କନ୍ଧମାଳ ଗସ୍ତ ଅଧାରୁ ଅସୁସ୍ଥ ହେଲେ ମନ୍ତ୍ରୀ ପ୍ରତାପ ଜେନା

Pratap jena

ପୁଣି ଥରେ ଅସୁସ୍ଥ ହେଲେ ମନ୍ତ୍ରୀ ପ୍ରତାପ ଜେନା । ଜ୍ୱର ଓ ଉଚ୍ଚ ରକ୍ତଚାପରେ ପୀଡିତ ଅଛନ୍ତି ମନ୍ତ୍ରୀ। ଅତ୍ୟଧିକ କଫ ଯୋଗୁଁ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଛନ୍ତି । କନ୍ଧମାଳ ଗସ୍ତରେ ଅଛନ୍ତି ମନ୍ତ୍ରୀ ପ୍ରତାପ ଜେନା। ମନ୍ତ୍ରୀଙ୍କ ସମସ୍ତ କାର୍ଯ୍ୟକ୍ରମ ବାତିଲ ହୋଇଥିବା ଜଣାପଡିଛି । 

ଗତ ସେପ୍ଟେମ୍ବର ୧୧ ତାରିଖ ଦିନ ମଧ୍ୟ ପ୍ରତାପ ଜେନା ଅସୁସ୍ଥ ହୋଇ ପଡ଼ିବାରୁ ତାଙ୍କୁ ଆପୋଲୋ ହସ୍ପିଟାଲରେ ଭର୍ତି କରା ଯାଇଥିଲା। ତାଙ୍କର ଦୁଇଟି ଆର୍ଟେରିରେ ବ୍ଲକେଜ୍ ହୋଇଥିବା ଜଣାପଡ଼ିବା ପରେ ଅସ୍ତ୍ରୋପଚାର ପରେ ତାଙ୍କ ହୃତ୍‌ପିଣ୍ଡରେ ଦୁଇଟି ଷ୍ଟେଣ୍ଟ ଲଗାଯାଇଥିଲା।  ନିଶ୍ବାସ ନେବାରେ କଷ୍ଟ ଅନୁଭବ କରିବାରୁ ତାଙ୍କୁ ଆପୋଲୋ ହସ୍ପିଟାଲକୁ ନିଆଯାଇଥିଲା।

 ସେଠାରେ ପରୀକ୍ଷା ପରେ ତାଙ୍କ ହୃତ୍‌ପିଣ୍ଡରେ ବ୍ଲକେଜ୍ ହୋଇଥିବା ଜଣାପଡ଼ିଥିଲା। ତେଣୁ ବିଶିଷ୍ଟ ହୃଦ୍‌ରୋଗ ବିଶେଷଜ୍ଞ ଡା. ପି.ସି ରଥ ଓ ଡା. ବ୍ରଜରାଜ ଦାସଙ୍କ ନେତୃତ୍ବରେ ତାଙ୍କର ଅସ୍ତ୍ରୋପଚାର କରାଯାଇ ଷ୍ଟେଣ୍ଟ୍‌ ଲାଗିବା ପରେ ସେ ସୁସ୍ଥତା ଅନୁଭବ କରିଥିଲେ ।

Share this story