ଅଭାବନୀୟ: ଆଖି ବୁଜିଲେ ୩ ଭାଇଭଉଣୀ
Oct 15, 2020, 12:14 IST

ମାଲକାନଗିରି: ମାଲକାନଗିରି ଜିଲ୍ଲା କଚେଲି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ବିଷାକ୍ତ ଖାଦ୍ୟ ଖାଇ ୩ ଭାଇ ଭଉଣୀଙ୍କର ମୃତ୍ୟୁ ହୋଇଛି। ମୃତକମାନେ ହେଲେ ସୁକାନ୍ତି ମାଡ଼ି(୧୨), ସୀତାରାମ ମାଡ଼ି(୭) ଓ ଅଞ୍ଜଳି ମାଡ଼ି(୩)। ସେହିପରି ମା’ ଓ ଆଉ ଜଣେ ଝିଅ ଗୁରୁତର ଅଛନ୍ତି।
ସୂଚନା ମୁତାବକ, ମାଲକାନଗିରି ମୁଖ୍ୟ ଚିକିତ୍ସାଳୟରେ ଗୁରୁତର ଅବସ୍ଥାରେ ମା’ ଭିମେ ମାଡି ଓ ୩ ବର୍ଷର ମାଳତୀ ମାଡି ଏବେ ଚିକିତ୍ସିତ ହେଉଛନ୍ତି। ଖବରପାଇ କଚେଲି ଗାଁ’ରେ ଡାକ୍ତରୀ ଟିମ୍ ପହଞ୍ଚି ଚିକିତ୍ସା ଅରମ୍ଭ କରିଛି। ବିଷାକ୍ତ ଖାଦ୍ୟ ଖାଇବା ଯୋଗୁ ଝଡାବାନ୍ତି ହେବା ସହ ମୃତ୍ୟୁ ହୋଇଥିବା ଡାକ୍ତରୀ ଟିମ୍ ଅନୁମାନ କରୁଛି। ଏହି ଘଟଣା ପରେ ଗାଁ’ରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।