ମୋଦିଙ୍କ ରୋଡ଼ ସୋ’ ବେଳେ ବିଦ୍ୟୁତକାଟକୁ ନେଇ କାଦୁଅଫିଙ୍ଗା ଆରମ୍ଭ

ମୋଦିଙ୍କ ରୋଡ଼ ସୋ ଚାଲିଥିବା ବେଳେ ରାଜଧାନୀରେ ବିଦ୍ୟୁତ କାଟ କୁ ନେଇ ବିଜେପି ଓ ବିଜେଡି ମଧ୍ୟରେ କଥା କଟାକଟି ସାଙ୍ଗକୁ କାଦୁଅଫିଙ୍ଗା ଆରମ୍ଭ ହୋଇଛି । ବିଜେପି ନେତା ଗୋଲଖ ମହାପାତ୍ର ଓ ସମୀର ମହାନ୍ତି ନେଇ ଏ ନେଇ ସିଧାସଳଖ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ଆକ୍ଷେପ କରିବା ସହ ସୋସିଆଲ ମିଡ଼ିଆ ରେ ମଧ୍ୟ ପୋଷ୍ଟ କରିଛନ୍ତି । ମୋଦିଙ୍କ ଲୋକପ୍ରିୟତା ରେ ଅସହିଷ୍ଣୁ ହୋଇ ବିଜେଡି ସରକାର ରାଜଧାନୀ ରେ ବିଦ୍ୟୁତକାଟ କରିଥିବା ଘଟଣା ସେ ଅଭିଯୋଗ ଆଣିଛନ୍ତି । ଆଉ ମାତ୍ର ୩୭ ଦିନ ପରେ ରାଜ୍ୟ ସରକାର ଗାଦିଚ୍ୟୁତ ହେବେ ବୋଲି ଚେତାବନୀ ଦେଇଛନ୍ତି ଗୋଲଖ ।
ସେହିପରି ଏହାକୁ ଖଣ୍ଡନ କରିଛି ବିଜେଡି । ଏଭଳି ହୀନ ରାଜନୀତିରେ ବିଜେଡି କେବେ ବିଶ୍ୱାସ କରେନାହିଁ ବୋଲି ନିମାପଡା ବିଧାୟକ ସମୀର ଦାସ କହିଛନ୍ତି । ଲୋକପ୍ରିୟତା ହ୍ରାସ ହେଉଥିବାରୁ ବିଜେଡି ନେତା ବାଉଳିଚାଉଳି ହେଉଥିବା ସେ କହିଛନ୍ତି । ସୂଚନାଯୋଗ୍ୟ ୫.୩୦ ସମୟରେ ମୋଦିଙ୍କ କାରକେଡ଼ ବରମୁଣ୍ଡା ପଡିଆ ଅଭିମୁଖେ ଯାଇଥିଲା । କିଛିବାଟ ଯିବାପରେ ଗଙ୍ଗନଗର ଛକ ନିକଟରେ ଲାଇନ କଟିଯାଇଥିଲା ।