ଆଉ ଏକ ଲଘୁଚାପ ସମ୍ଭାବନା: ୩୧ ପରେ ପୁଣି ଭିଜିବ ଓଡ଼ିଶା

ଆଉ ଏକ ଲଘୁଚାପ ସମ୍ଭାବନା: ୩୧ ପରେ ପୁଣି ଭିଜିବ ଓଡ଼ିଶା

ଭୁବନେଶ୍ୱର: ଦୁର୍ବଳ ହୋଇଛି ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ। ତେଣୁ ଦଶହରାରେ ପାଗ ଶୁଖିଲା ରହିବ। କିନ୍ତୁ କୁମାର ପୂର୍ଣ୍ଣିମା ପରେ ଆଉ ଏକ ଲଘୁଚାପ ସୃଷ୍ଟି ହେବ। ଏହା ପ୍ରଭାବରେ ପୁଣି ରାଜ୍ୟରେ ବର୍ଷା ହେବ ବୋଲି କୃଷି ପାଣିପାଗ ବିଶାରଦ ଡ. ସୁରେନ୍ଦ୍ରନାଥ ପଶୁପାଳକ ପୂର୍ବାନୁମାନ କରିଛନ୍ତି।

ସୂଚନାନୁଯାୟୀ ଆସନ୍ତା ନଭେମ୍ବର ପହିଲା ପର୍ଯ୍ୟନ୍ତ ରାଜ୍ୟରେ ପାଗ ଶୁଖିଲା ରହିବ। ରାତିର ସର୍ବନିମ୍ନ ତାପମାତ୍ରା ଆସନ୍ତା ୨୭ ତାରିଖଠାରୁ କମିବ। ୨୯ ତାରିଖରେ ରାଜ୍ୟର ଅଧିକାଂଶ ସ୍ଥାନରେ ରାତିର ତାପମାତ୍ରା ୨-୩ ଡିଗ୍ରୀ କମିବା ଫଳରେ କୁମାର ପୂର୍ଣ୍ଣିମାରେ ହାଲୁକା ଶୀତ ଅନୁଭୂତ ହେବ।

ତେବେ ଆସନ୍ତା ୩୧ ତାରିଖବେଳକୁ ଉତ୍ତର ଆଣ୍ଡାମାନ ସାଗରରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ବର୍ତ୍ତମାନ ସକ୍ରିୟ ଥିବା ସାଉତେଲ ବାତ୍ୟା ଭିଏତନାମରେ ଆସନ୍ତା ୨୯ ତାରିଖରେ ସ୍ଥଳଭାଗ ଛୁଇଁଲା ପରେ ତା’ର କିଛି ଅଂଶ ବିଶେଷ ବଙ୍ଗୋପସାଗରକୁ ଆସି ଲଘୁଚାପ ସୃଷ୍ଟି କରିପାରେ। ସାଉତେଲ ସମୁଦ୍ର ଭିତରେ ଶୀଘ୍ର ଦୁର୍ବଳ ହେଲେ ଆଣ୍ଡାମାନ ସାଗରରେ ୩ ଦିନ ଆଗରୁ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ନେଇ ଡ. ପଶୁପାଳକ ପୂର୍ବାନୁମାନ କରିଛନ୍ତି।

Share this story