Exclusive ଚକ୍କରରେ ହରଡ଼ଘଣାରେ ଗଣମାଧ୍ୟମ : ହାଇଦରକୁ କରୋନା

Exclusive ଚକ୍କରରେ ହରଡ଼ଘଣାରେ ଗଣମାଧ୍ୟମ : ହାଇଦରକୁ କରୋନା

ଗ୍ୟାଙ୍ଗଷ୍ଟାର ହାଇଦରକୁ କରୋନା । ହାଇଦର ର କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିବା ସୂଚନା ମିଳିଛି । ଏହାପରେ ତାର ରିମାଣ୍ଡ କୁ ସ୍ଥଗିତ ରଖାଯାଇଛି । ୭ ଦିନିଆ ରିମାଣ୍ଡ ରେ ଯିବାର ଥିଲା ହାଇଦର । ଚୌଦ୍ୱାର ର ଆଇଶୋଲେସନ ୱାର୍ଡ ରେ ତାକୁ ରଖାଯାଇଛି । ତାକୁ ଧରିଥିବା ଇନ୍ସପେକ୍ଟର ରଶ୍ମୀ ମହାପାତ୍ର ମଧ୍ୟ ଆଇଶୋଲେସନରେ ଥିବା ଜଣାପଡିଛି । ଏହି ଖବର ପ୍ରଚାର ହେବା ପରେ ପୋଲିସ ଓ ଗଣମାଧ୍ୟମ ମଧ୍ୟରେ ଛନକା ପଶିଛି । କାଲି ହାଇଦର ଖବର ପରିବେଷଣ ପାଇଁ ମିଡିଆ ମାନଙ୍କ ମଧ୍ୟରେ ଏକ ପ୍ରକାର ପ୍ରତିଯୋଗିତା ଦେଖାଯାଇଥିଲା । ଏୟାରପୋର୍ଟ ରୁ ହାଇକୋର୍ଟ, ବଡ଼ ମେଡ଼ିକାଲ ସବୁଠି ଭୟଙ୍କର ଭିଡ଼ ପରିଲକ୍ଷିତ ହୋଇଥିଲା । ଭୁବନେଶ୍ୱର ର ଅଧିକାଂଶ ସାମ୍ବାଦିକ ମଧ୍ୟ exclusive ଚକ୍କର ରେ କଟକ ଚାଲିଯାଇଥିଲେ । ଏବେ କିନ୍ତୁ ହାଇଦର ପଜିଟିଭ ଖବର ଶୁଣି ସମସ୍ତଙ୍କ ଅକଲ ଗୁଡୁମ ? କରିବେ କଣ ? ଉଣା ଅଧିକେ ସଭିଏଁ ତା ସଂସ୍ପର୍ଶରେ ଆସିଛନ୍ତି । ସେହିପରି ପୋଲିସ କର୍ମଚାରୀ ମାନେ ମଧ୍ୟ ହାଇଦରକୁ କର୍ଡନ କରି ଆଣିଥିବାରୁ ସେମାନଙ୍କୁ ମଧ୍ୟ କୋଭିଡରୁ ସୁରକ୍ଷିତ ରହିବାର ଆବଶ୍ୟକତା ରହିଛି ।

ହାଇଦରକୁ ରିମାଣ୍ଡରେ ନେଇ ଫେରାର ହେବାର ଗୁମର ଖୋଲିବ କମିଶନରେଟ ପୋଲିସ । ହାଇଦର କେମିତି ଫେରାର ହେଲା ତା ଏବେ ବି ସସପେନ୍ସ ରହିଛି । ହାଇଦର ଫେରାର ହେବା ପଛରେ କାହା କାହା ସଂପୃକ୍ତି ରହିଛି ସେ ନେଇ ଖୋଳତାଡ଼ କରିବ ପୁଲିସ । ହାଇଦର ଏସସିବିରୁ ଫେରାର୍ ଘଟଣାରେ ୭ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଥିଲା ପୋଲିସ । ୭ ଜଣଙ୍କ ମଧ୍ୟରୁ ୨ ଜଣଙ୍କୁ ଏବେ ପୋଲିସ କୋର୍ଟ ଚାଲାଣ କରିଛି । ଅଟକଙ୍କ ମଧ୍ୟରେ ୩ ଜଣ ମହିଳା ଥିବା ସୂଚନା ମିଳିଛି । ହାଇଦରକୁ ରିମାଣ୍ଡରେ ଆଣି ପଚରାଉଚରା ପରେ ପୂରା ଷଡଯନ୍ତ୍ର ଉପରୁ ପରଦା ହଟିବ । ଆଉ ଦୋଷୀଙ୍କ ବିରୋଧରେ କଡା କାର୍ୟ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ପୋଲିସ କମିଶନର ।

ଗତ ୧୦ ତାରିଖରେ ହାଇଦର ଏସସିବିର ସର୍ଜରୀ ୱାର୍ଡରୁ ଫେରାର୍ ହୋଇ ଯାଇଥିଲା । ହାଇଦର ଫେରାର୍ ପରେ ତାକୁ ଧରିବାକୁ ପୋଲିସ ସକ୍ରିୟ ହୋଇ ପଡ଼ିଥିଲା । ରାଜ୍ୟ ବାହାର ବିଭିନ୍ନ ସ୍ଥାନରେ କଟକ ପୋଲିସର ୬ଟି ଟିମ୍ ରେଡ୍ ଜାରି କରିଥିଲା । ଗୁରୁବାର ତେଲଙ୍ଗାନାରେ ସାଙ୍ଗାରେଡ୍ଡୀ ଜିଲ୍ଲାରୁ ସ୍ଥାନୀୟ ପୋଲିସ ସହାୟତାରେ ହାଇଦରକୁ ଗିରଫ କରିବାରେ ସଫଳ ହୋଇଥିଲା କଟକ ପୋଲିସର ସ୍ୱତନ୍ତ୍ର ଟିମ୍ ।

Share this story