ରାଜନୈତିକ ପଣ୍ଡିତଙ୍କ ମତ : ବିକଶିତ ଓଡିଶାର ବିନ୍ଧାଣୀ ସାଜିବେ ବବି

୨୦୨୦ ମାର୍ଚ୍ଚ ୫ରେ ବିଜୁ ପଟ୍ଟନାୟକଙ୍କ ଜନ୍ମଦିନରେ ବବିଙ୍କ ପାଇଁ ଦଳୀୟ କାର୍ଯ୍ୟାଳୟରୁ ବଡ ଘୋଷଣା କରିଥିଲେ ମାନ୍ୟବର ମୁଖ୍ୟମନ୍ତ୍ରୀ । ୨୦୨୧ ମାର୍ଚ୍ଚ ୫ ପରେ ବବିଙ୍କ ଏହି ଗୁରୁ ଦାୟିତ୍ୱର ସମୀକ୍ଷା କରିବା । ବର୍ଷକ ଭିତରେ ଅନେକ ଆହ୍ୱାନର ସାମ୍ନା କରିଥିବା ପ୍ରଣବ ପ୍ରକାଶ ଦାସ ସମସ୍ତ ଚ୍ୟାଲେଂଜକୁ ସଫଳତାର ସହ ଏଡାଇ ଆଗକୁ ବଢିପାରିଛନ୍ତି କି ନାହିଁ? ଏହି ଅବଧିରେ ରାଜନୈତିକ ଚର୍ଚ୍ଚା କମ୍, କରୋନା ଚର୍ଚ୍ଚା ଅଧିକ ହୋଇଥିଲା । ରାଜନୈତିକ ମାହୋଲ ଗରମ୍ ହୋଇନଥିଲା । ହେଲେ ପାରଦ ବଢିଲା ଯେତେବେଳେ ବାଲେଶ୍ୱର ସଦର ଏବଂ ତିର୍ତ୍ତୋଲରେ ଉପ ନିର୍ବାଚନରେ ଆବଶ୍ୟକତା ପଡିଥିଲା । କରୋନାର ଆହ୍ୱାନ ଭିତରେ ନିର୍ବାଚନ କରାଇବା ନିର୍ବାଚନ କମିଶନଙ୍କ ପାଇଁ ଯେତେ ଆହ୍ୱାନଭରା ଥିଲା, ଉଭୟ ସ୍ଥାନରେ ବିଜେଡିକୁ ଜିତାଇବାର ଗୁରୁ ଦାୟିତ୍ୱ ବବିଙ୍କ ଉପରେ ନ୍ୟସ୍ତ କରିଥିଲେ ବିଜେଡି ମୁଖିଆ ।
ବାଲେଶ୍ୱର ସଦର ଆସନ ବିଜେପି ହାତରେ ଥିଲା । ତାକୁ ବିଜେପି କ୍ୟାମ୍ପରୁ ଛଡାଇ ଆଣିବାରେ ସମର୍ଥ ହେଲା ବିଜେଡି । ସର୍ବାଧିକ ଶ୍ରେୟ ଗଲା ବବିଙ୍କୁ । କାରଣ ତାଙ୍କ ନିର୍ବାଚନ ଗୋଟିଚାଳନା ବିଜେଡି ପାଇଁ ଅଶୀର୍ବାଦ ହୋଇ ସାମ୍ନାକୁ ଆସିଲା । ସବୁ ପକ୍ଷଙ୍କୁ ଏକାଠି ରଖାଇ ସମସ୍ତଙ୍କୁ ସାଥୀରେ ନେଇ ଚାଲିବାର କଳାକୈାଶଳ ବବିଙ୍କୁ ବେଶ ଭଲଭାବେ ଜଣା ବୋଲି ପ୍ରମାଣିତ ହୋଇଥିଲା । ସେହିଭଳି ତିର୍ତ୍ତୋଲରେ ମଧ୍ୟ ବିଜେଡି ତାର ଆସନ ବଜାୟ ରଖିବାରେ ସମର୍ଥ ହେଲା । ଏହି ବର୍ଷକ ଭିତରେ ଦଳୀୟ ଚିହ୍ନରେ ହୋଇଥିବା ସମସ୍ତ ନିର୍ବାଚନରେ ବିଜେଡି ବାଜିମାତ୍ କରିଥିଲା । ବିଧାନସଭା ଆସନକୁ ଛାଡିଦେଲେ ବାବି ସବୁ ସ୍ଥାନରେ ବବି ନିର୍ବାଚନ ପରିଚାଳନାର ମଙ୍ଗ ଧରିଥିଲେ । ସବୁ ନିର୍ବାଚନରେ ସଫଳତା ବି ମିଳିଥିଲା । ଅର୍ଥାତ୍ ନିର୍ବାଚନ ପରିଚାଳନାରେ ଏହି ବର୍ଷକ ଭିତରେ ୧୦ ରୁ ୧୦ ମାର୍କ ପାଇଛନ୍ତି ବବି ଦାସ ।
ଏହି ବର୍ଷକ ଭିତରେ ଦଳ ଭିତରେ ବବିଙ୍କ ଗୁରୁତ୍ୱ ସବୁଠାରୁ ଅଧିକ ବଢିଛି । ନବୀନଙ୍କ ପରେ ବବି ହେଉଛନ୍ତି ଦଳର ସବୁଠାରୁ ବଡ ନେତା । ଏଥିରେ କୈାଣସି ଦ୍ୱନ୍ଦ୍ୱ ରହିବା ଅନୁଚିତ । ଦଳ ପରିଚାଳନାରେ ବବି ଯାହା ରଣନୀତି କରିବେ ତାହା ଚୁଡାନ୍ତ । ବରିଷ୍ଠ, କନିଷ୍ଠ ସବୁ ନେତା ଏହାକୁ ମାନିନେଇଛନ୍ତି । ତେଣୁ ବବିଙ୍କ ପାଇଁ ଦଳ ଭିତରୁ ଆଉ ସରକାର ଆଡୁ କୈାଣସି ଆହ୍ୱାନ ନାହିଁ । ନିଜ ଲକ୍ଷ୍ମଣରେଖା ମଧ୍ୟରେ ରହି ଉଭୟ ସରକାର ଆଉ ଦଳ ଭିତରେ ସାମଂଜସ୍ୟ ରକ୍ଷା କରି ବବି କାର୍ଯ୍ୟ କରୁଛନ୍ତି । ଏଥିରେ ମଧ୍ୟ ସେ ୧୦ ରୁ ୧୦ ମାର୍କ ପାଇବେ ।
ଗୋଟିଏ ଦିଗରେ ବବିଙ୍କ ଦୃଷ୍ଟି ଏଯାଏଁ ପଡିନାହିଁ ବୋଲି ଆମର ବର୍ଷକର ରିପୋର୍ଟ କାର୍ଡରୁ ସ୍ପଷ୍ଟ ଭାବେ ଜଣାପଡିଛି । ସୋସିଆଲ ମିଡିଆରେ ଦଳ ଏଯାଏଁ ପ୍ରଭାବୀ ସାବ୍ୟସ୍ତ ହୋଇନାହିଁ । ୨୦୨୪ର ନିର୍ବାଚନ ମୁଖ୍ୟତଃ ସୋସିଆଲ ମିଡିଆର ଶକ୍ତି ଉପରେ ଲଢାଯିବ । ବିଜେପି ଆଉ ବିଜେଡି ଭିତରେ ଯଦି ତୁଳନା କରାଯାଏ ତେବେ ସୋସିଆଲ ମିଡିଆରେ ବିଜେଡି ପଛରେ ରହୁଛି । ବବି ଯଦିଓ ମଇଦାନରେ ଦଳର ଶକ୍ତି ବଢାଉଛନ୍ତି, ହେଲେ ଯୁବଗୋଷ୍ଠୀ ତାଙ୍କର ଅଧିକ ସମୟ ମୋବାଇଲରେ କାଟୁଛନ୍ତି । ତେଣୁ ଏହି ଯୁବଶକ୍ତିଙ୍କୁ ଏକାଠି ରଖିବାରେ ସେମାନଙ୍କ ବିଶ୍ୱାସ ଜିତିବା ପାଇଁ ସୋସିଆଲ ମିଡିଆ ଶକ୍ତିକୁ ବ୍ୟଭହାର କରିବା ଦରକାର । ହେଲେ ଏଯାଏଁ ବିଜେଡି ଏଥିରେ ବିଫଳ ହୋଇଥିବା ଆମ ନଜରକୁ ଅସୁଛି । ତେଣୁ ବବି ସୋସିଆଲ ମିଡିଆରେ ଦଳର ଶକ୍ତି ବଢାଇବା ଉପରେ ମଧ୍ୟ ଜୋର୍ ଦେବା ଦରକାର । ଗୁରୁତ୍ୱପୁର୍ଣ୍ଣ ଦିନ ଗୁଡିକରେ ଆଉ ସରକାରୀ ସ୍ତରରେ ହେଉଥିବା ନିଷ୍ପତ୍ତି ଯେମିତି ସୋସିଆଲ ମିଡିଆରେ ଟ୍ରେଣ୍ଡ କରିବ ସେଥିପାଇଁ ଏକ ଟିମ୍ ତିଆରି କରି ବବି କାର୍ଯ୍ୟ କରିବା ଦରକାର । ଏହି ବର୍ଷକ ଭିତରେ ସବୁ ଆଡୁ ସଫଳତା ପାଇଥିବା ଏହି ନେତା ସୋସିଆଲ ମିଡିଆ ମ୍ୟାନେଜମେଂଟରେ ୧୦ ରୁ ୫ ମାର୍କ ପାଇବେ ।
ସଂଗଠନ ସଂପାଦକ ଭାବେ ବିଜେଡି ପାଇଁ ଏକ ଲଙ୍ଗଟର୍ମ ଯୋଜନା ବବି ଦଳ ପାଇଁ ପ୍ରସ୍ତୁତ କରିଛନ୍ତି । ଆଉ ଏହା ଯଦି ସଫଳତାର ସହ କାର୍ୟ୍ୟକାରୀ ହୋଇଯାଏ ଆଉ ସମସ୍ତଙ୍କର ସମର୍ଥନ ମିଳେ ତେବେ ବିଜେଡିକୁ କ୍ଷମତାକୁ ହଟାଇବା ଏତେ ସହଜ ହେବନାହିଁ । ବିଜେଡି ଦୀର୍ଘଦିନ ଯାଏଁ ଶାସନରେ ରହିବ, ଏହାର ଆଉ କୈାଣସି ଅବକାଶ ରହିବନି । ବବି ଦାସ ଭଲ ଭାବେ ଜାଣିଛନ୍ତି, ବିଜେଡିକୁ କ୍ଷମତାରେ ରଖିବାକୁ ହେଲେ ଛାତ୍ର ଆଉ ଯୁବ ସମାଜ ସହ ଯୁବ ଆଉ ଭଲ ନେତା ଦଳ ସହ ସାମିଲ ହେବା ଦରକାର । ଭିଜନ ୨୦୩୬ ଯାହା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ସ୍ୱପ୍ନ ରହିଛି, ତାକୁ ବାସ୍ତବତାର ରୁପ ଦେବା ପାଇଁ ବବି ଏବେ ବ୍ୟଗ୍ର । ସେଥିପାଇଁ ଅଧିକରୁ ଅଧିକ ଛାତ୍ର ଆଉ ଯୁବକଙ୍କୁ ଦଳ ସହ ଯୋଡିବାର କାର୍ୟ୍ୟକ୍ରମ ଆରମ୍ଭ ହୋଇଛି । ଏହାର ଛାପ ଦଳୀୟ ସଂଗଠନରେ ମଧ୍ୟ ଦେଖିବାକୁ ମିଳିଛି ।
