ମୁଁ ସବୁବେଳେ ଆପଣଙ୍କ ସହ ରହିଛି: ମୁଖ୍ୟମନ୍ତ୍ରୀ

ମୁଁ ସବୁବେଳେ ଆପଣଙ୍କ ସହ ରହିଛି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ତିର୍ତ୍ତୋଲ ଉପନିର୍ବାଚନର ପ୍ରଚାର ମୈଦାନକୁ ବୁଧବାର ଓହ୍ଲାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଡିଜିଟାଲ ପ୍ଲାଟଫର୍ମରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି।

ଏହି ଭର୍ଚୁଆଲ ପ୍ରଚାର ମାଧ୍ୟମରେ ଦଳୀୟ ପ୍ରାର୍ଥୀ ବିଜୟ ଶଙ୍କର ଦାସଙ୍କ ପାଇଁ ପ୍ରଚାର କରିବା ଅବସରରେ ସେ କହିଛନ୍ତି, ଖାଦ୍ୟ ସୁରକ୍ଷା କ୍ଷେତ୍ରରେ ରାଜ୍ୟ ଉଲ୍ଲେଖନୀୟ ପ୍ରଦର୍ଶନ କରିଛି। ତିର୍ତ୍ତୋଲର ଜନ ସାଧାରଣ ବିଜୁ ପରିବାର ସହ ରହି ଆସିଛନ୍ତି ଓ ଆଗାମୀ ଦିନରେ ମଧ୍ୟ ବିଜୁ ଜନତା ଦଳ ପ୍ରତି ନିଜର ସମର୍ଥନ ରଖିବେ।

ସେ ଆହୁରି ମଧ୍ୟ କହିଛନ୍ତି, “ମୁଁ ସବୁବେଳେ ଆପଣଙ୍କ ସହ ରହିଛି। ଆପଣଙ୍କ ସ୍ବାସ୍ଥ୍ୟ ସୁରକ୍ଷାକୁ ଆଖିରେ ରଖି ଭିସିରେ ସାମିଲ ହୋଇଛି। ଶିକ୍ଷା ଓ ସ୍ବାସ୍ଥ୍ୟର ବିକାଶ ଆମର ଲକ୍ଷ୍ୟ। ନୂଆ ରୋଜଗାର ସୃଷ୍ଟି ପାଇଁ ସରକାର ଗୁରୁତ୍ବ ଦେଉଛନ୍ତି। ଗତ ୮ ମାସ ଭିତ​‌ରେ ରାଜ୍ୟକୁ ଅନେକ ଶିଳ୍ପ ଆସିଛି। ମିଶନ ଶକ୍ତି ଜରିଆରେ ମାଆମାନେ ବିକାଶର ନୂଆ ପରିଚୟ ସାଜିଛନ୍ତି।”

Share this story