ନିହାଣ ମୁନରେ ପଥରରେ ପ୍ରାଣ ଭରୁଥିବା ଶିଳ୍ପୀ ର ପରିବାର କିଭଳି ଛାରଖାର ହୋଇଗଲା, ପଢନ୍ତୁ ?

ତାଙ୍କର ଯାଦୁଗରୀ ହାତର ସ୍ପର୍ଶରେ ପଥର ମଧ୍ୟ କଥା କହିଥାଏ।
ଦ୍ଵିତୀୟ କୋଣାର୍କ ଗଢ଼ିବା ପାଇଁ ସେ ସମସ୍ତ ପ୍ରକାର ପ୍ରସ୍ତୁତି ମଧ୍ୟ ଆରମ୍ଭ କରିଦେଇଥିଲେ।କିନ୍ତୁ ଭାଗ୍ୟର ବିଡମ୍ବନା ଯେ ସେ ବିଶିଷ୍ଟ ବ୍ୟକ୍ତି ଆମ ସମସ୍ତଙ୍କୁ ଅଧାରେ ଛାଡି ଚାଲିଗଲେ।ସିଏ ହେଉଛନ୍ତି ପୂର୍ବତନ ସାଂସଦ,ବିଶିଷ୍ଟ ପଥର ଶିଳ୍ପୀ ତଥା ପଦ୍ମ ବିଭୂଷଣ ସ୍ବର୍ଗତ ରଘୁନାଥ ମହାପାତ୍ର।ଶେଷରେ ମହାମାରୀ କରୋନା ସହ ଲଢେ଼ଇ କରି ସବୁଦିନ ପାଇଁ ଆଖିବୁଜିଲେ ଶିଳ୍ପୀ ରଘୁନାଥ।
କେବଳ ରଘୁନାଥ ନୁହନ୍ତି ତାଙ୍କର ବଡ଼ ପୁଅ ଯଶୋବନ୍ତ ଓ ମଝିଆ ପୁଅ ତଥା ପୂର୍ବତନ ରଣଜୀ ଖେଳାଳୀ ପ୍ରଶାନ୍ତ ମହାପାତ୍ର ଏହି କରୋନାରେ ମୃତ୍ୟୁ ବରଣ କରିଛନ୍ତି।ଏହି ଘଟଣା ପରେ ସମସ୍ତ ପରିବାରବର୍ଗ ଓ ଆତ୍ମୀୟସ୍ଵଜନ ଦୁଃଖରେ ଭାଙ୍ଗି ପଡିଛନ୍ତି।ଶିଳ୍ପୀ ରଘୁନାଥଙ୍କ ମୃତ୍ୟୁ ପରେ ତାଙ୍କର ୨ୟ କୋଣାର୍କ ଗଢିବାର ସ୍ବପ୍ନ ସ୍ୱପ୍ନରେ ହିଁ ରହିଗଲା।ତେବେ କରୋନା ମହାମାରୀ ତାର ପ୍ରକୋପରେ କେତେ ଯେ ପରିବାରକୁ ଉଛନ୍ନ କରିଛି ତାହାର ଜ୍ୱଳନ୍ତ ଦୃଶ୍ୟ ଏହି ଶିଳ୍ପୀ ପରିବାରରୁ ଦେଖିଲେ ପ୍ରତୀୟମାନ ହୁଏ।
ସୂଚନାଯୋଗ୍ୟ ଯେ ଯେତେବେଳେ ମହାମହିମ ରାଷ୍ଟ୍ରପତି ରଘୁନାଥ ମହାପାତ୍ରଙ୍କୁ ରାଜ୍ୟସଭାକୁ ମନୋନୀତ କରିଥିଲେ ସେହି ସମୟରେ ଶିଳ୍ପୀ ରଘୁନାଥ ସାକ୍ଷୀଗୋପଳଠାରେ ୨ୟ କୋଣାର୍କ ସ୍ଵରୂପ ଆଦିତ୍ୟ ନାରାୟଣ ମନ୍ଦିର ନିର୍ମାଣ ପାଇଁ ୧୦୦ ଏକର ଜମି କିଣିଥିଲେ।ଏମିତିକି ୨୦୧୧ ମସିହାରୁ ପ୍ରତ୍ୟକ୍ଷ ଭାବେ ରଘୁନାଥ କାର୍ଯ୍ୟ ଆରମ୍ଭ ମଧ୍ୟ କରି ଦେଇଥିଲେ।କେବଳ ନିର୍ମାଣ ଆଦି କାର୍ଯ୍ୟ ନୁହେଁ ବରଂ କାରୁକାର୍ଯ୍ୟ କ୍ଷେତ୍ରରେ ଆଗାମୀ ପିଢିଙ୍କୁ ଦକ୍ଷ କରିବା ପାଇଁ ଭୁବନେଶ୍ୱରସ୍ଥିତ ଶିଶୁପଳଗଡ଼ଠାରେ ରଘୁନାଥ ମହାପାତ୍ର ଆର୍ଟ ଆଣ୍ଡ କ୍ରାଫ୍ଟ ଅନୁଷ୍ଠାନ ଖୋଲିଥିଲେ।ଯେଉଁଠାରେ ହଜାର ହଜାର ପିଲା ଶିକ୍ଷା ଗ୍ରହଣ କରୁଥିଲେ।ଏସବୁ ମଧ୍ୟରେ ଶିଳ୍ପୀ ରଘୁନାଥଙ୍କ ହାତରେ ଗଢା ଭୁବନେଶ୍ୱର ମାଷ୍ଟରକ୍ୟାଟିନ ସ୍ଥିତ କୋଣାର୍କ ଘୋଡାର ପ୍ରତିରୂପ, ବାରବାଟୀ ଷ୍ଟାଡିୟମରେ ଐତିହ୍ୟ ପ୍ରତିରୂପ ଓ ବେଙ୍ଗାଲୁରୁର ବିଶ୍ଵରୂପ ମନ୍ଦିରରେ ହୋଇଥିବା ପଥର କାରୁକାର୍ଯ୍ୟରେ ଶିଳ୍ପୀ ରଘୁନାଥଙ୍କ ଥିଲା ଅତୁଳନୀୟ ଅବଦାନ।