ସବାସ୍ ଓଡ୍ରାଫ ଟିମ୍‌: ଅପରେସନ୍ ବେବି ସଫଳ

ସବାସ୍ ଓଡ୍ରାଫ ଟିମ୍‌: ଅପରେସନ୍ ବେବି ସଫଳ

ବୌଦ୍ଧ: ଜୀବନକୁ ବାଜି ଲଗାଇ ଅସମୟରେ ଲୋକଙ୍କ ସାଥୀରେ ଛିଡ଼ା ହେଉଥିବା ଓଡ୍ରାଫ ଟିମ୍‌ ବୁଧବାର ଆଉ ଜଣେ ଶିଶୁର ଜୀବନ ବଞ୍ଚାଇଛନ୍ତି। ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ବୁରୁବୁଡା ଗ୍ରାମରେ ପାଣି ଭିତରେ ପଥର ସନ୍ଧିରେ ୫ବର୍ଷ ଶିଶୁର ଗୋଡ଼ ଫସି ରହିଥିବା ଖବର ପାଇ ଓଡ୍ରାଫ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଶିଶୁକୁ ଉଦ୍ଧାର କରିଛନ୍ତି।

ସୂଚନା ଅନୁଯାୟୀ, ବୁଧବାର ସକାଳୁ ସାଙ୍ଗମାନଙ୍କ ସହ ଗ୍ରାମର ଉକ୍ତ ୫ବର୍ଷର ଶିଶୁ ଗାଧୋଇବାକୁ ଯାଇଥିଲା। ଗାଧୋଉଥିବା ସମୟରେ ଶିଶୁର ଗୋଡ଼ ପଥର ସନ୍ଧିରେ ଫଶି ଯାଇଥିଲା। ବହୁ ଚେଷ୍ଟା ପରେ ବି ପଥର ସନ୍ଧିରୁ ଶିଶୁ ଗୋଡ଼କୁ ବାହାର କରାଯାଇ ନ ପାରିବାରୁ ଓଡ୍ରାଫ୍‌ ଟିମ୍‌ଙ୍କୁ ଖବର ଦିଆଯାଇଥିଲା। ଖବର ପାଇ ଓଡ୍ରାଫ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଶିଶୁର ଗୋଡ଼କୁ ପଥର ସନ୍ଧିରୁ ବାହାର କରିବାକୁ ଚେଷ୍ଟା କରିଥିଲେ। ପାଖାପାଖି ୩ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ପରେ ଶିଶୁର ଗୋଡ଼କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା।

Share this story