ପିପିଲି ଉପନିର୍ବାଚନ କଂଗ୍ରେସ ବିଧାୟକ ପ୍ରାର୍ଥୀ କାବୁ ମଙ୍ଗରାଜଙ୍କୁ କରୋନା
Apr 10, 2021, 11:52 IST

କଂଗ୍ରେସ ଦଳକୁ ବଡ଼ ଝଟକା । ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁହୁ ବଢିବାରେ ଲାଗିଥିବା ବେଳେ ପିପିଲିରେ ଉପନିର୍ବାଚନରେ ଶୋଭାଯାତ୍ରା ସମାବେଶରେ ପିପିଲିରେ କରୋନା କାୟା ବିସ୍ତାର କରିବାର ଆଶଙ୍କା ସୃଷ୍ଟି କରିଛି। ଏହାରି ଭିତରେ ପିପିଲି ଉପନିର୍ବାଚନ ପାଇଁ କଂଗ୍ରେସ ବିଧାୟକ ପ୍ରାର୍ଥୀ ଅଜିତ ମଙ୍ଗରାଜ କରୋନାରେ ଆକ୍ରାନ୍ତ ହୋଇଛନ୍ତି।
ଅଜିତ ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ଡେଲାଙ୍ଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭତ୍ତି କରାଯାଇଥିଲା। ସେଠାରେ ତାଙ୍କ ସ୍ଥିତି ନସୁଧୁରିବାରୁ ଅଜିତଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ସ୍ୱାବ ପରୀକ୍ଷା ପରେ ତାଙ୍କୁ କରୋନା ହୋଇଥିବା ଜଣାପଡ଼ିଛି। ଏହାପରେ କଂଗ୍ରେସ ମହଲରେ ଏକପ୍ରକାର ନିରାଶା ଦେଖାଦେଇଛି।