁଛି ମାଳିକା ଲିଖନରେ ଅଚ୍ୟୁତାନନ୍ଦ ଦାସ, ହାଡ଼ିଦାସ,ହରଦାସ ମାଳିକା,ଯଶୋବନ୍ତ ଦାସ, ଗୋସ୍ୱାମୀ ବାହୁଡ଼ା ଦାସ ଆଦି ଅନ୍ୟତମ ।
ହାଡ଼ିଦାସଙ୍କ ମାଳିକାରେ ଲେଖାଅଛି ଯେ…

ଭଇରବୀ ଡାକ ଦେବ ଲୋ ବଉଳ
ଜାଣ ଏ ଅଳପ ଦିନେ ,
ମାଳିକା ବଚନ ନ’ ହୋଇବ ଆନ
ଦେଖିବୁ ଦୁଇ ନୟନେ I୧I
ଆକାଶୁ ବଜ୍ର ପଡିବଲୋ ବଉଳ
ଜାଳିଦେବ ଭୂମଣ୍ଡଳ ,
ଶ୍ରୀ ଜଗନ୍ନାଥଙ୍କ ରତ୍ନଚାନ୍ଦୁଆରେ
ଲାଗିବ ସେ ଯେ ଅନଳ I୨I

ଏବେ ଆସନ୍ତୁ ନଜର ପକାଇବା କଳିଯୁଗ ଓ କଳକୀଙ୍କ ସମ୍ପର୍କରେ …

କଳିଯୁଗ ଓ କଳକୀ ଅବତାର
ପୁରାଣ ଅନୁସାରେ କଳିଯୁଗ ଅନ୍ତ ବେଳେ ମୂଷଳଧାରାରେ ବର୍ଷା ହେବ ଏବଂ ସଂପୂର୍ଣ୍ଣ ପୃଥିବୀ ଜଳମଗ୍ନ ହୋଇଯିବ । ଏହି ସମୟରେ ପ୍ରଳୟ ହୋଇ ପୃଥିବୀ ପୃଷ୍ଠରୁ ସମସ୍ତ ପ୍ରାଣୀଙ୍କ ଅନ୍ତ ହୋଇଯିବ । ଏହାପରେ ଦ୍ବାଦଶ ଆଜିତ୍ୟ ବା ସୂର୍ଯ୍ୟ ଏକସହ ଉଦୟ ହେବେ । ଫଳରେ ପୃଥିବୀ ପୃଷ୍ଠରୁ ଜଳ ଶୀଘ୍ର ଶୁଖିଯିବ ଏବଂ ନୂଆ ଜୀବନର ପୃଷ୍ଠଭୂମି ପ୍ରସ୍ତୁତ ହେବ । ଏଭଳି ସ୍ଥିତିରେ ମନରେ ପ୍ରଶ୍ନ ଉଠୁଥିବ ଯେ, କେବେ ଏବଂ କେତେ ବର୍ଷ ପରେ ଏହି କଳିଯୁଗ ଶେଷ ହେବ । ହିନ୍ଦୁ ଧର୍ମଗ୍ରନ୍ଥ ଭବିଷ୍ୟ ପୂରାଣରେ କୁହାଯାଇଛି ଯେ, କେଉଁ ଯୁଗର ଅବଧି କେତେ ଏବଂ କେବେ କଳିଯୁଗ ଅନ୍ତ ହେବ ।

ବିଶ୍ବାସ ରହିଛି ଯେ, ପୃଥିବୀପୃଷ୍ଠରେ ଯେତେବେଳେ ଅଧର୍ମିମାନଙ୍କର ଆତଙ୍କ ଚରମ ସୀମାରେ ପହଞ୍ଚିଯିବ ସେତେବେଳେ ପ୍ରଭୁ ବିଷ୍ଣୁ କଳକୀ ଅବତାର ନେବେ । ପ୍ରଭୁ ବିଷ୍ଣୁ ଏହି ଅବତାର ସମ୍ଭଲର ବିଷ୍ଣୁୟଶା ନାମକ ବ୍ୟକ୍ତିଙ୍କ ଘରେ ହେବ ।

ପ୍ରଭୁ ବିଷ୍ଣୁ ଦେବଦତ୍ତ ଘୋଡାରେ ଚଢି ବିଶାଳ ଖଣ୍ଡାରେ ସମସ୍ତ ପାପିମାନଙ୍କର ନାଶ କରିବେ । ପ୍ରଭୁ ବିଷ୍ଣୁଙ୍କର ୧୦ମ ଅବତାରର ଯେଉଁ ତିଥି କୁହାଯାଇଛି ସେ ଅନୁସାରେ ଶ୍ରାବଣ ମାସ ଶୁକ୍ଳ ପକ୍ଷ ପଞ୍ଚମୀ ତିଥିରେ ସେ ଜନ୍ମ ନେବେ ।

ଆମେ ଏଠାରେ ଏହି କଥା ଆଲୋଚନା କରିବର ଅର୍ଥ ଏହା ଯେ, ମାଳିକାକୁ ଧ୍ୟାନରେ ରଖି ବିଭିନ୍ନ ସମୟରେ ଭୁଲ୍ ତଥ୍ୟ ପ୍ରଘଟ କରାଯାଉଛି ତେଣୁ ସେହି ସବୁ ଗୁଜବକୁ ଗ୍ରହଣ ନ କରି ତାକୁ ପରିତ୍ୟାଗ କର ।

Share this story