ପ୍ରଥମ ଥର ପାଇଁ ଦଳରେ ବରିଷ୍ଠ ଉପ-ସଭାପତି ପଦ ସୃଷ୍ଟି କରାଗଲା । ଏଥିରେ ବରିଷ୍ଠ ନେତାଙ୍କୁ ସୁଯୋଗ ଦିଆଗଲା ଯେଉଁମାନେ ଦଳର ମାର୍ଗଦର୍ଶନ କରିବେ । ପରେ ଉପ-ସଭାପତିଙ୍କୁ ରଖାଗଲା, ଯାହାଙ୍କ ଉପରେ ଦଳ ବହୁତ ବର୍ଷ ଧରି ନିର୍ଭରଶୀଳ ଥିଲା । ପରେ ଯୁବଗୋଷ୍ଠୀଙ୍କୁ ଦଳର ବିଭିନ୍ନ ପଦ ପଦବୀ ଦିଆଗଲା, ଯେଉଁମାନେ ଜୋରେ ଦୈାଡିପାରିବେ, ଯେଉଁମାନେ ଦଳକୁ ନୁଆ ବିଚାରଧାରା ସହ ଯୋଡି ଶକ୍ତିଶାଳୀ କରିପାରିବେ । ଏହାପଛରେ ପ୍ରଣବ ପ୍ରକାସ ଦାଶଙ୍କର ଏକ ବଡ ଚିନ୍ତାଧାରା କାର୍ୟ୍ୟ କରିଥିଲା । ଦଳକୁ ଆଗକୁ ବଢାଇବାକୁ ହେଲେ ନୁଆ ନୁଆ ଚିନ୍ତାଧାରା ସହ ଟେକ୍ନୋଲୋଜୀକୁ ବୁଝୁଥିବା ନେତା ଦରକାର । ବାସ୍ ଏହାକୁ କାର୍ୟ୍ୟକାରୀ କରାଇ ଦଳ ପାଇଁ ଏକ ଲଙ୍ଗ ଟର୍ମ ପଲିସି ଧରି ଟାର୍ଗେଟ ନିର୍ଦ୍ଧାରଣ କରିଦେଲେ ବବି ଦାସ । ଏହି ପଲିସି ୧୦ ରୁ ୧୦ ମାର୍କ ପାଇବ ।
୨୦୨୨ ପଂଚାୟତ ନିର୍ବାଚନ ବବିଙ୍କ ପାଇଁ ହେବ ପରୀକ୍ଷା । ଛାତ୍ର ଏବଂ ଯୁବ ସଂଗଠନକୁ ଶକ୍ତିଶାଳୀ କରାଇ କିଭଳି ଭୋଟ ରାଜନୀତିରେ ପ୍ରତିପକ୍ଷଙ୍କୁ ପଛରେ ରଖାଯାଇପାରିବ, ତାର ଟେଷ୍ଟ ଦେବେ ଏହି ନେତା । ଅନୁମାନ କରାଯାଉଛି ସଫଳତାର ସହ ଏହି ପରୀକ୍ଷାକୁ ଅତିକ୍ରମ କରି ଏହି ନେତା ବିଜେଡିର ଭବିଷ୍ୟତ ହେବାକୁ ଯାଉଛନ୍ତି । ଅର୍ଥାତ୍ ଏହି ନେତା ଯେବେ ଯାଏଁ ଦଳର ସଂଗଠନ କଥା ବୁଝିବେ ସେବେଯାଏଁ ଦଳ କ୍ଷମତା ରଜନୀତିରେ ରହିଥିବ । ରାଜନୈତିକ ପଣ୍ଡିତଙ୍କ ମତ ଅନୁସାରେ, ଆଗାମୀ ଦଶନ୍ଧି ଦଶନ୍ଧି ଧରି ବିଜେଡିକୁ ସଂଗଠିତ ଆଉ ସୁଦୃଢ କରି ରଖିବାରେ ଏହି ନେତା ହିଁ ସଫଳ ହେବେ, ନବୀନଙ୍କ ସ୍ୱପ୍ନକୁ ପୁରଣ କରିବା ସହ ଏକ ବିକଶିତ ଓଡିଶାର ବିନ୍ଧାଣୀ ସାଜିବେ ।