ରମେଶ ଜେନାଙ୍କ ପିଠିକୁ କିଭଳି ଛୁରୀ ମାରିଥିଲେ ପ୍ରଦୀପ ପାଣିଗ୍ରାହୀ ?

କାହିଁକି ବିଜେଡି ବିଧାୟକ ପ୍ରଦୀପ ପାଣିଗ୍ରାହୀ ଓ କଂଗ୍ରେସ ବିଧାୟକ ରମେଶ ଜେନାଙ୍କ ମଧ୍ୟରେ ରହିଛି ଅହି ନକୁଳ ସମ୍ପର୍କ?
ସୂଚନାଯୋଗ୍ୟ ଏହି ନେତା ଦ୍ବୟ ପରସ୍ପରର ମୁଖ୍ୟ ବିରୋଧୀ ଅଟନ୍ତି। ବିଧାୟକ ରମେଶ ଜେନାଙ୍କୁ ଅତୀତରେ ପ୍ରଦୀପ ସମସ୍ୟାରେ ପକାଇଛନ୍ତି। ଯାହାର ଫଳସ୍ୱରୂପ ବିଧାୟକଙ୍କ
ପିତାମାତା ବିନା କୌଣସି ଦୋଷରେ ବିବାଦରେ ଛନ୍ଦି ହୋଇ ମାନସିକ ଓ ଶାରୀରିକ ଯନ୍ତ୍ରଣା ମଧ୍ୟ ପାଇଛନ୍ତି।
କେବଳ ସେତିକି ନୁହେଁ ପ୍ରଦୀପଙ୍କ ଚକ୍ରାନ୍ତରେ ଶିକାର ହୋଇ ବିଧାୟକ ରମେଶ ମିଥ୍ୟା ଅଭିଯୋଗରେ ଜେଲ ବରଣ ବହୁବାର କରିଛନ୍ତି ବୋଲି ଏକ ଗଣମାଧ୍ୟମକୁ ସାକ୍ଷାତ ଦେଇ କହିଛନ୍ତି ରମେଶ। ତେବେ ସାନଖେମୁଣ୍ଡି ଜନସାଧାରଣ ନିଜର ବିଧାୟକଙ୍କ ଛବି ମଳିନ ହେଉଥିବାର ପ୍ରତିବାଦ କଲେ ସୁଦ୍ଧା ପୂର୍ବରୁ ପାୱାର କରିଡ଼ରରେ ଥିବା ପ୍ରଦୀପ ପାଣିଗ୍ରାହୀଙ୍କୁ ଡରି କିଏ ବିରୋଧ କରିପାରନ୍ତି ନାହିଁ।
ପ୍ରଦୀପ ପାଣିଗ୍ରାହୀ ଜଣେ ଶାନ୍ତ ସ୍ୱଭାବର ଛାତ୍ର ଥିଲେ। ଯିଏକି କରାପଲୀ ମଦମୁକ୍ତ ଆନ୍ଦୋଳନରେ ସାମିଲ ହୋଇ ସଫଳ କରାଇଥିଲେ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶୁଭଦୃଷ୍ଟି ତାଙ୍କୁ ବିଧାୟକ ପଦ ଦେଇଥିଲା। ମାତ୍ର ସେହି ପଦରେ ନିଯୁକ୍ତି ହେବାପରେ କ୍ଷମତାର ଅପବ୍ୟବହାର କରିଛନ୍ତି ବୋଲି କହିଛନ୍ତି ବିଧାୟକ ରମେଶ ଜେନା। ଏଥିସହିତ ରମେଶ ଏକ ସାକ୍ଷାତ୍କାରରେ ଆଉ ମଧ୍ୟ କହିଥିଲେ ଯେ "ସ୍ଥାନୀୟ ଅଞ୍ଚଳରେ ସେ ଏମିତି ଅନେକ ଲୋକ ଓ ରାଜନୈତିକ ବ୍ୟକ୍ତିଙ୍କୁ ହଇରାଣ କରିଥିବା ସହ ନିଜ ପଦର ଅପବ୍ୟବହାର କରି ଦୁର୍ନୀତିର କାୟା ମେଲାଇଛନ୍ତି । ଯେଉଁଥିପାଇଁ ପରବର୍ତ୍ତୀ ସମୟରେ ତାଙ୍କୁ ଜେଲକୁ ଯିବାକୁ ପଡିଛି ଓ ଦଳରୁ ବହିଷ୍କୃତ ହେଇଥିବା କହିଛନ୍ତି ରମେଶ ।