ଆଜି ପ୍ରକାଶ ପାଇବ +୨ କଳା ରେଜଲ୍ଟ: କେମିତି ଜାଣିବେ ଫଳ, ଏଇଠି କ୍ଲିକ୍ କରନ୍ତୁ…
Sat, 5 Sep 2020

ଭୁବନେଶ୍ୱର: +୨ ଆଜି କଳା ଓ ଧନ୍ଦାମୂଳକ ବିଭାଗର ପରୀକ୍ଷା ଫଳ ଶନିବାର ଅପରାହ୍ଣ ୪ଟାରେ ପ୍ରକାଶ ପାଇବ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଉଭୟ ବିଭାଗର ପରୀକ୍ଷାଫଳ ଉନ୍ମୋଚନ କରିବେ। ଏହାପରେ ଛାତ୍ରଛାତ୍ରୀ www.orissaresults.nic.in ଓ୍ୱେବସାଇଟରେ ସେମାନଙ୍କ ରୋଲ୍ ନମ୍ବର ଓ ଆବଶ୍ୟକ ତଥ୍ୟ ଦେଇ ପରୀକ୍ଷା ଫଳ ଜାଣିପାରିବେ। ଚଳିତ ବର୍ଷ ୨ ଲକ୍ଷ ୨୭ ହଜାର ଛାତ୍ରଛାତ୍ରୀ କଳା ବିଭାଗରେ ପରୀକ୍ଷା ଦେଇଛନ୍ତି। ସେହିଭଳି ଧନ୍ଦାମୂଳକ ବିଭାଗରେ ୮ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ସୂଚନା ମିଳିଛି।