ପୁରୁ​‌ଷ ଡାକ୍ତରଙ୍କୁ ଚପଲରେ ପିଟିଲେ ମହିଳା ଡାକ୍ତର: ଭିଡିଓ ଭାଇରଲ, ଦେଖନ୍ତୁ…

ପୁରୁ​‌ଷ ଡାକ୍ତରଙ୍କୁ ଚପଲରେ ପିଟିଲେ ମହିଳା ଡାକ୍ତର: ଭିଡିଓ ଭାଇରଲ, ଦେଖନ୍ତୁ…

ସମ୍ବଲପୁର: ହସ୍ପିଟାଲ ପରିସରରେ ପୁରୁଷ ଏବଂ ମହିଳା ଡାକ୍ତରଙ୍କ ମଧ୍ୟରେ ମାରପିଟ୍‌ ହେଉଛି। ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏଥିରେ ଜନୈକ ମହିଳା ଡାକ୍ତର ଜଣେ ପୁରୁଷ ଡାକ୍ତରଙ୍କୁ ଚପଲରେ ପିଟୁଥିବା ଦେଖିବାକୁ ମିଳୁଛି।

https://m.facebook.com/100004478685436/videos/1638909316268342/

ଏହାପରେ ପୁରୁଷ ଡାକ୍ତର ଜଣଙ୍କ ମଧ୍ୟ ରାଗରେ ମହିଳା ଡାକ୍ତରଙ୍କ ଉପରକୁ ଆକ୍ରମଣ କରୁଛନ୍ତି। ଘଟଣାସ୍ଥଳରେ ଥିବା ଜଣେ ଅନ୍ୟ ଜଣେ ବ୍ୟକ୍ତି ଦୁଇଜଣଙ୍କୁ ବୁଝାଉଥିବା ଦୃଶ୍ୟ ଭିଡିଓରେ ରେକର୍ଡ ହୋଇଛି। ତେବେ କେଉଁ କାରଣରୁ ଉଭୟଙ୍କ ମଧ୍ୟରେ ମାରପିଟ୍‌ ହେଉଛି, ତା’ର କାରଣ ସ୍ପଷ୍ଟ ହୋଇନାହିଁ। ଏନେଇ ଥାନାରେ ମଧ୍ୟ କୌଣସି ଅଭିଯୋଗ ହୋଇନାହିଁ। ଏହି ଭିଡିଓଟି ବୁର୍ଲା ମେଡିକାଲ କଲେଜ(ଭୀମସାର)ର ବୋଲି ଜଣାପଡିଛି। ଏହି ଭାଇରାଲ ଭିଡିଓକୁ ଚର୍ଚ୍ଚା ଜୋର ଧରିଛି।

Share this story