ବ୍ୟୋମକେଶଙ୍କ ଭୁଲ ପାଇଁ ଫାଇନ, ପୋଲିସ କଣ ଧୂଆମୂଳା ?

ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟଙ୍କ ଗାଡିରୁ ଆଜି ୨ ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଛି। ପୁରୀ ପୁଲିସ ଏହି ଜୋରିମାନା ଆଦାୟ କରିଛି। ବିଧାୟକଙ୍କ ଗାଡି (ଓଡି ୨୨ ଏନ ୦୦୦୧) କଟକଣା ଉଲଂଘନ କରି ଶ୍ରୀ ମନ୍ଦିର ନିକଟରେ ବେଆଇନ ଭାବେ ପାର୍କିଂ ହୋଇଥିଲା। ଫଳରେ ବିଧାୟକଙ୍କ ଗାଡ଼ି ଚାଳକ ୨ ହଜାର ଟଙ୍କା ଜୋରିମାନା ଦେଇଛନ୍ତି। ଏହି ଗାଡ଼ି ବିଧାୟକଙ୍କ ମାଲିକାନାରେ ରହିଛି କିନ୍ତୁ ସେହି ଗାଡ଼ିରେ ବିଧାୟକ ଆସିଛନ୍ତି କି ନାହିଁ ତାହା ଜଣାପଡି ନାହିଁ।
ଅନ୍ୟପଟେ ପୋଲିସର ଭୂମିକା ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସାଧାରଣ ଲୋକ ପାଇଁ ଗୋଟିଏ ନିୟମ ଥିବା ବେଳେ ବିଧାୟକ ଙ୍କ ପାଇଁ ନିୟମ କଣ ଅଲଗା ତିଆରି ହୋଇଛି ବୋଲି ପ୍ରଶ୍ନ କରିଛନ୍ତି । ଭାଇରାଲ ହୋଇଥିବା ଏକ ଭିଡିଓ ରେ ଦେଖାଯାଇଛି, ପୋଲିସ ଗାଡି କୁ ପଛକୁ ଯିବାକୁ କହୁଛି ।
ଏଠାରେ ପ୍ରଶ୍ନ ଉଠୁଛି ମେଡ଼ିକାଲ ଛକ ଠାରୁ ୩ ଟି ଜାଗାରେ କଡା ଚେକିଂ ହେଉଥିବା ବେଳେ ଗାଡି ମନ୍ଦିର ନିକଟକୁ ଗଲା କେମିତି ? ଚେକିଂ ଦାୟିତ୍ବ ରେ ଥିବା ପୋଲିସ ବାବୁ ମାନେ କଣ ଗାଡିଟିକୁ ଦେଖିନାହାନ୍ତି ? ଯଦି ଦେଖିଛନ୍ତି ତେବେ ବିଧାୟକଙ୍କୁ କାହିଁକି, ସମ୍ପୃକ୍ତ ପୋଲିସ ଅଧିକାରୀଙ୍କ ବିରୋଧରେ ମଧ୍ୟ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ହେବା ଦରକାର । ଆଶା କରିବୁ ପ୍ରଶାସନ ଏ ଦିଗରେ ନଜର ଦେବ ।