୨ରୁ ରାଜଧାନୀର ୧୭ଟି ରୁଟ୍‌ରେ ଚାଲିବ ‘ମୋ ବସ୍‌’

୨ରୁ ରାଜଧାନୀର ୧୭ଟି ରୁଟ୍‌ରେ ଚାଲିବ ‘ମୋ ବସ୍‌’

ଭୁବନେଶ୍ୱର: ଶନିବାର ମଧ୍ୟରାତ୍ରରେ ଅନ୍‌ଲକ୍‌-୫ ଶେଷ ହେଉଛି। ଏହି ପରିପ୍ରେକ୍ଷୀରେ ନଭେମ୍ବର ୨ ତାରିଖଠାରୁ ରାଜଧାନୀ ଭୁବନେଶ୍ୱରରେ ଆହୁରି ୧୭ଟି ରୁଟରେ ‘ମୋ ବସ୍‌’ ଚାଲିବ। ‘ମୋ ବସ୍’ ସେବା ପରିଚାଳନା କରୁଥିବା କ୍ୟାପିଟାଲ୍‌ ରିଜିଅନ୍‌ ଅର୍ବାନ୍‌ ଟ୍ରାନ୍ସପୋର୍ଟ(କ୍ରୁଟ) ପକ୍ଷରୁ ଏହି ସୂଚନା ଦିଆଯାଇଛି।

କ୍ରୁଟ୍ ତରଫରୁ ଦିଆଯାଇଥିବା ସୂଚନା ଅନୁସାରେ ରୁଟ୍‌ ନମ୍ବର ୧୧, ୧୨, ୧୬, ୧୭, ୧୮, ୧୯, ୨୦, ୨୨, ୨୩, ୨୪, ୨୫, ୨୭, ୨୮, ୩୦, ୩୩, ୫୦ ଓ ୭୦ରେ ମୋ ବସ୍‌ ଚାଲିବ। ଯାତ୍ରୀମାନଙ୍କୁ ବାଧ୍ୟତାମୂଳକ ଭାବେ ମାସ୍କ ପିନ୍ଧିବାକୁ ପଡ଼ିବ। ମାସ୍କ ପିନ୍ଧି ନ ଥିଲେ ବସ୍‌ ଭିତରକୁ ପ୍ରବେଶ ଅନୁମତି ମିଳିବନାହିଁ।

ସୂଚନାଯୋଗ୍ୟ, ରାଜଧାନୀ ଭୁବନେଶ୍ୱରରେ ‘ମୋ ବସ୍‌’ ସେବା ମହାମାରୀ କରୋନା ଯୋଗୁଁ ପ୍ରଭାବିତ ହୋଇଛି। ଏହି ବସ୍‌ ସେବା ବନ୍ଦ ଥିବାରୁ ସାଧାରଣ ଲୋକଙ୍କୁ ଯାତାୟାତରେ ବହୁ ଅସୁବିଧା ହେଉଛି।

Share this story