୧୩ ମାସର ଝିଅକୁ ବଞ୍ଚାଇ ପାରିଲାନି ୧୬ କୋଟିର ଇଞ୍ଜେକସନ

Costly injection

ଦୁନିଆର ସବୁଠାରୁ ଦାମୀ ଇଂଜେକ୍ସନ ମଧ୍ୟ ବଞ୍ଚାଇ ପାରିଲାନି ଛୋଟ ଶିଶୁର ଜୀବନ। ଏହି ଘଟଣାଟି ଦେଖିବାକୁ ମିଳିଛି ପୁଣେର
ଏକ ୧୩ ମାସର ଶିଶୁକନ୍ୟା ଠାରେ।ଶିଶୁ କନ୍ୟାଟିର ନାମ ଥିଲା ବେଦିକା।ବେଦିକା ଏକ ବିରଳ ରୋଗରେ ପୀଡିତ ଥିଲେ। ତେବେ ବେଙ୍ଗାଲୁରୁର ଏକ ପରୀକ୍ଷଣ ଦ୍ୱାରା ଡ଼ାକ୍ତର ଜାଣିବାକୁ ପାଇଲେ ଯେ ଶିଶୁଟି ସ୍ପାଇନାଲ୍ ମସ୍କୁଲାର୍ ଆଟ୍ରୋଫି ଟାଇପ୍ ନାମକ ଏକ ସ୍ନାୟୁଜନିତ ରୋଗରେ ପୀଡ଼ିତ ଅଛି।

ଏହି ବିରଳ ରୋଗ ୮ ହଜାର ଶିଶୁଙ୍କ ମଧ୍ୟରୁ ଜଣଙ୍କୁ ହୁଏ। ଅନ୍ୟପକ୍ଷରେ ଏହି ରୋଗରେ ପୀଡିତ ଶିଶୁର ଆୟୁ ୧୮ ମାସରୁ ୨ବର୍ଷ ମଧ୍ୟରେ ହୋଇଥାଏ ଏବଂ ଦିନକୁ ଦିନ ଶରୀରର ମାଂସ ମିଳେଇବାରେ ଲାଗେ। ବେଦିକାଙ୍କୁ ଯେବେ ଏହି ରୋଗ ହୋଇଛି ବୋଲି ପରିବାର ଲୋକ ଜାଣି ଖୁବ୍ ଭାଙ୍ଗିପଡିଥିଲେ।ସଂଜୀବନି ସ୍ୱରୂପ ଆମେରିକାରେ ନିର୍ମିତ ବ୍ୟୟବହୁଳ ଟୀକା ଯାହାର ବଜାର ମୂଲ୍ୟ ୧୬ କୋଟି,ତାକୁ ଯୋଗାଡ଼ କରିବା ପାଇଁ ସୋସିଆଲ ମିଡ଼ିଆ ଓ ସରକାରଙ୍କ ସାହାଯ୍ୟ ନେଇଥିଲେ ବେଦିକାଙ୍କ ପରିବାର।

ତେବେ ଜୁନ ୧୫ରେ ଏହି ବ୍ୟୟବହୁଳ ଇଂଜେକ୍ସନ ନେଇ ୧୬ରେ ଦିସ୍ଚାର୍ଜ ହୋଇଥିଲେ ବେଦିକା।ଶରୀରରେ ସୁଧାର ଆସିଥିଲା।କିନ୍ତୁ ଗତ ରବିବାର ଶିଶୁ କନ୍ୟାଟିର ଶରୀର ବିଗିଡିଗଲା। ଅମ୍ଳଜାନ ମାତ୍ରା କମିଯିବାରୁ ପୁଣେରେ ତାଙ୍କୁ ଭର୍ତ୍ତି କରାଗଲା।ମାତ୍ର ସେ ଆଉ ବଞ୍ଚି ପାରିଲେ ନାହିଁ। ଏହି ଘଟଣା ଏବେ ସାରା ଦେଶରେ ବେଶ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହୋଇଛି ।

Share this story