ସବୁ ରେକର୍ଡ ଭାଙ୍ଗିଲା କରୋନା: ୨୪ ଘଣ୍ଟାରେ ସର୍ବାଧିକ ପଜିଟିଭ୍ ଚିହ୍ନଟ
Aug 26, 2020, 11:52 IST

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ବ୍ୟାପୀବାରେ ଲାଗିଛି ମହାମାରୀ କରୋନା। ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଏଥିସହ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ସର୍ବାଧିକ ୩,୩୭୧ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଫଳରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୮୭,୬୦୨ରେ ପହଞ୍ଚିଛି। ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ଟ୍ବିଟ୍ ଯୋଗେ ସୂଚନା ଦେଇଛି। ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୨୦୫୩ଜଣ କ୍ବାରାଣ୍ଟାଇନ୍ରେ ରହିଥିବାବେଳେ ୧୩୧୮ ଲୋକାଲ କେଶ୍ ରହିଛି।