କରୋନା ପାଇଁ ରାଜ୍ୟ ସରକାର ଜାରି କଲେ ନୂଆ ଗାଇଡ୍ଲାଇନ୍: ବଦଳିଲା ଏସବୁ ନିୟମ

ଭୁବନେଶ୍ୱର: କରୋନା ପାଇଁ ରାଜ୍ୟ ସରକାର ଜାରି କରିଛନ୍ତି ନୂଆ ଗାଇଡ୍ଲାଇନ୍। ତଦନୁଯାୟୀ ଭୁବନେଶ୍ବର ଓ କଟକରେ ଅକ୍ଟୋବର ମାସରେ ସମସ୍ତ ସରକାରୀ ଅଫିସ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ କାର୍ଯ୍ୟ କରିବ। ଏଥିସହ ପ୍ରତ୍ୟେକ ଶନିବାର ରାଜ୍ୟର ସମସ୍ତ ସରକାରୀ ଅଫିସ୍ ଛୁଟି ରହିବ। ଏ ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି।
ଜରୁରୀ ସେବା ସହ ଜଡ଼ିତ କାର୍ଯ୍ୟାଳୟ ଓ ଏସ୍ଆରସି ଅଫିସ, ଓସ୍ଡମା, ପୋଲିସ, ଅଗ୍ନିଶମ ବିଭାଗ, ସ୍ବାସ୍ଥ୍ୟ ବିଭାଗ, ପୌରସଂସ୍ଥା ଆଦି ସରକାରୀ ସଂସ୍ଥା ସମସ୍ତ କର୍ମଚାରୀଙ୍କୁ ନେଇ କାର୍ଯ୍ୟ କରିବ। ଭୁବନେଶ୍ବର ଓ କଟକରେ ସମସ୍ତ ଅଫିସ୍ ଖୋଲା ରହିବ। ହେଲେ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ କାର୍ଯ୍ୟାଳୟ କାର୍ଯ୍ୟ କରାଯିବ। ଅଧିକାରୀମାନେ କାର୍ଯ୍ୟାଳୟ ଆସିବା ସହ କେଉଁ ୫୦ ପ୍ରତିଶତ କର୍ମଚାରୀ କେବେ ଆସିବେ ତାହା ନିଷ୍ପତ୍ତି ନେବେ। ମାତ୍ର ଅଫିସ କାର୍ଯ୍ୟରେ କୌଣସି ଅସୁବିଧା ନ ହେବା ନେଇ ଦାୟିତ୍ବରେ ଥିବା ଅଧିକାରୀ ନିଶ୍ଚିତ କରିବେ।