ଆଇଏଏସ୍ ସ୍ତରରେ ଅଦଳବଦଳ: ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ୱ

ଆଇଏଏସ୍ ସ୍ତରରେ ଅଦଳବଦଳ: ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ୱ

ଭୁବନେଶ୍ୱର: ରାଜ୍ୟରେ ବରିଷ୍ଠ ଆଇଏଏସ୍ ସ୍ତରରେ ଅଦଳବଦଳ କରାଯାଇଛି। ଏ ସମ୍ପର୍କରେ ସାଧାରଣ ପ୍ରଶାସନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଯାଜପୁର ଜିଲ୍ଲାପାଳ ରଞ୍ଜନ ଦାସଙ୍କୁ ଓଡ଼ିଆ ଭାଷା ଓ ସଂସ୍କୃତି ବିଭାଗରେ ଅତିରିକ୍ତ ସଚିବ ଭାବେ ଅବସ୍ଥାପିତ କରାଯାଇଛି। ବଲାଙ୍ଗିର ଜିଲ୍ଲାପାଳ ଅରିନ୍ଦମ ଡାକୁଆଙ୍କୁ ପଞ୍ଚାୟତିରାଜ ବିଭାଗରେ ସ୍ୱତନ୍ତ୍ର ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ନିଯୁକ୍ତି ମିଳିଛି। ନୂଆପଡ଼ା ଜିଲ୍ଲାପାଳ ମଧୁସ୍ମିତା ସାହୁ ଜଳ ସମ୍ପଦ ବଭାଗର ଉପସଚିବ ଭାବେ ନିଯୁକ୍ତ ହୋଇଛନ୍ତି। ଅନୁଗୁଳ ଜିଲ୍ଲାପାଳ ମନୋଜ ମହାନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗରେ ଅତିରିକ୍ତ ସଚିବ ଦାୟିତ୍ୱ ତୁଲାଇବେ।

ମୟୂରଭଞ୍ଜ ପିଡି ଡିଆରଡିଏ ଚଞ୍ଚଳ ରଣାଙ୍କୁ ବଲାଙ୍ଗିର ଜିଲ୍ଲାପାଳ, ବ୍ରହ୍ମପୁର ମହାନଗର ନିଗମର କମିଶନର ଚକ୍ରବର୍ତ୍ତୀ ସିଂହ ରାଠୋରଙ୍କୁ ଯାଜପୁର ଜିଲ୍ଲାପାଳ, ଗଞ୍ଜାମ ପିଡି ଡିଆରଡିଏ ସିଦ୍ଧାର୍ଥ ସ୍ୱାଇଁଙ୍କୁ ଅନୁଗୁଳ ଜିଲ୍ଲାପାଳ, ମୟୂରଭଞ୍ଜ ଏଡିଏମ ସ୍ୱାଧା ଦେବ ସିଂହଙ୍କୁ ନୂଆପଡ଼ା ଜିଲ୍ଲାପାଳ, ବ୍ରହ୍ମପୁର ଉପଜିଲ୍ଲାପାଳ ଦତ୍ତାତ୍ରେୟଙ୍କୁ ଗଞ୍ଜାମ ପିଡି ଡିଆରଡିଏ, ଗୁଣପୁର ଉପଜିଲ୍ଲାପାଳ ସିଧେଶ୍ୱର ବାଲିରାମ ବୋନ୍ଦାରଙ୍କୁ ବ୍ରହ୍ମପୁର ମହାନଗର ନିଗମର କମିଶନର, ଗଞ୍ଜାମ ଓଏସଡି କୀର୍ତ୍ତି ଭାସନଙ୍କୁ ବ୍ରହ୍ମପୁର ଉପଜିଲ୍ଲାପାଳ, ଗଜପତି ଓଏସଡିଜେ ସୋନାଲଙ୍କୁ ଗୁଣପୁର ଉପଜିଲ୍ଲାପାଳ ଦାୟିତ୍ୱ ମିଳିଛି।

Share this story