ପାରଳାଖେମୁଣ୍ଡି ବିଧାୟକ କଣ ଜଣେ ବାଲି ଚୋର ?

ସ୍ୱଚ୍ଛତାର ପାଠପଢ଼ାଉଥିବା ବିଜେପିର ରାଜନେତା କିପରି ଦୁର୍ନୀତିର ଜାଲ ବିଛାଇଛନ୍ତି ତା’ର କଚ୍ଚାଚିଠା ମିଳିଛି । ବିଜେପିର ପାରଳାଖେମୁଣ୍ଡି ବିଧାୟକ କେ. ନାରାୟଣ ରାଓଙ୍କ ବିରୋଧରେ ଆସିଛି ସାଂଘାତିକ ଅଭିଯୋଗ। ଆଇନକାନୁନକୁ ମୋଡ଼ିମକଚି କିପରି ଆନ୍ଧ୍ର ସହ ବାଲି ଚୋରା ବେପାର କରୁଛନ୍ତି ତା’ର ପର୍ଦ୍ଦାଫାସ ହୋଇଛି । ବଂଶଧାରା ନଦୀଶଯ୍ୟାରୁ ମାଳ ମାଳ ଟ୍ରକ ଓ ଲରିରେ କ୍ୟୁବିକ କ୍ୟୁବିକ ବାଲି ଉଠାଇ ଫେକ ୱାଇ-ଫର୍ମ ଜରିଆରେ ରାଜସ୍ୱ ଠକି ନିଜେ ସାଜିଛନ୍ତି ବାଦଶାହ। ନିଜର ଖାସମଖାସଙ୍କ ସହାୟତାରେ ଚାଲିଛି ଚୋରା ବେପାର।
ସ୍ଥାନୀୟ ବିଧାୟକଙ୍କ ନାଁରେ ସାଂଘାତିକ ଅଭିଯୋଗ । ଅଭିଯୋଗ ଆଣିଛନ୍ତି ଖୋଦ ବିଧାୟକଙ୍କ ନିର୍ବାଚନମଣ୍ଡଳୀ ଲୋକ । ବିଜେପିର ପାରଳାଖେମୁଣ୍ଡି ବିଧାୟକ କେ. ନାରାୟଣ ରାଓ । ଏଠି ସାଜିଛନ୍ତି ବାଲି ଚୋରା ବେପାରର ବେତାଜ ବାଦଶାହ । ବିଧାୟକଙ୍କ ବାହୁ ତଳେ ଚାଲିଛି ଆନ୍ଧ୍ରକୁ ବାଲିର ଅନ୍ଧାରୀ ଚାଲାଣ । ବଂଶଧାରାରୁ ମାଳ ମାଳ ଟ୍ରକ ଓ ଲରିରେ ଚାଲିଛି ଦିନରାତି ବାଲି ବୁହା । ସରକାରଙ୍କ ଆଖିରେ ଆଙ୍ଗୁଠି ଗେଞ୍ଜି ଆନ୍ଧ୍ର ସହ ଚାଲିଛି ବେଫିକର ବେପାର । ଏପରି ଅଭିଯୋଗ କରିଛନ୍ତି ବିଧାୟକଙ୍କ ନିର୍ବାଚନମଣ୍ଡଳୀ କାଶୀନଗର ବ୍ଲକ ବାସିନ୍ଦା । ନଦୀ ପଠାରେ ଲାଗିଛି ମାଳ ମାଳ ଟ୍ରକ ଓ ଲରି । ଜେସିବିରେ ଉଠା ହେଉଛି ବାଲି । ଖାଲି ହେଉଛି ବଂଶଧାରା । ସରକାରଙ୍କ ପକେଟକୁ ଆସୁନି ଟଙ୍କାଟିଏ ।
ବର୍ଷେ କି ଦି ବର୍ଷ ନୁହେଁ, ଦୀର୍ଘ ବର୍ଷରୁ ବିଧାୟକଙ୍କୁ ପ୍ରଚ୍ଛନ୍ନ ହାତ ଥାଇ ବଂଶଧାରା ନଦୀରୁ ବାଲି ଚୋରା ଚାଲାଣ ହେଉଛି । ବଂଶଧାରା ନଦୀର ବାଲିଘାଟ ଇଦୁଡି ୱାନ ଓ ଇଦୁଡି ଟୁ । ବର୍ଷା ଯୋଗୁଁ ଏବେ ବଂଶଧାରା ନଦୀରେ ପାଣି । ପାଣି ଥିବାରୁ ନଦୀରୁ ବାଲି ଉଠାଣ ବନ୍ଦ ରହିଛି । କିନ୍ତୁ ମାସକ ତଳେ ଏହି ଘାଟରୁ ଶହ ଶହ ଲରିରେ ଆନ୍ଧ୍ରକୁ ବାଲି ଚୋରା ଚାଲାଣ ହେଉଥିଲା । ଦୁଇଟି ଯାକ ଘାଟର ଟେଣ୍ଡର ନେଇଛନ୍ତି ଏ. ଗୋପାଳରାଓ ଓ ପି. ରାଜାରାଓ । ଏହି ଦୁଇ ବ୍ୟକ୍ତି ବିଧାୟକଙ୍କ ଖାସ ଲୋକ ବୋଲି କୁହାଯାଉଛି । ବାଲି ଚୋରା ଚାଲାଣରେ ବିଧାୟକଙ୍କ ସମ୍ପୂର୍ଣ୍ଣ ସମ୍ପୃକ୍ତି ଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା । ବିଧାୟକଙ୍କ ଛତ୍ରଛାୟା ତଳେ ଚାଲୁଛି ଏହି ବାଲି ଚୋରା ଚାଲାଣ । ବିଧାୟକ ମହୋଦୟ କେବଳ ମାଫିଆଙ୍କୁ ପ୍ରୋତ୍ସାହିତ କରୁନାହାଁନ୍ତି, ବରଂ ନିଜର କଳାଧନକୁ ମଧ୍ୟ ଏହି କାର୍ଯ୍ୟରେ ଲଗାଇଥିବା ଅଭିଯୋଗ ହେଉଛି ।