ହାରିଗଲେ ଆଉ ଜଣେ କରୋନା ଯୋଦ୍ଧା: କୋରାପୁଟ ଟାଉନ ଥାନା ଆଇଆଇସିଙ୍କ ମୃତ୍ୟୁ

ହାରିଗଲେ ଆଉ ଜଣେ କରୋନା ଯୋଦ୍ଧା: କୋରାପୁଟ ଟାଉନ ଥାନା ଆଇଆଇସିଙ୍କ ମୃତ୍ୟୁ

କୋରାପୁଟ: କୋରାପୁଟ ଟାଉନ ଥାନାରେ କାର୍ଯ୍ୟରତ ଆଇଆଇସି ପୀତବାସ ଧାରୁଆଙ୍କର ଗୁରୁବାର ସକାଳେ କାରଣରେ ମୃତ୍ୟୁ ହୋଇଛି। ଗତ ୨୦ ଦିନ ପୂର୍ବେ ସେ କରୋନା ଆକ୍ରାନ୍ତ ହୋଇ କୋରାପୁଟରେ ଚିକିତ୍ସିତ ହେଉଥିଲେ। ସ୍ବାସ୍ୟାବସ୍ଥାରେ ଉନ୍ନତି ଆସିଥିଲା। ହେଲେ ଚାରିଦିନ ପୂର୍ବରୁ ସେ ପୁଣି ଅସୁସ୍ଥତା ଅନୁଭବ କରିଥିଲେ। ତାଙ୍କୁ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଥିଲା।

ମାତ୍ର ଚିକିତ୍ସାଧୀନ ଅବସ୍ଥାରେ ଗୁରୁବାର ତାଙ୍କର ମୃତ୍ୟୁ ହୋଇଛି। ଜଣେ ବରିଷ୍ଠ କରୋନା ଯୋଦ୍ଧାଙ୍କୁ ହରାଇବା ପରେ କୋରାପୁଟ ଜିଲ୍ଲା ପୋଲିସ ବିଭାଗରେ ଶୋକର ଛାୟା ଖେଳିଯାଇଛି। ପୀତବାସ ଧାରୁଆଙ୍କ ଗାଁ ନବରଙ୍ଗପୁର ଜିଲ୍ଲା କୋଡିଙ୍ଗା ନିକଟସ୍ଥ ଶଙ୍କରଡା ବୋଲି ଜଣାପଡିଛି।

Share this story