ଡଃ ଉମାକାନ୍ତ ମିଶ୍ର ‘ସକାଳ’ର ନୂଆ ସମ୍ପାଦକ

ଡଃ ଉମାକାନ୍ତ ମିଶ୍ର ‘ସକାଳ’ର ନୂଆ ସମ୍ପାଦକ

ଆସନ୍ତା ଡିସେମ୍ବର ପହିଲାରୁ ନୂଆ ପରିପାଟୀରେ ଆତ୍ମପ୍ରକାଶ ପାଇବ ଦୈନିକ ଖବରକାଗଜ ‘ସକାଳ’ । ଏହାର ସମ୍ପାଦକ ଭାବେ ଦାୟିତ୍ୱ ନେଇଛନ୍ତି ପିଆଇବିର ପୂର୍ବତନ ନିର୍ଦ୍ଦେଶକ ଡଃ ଉମାକାନ୍ତ ମିଶ୍ର । ସରକାରୀ ଚାକିରିରୁ ଅବସର ନେବା ପରେ ସେ ଇଣ୍ଡିଆ ନ୍ୟୁଜ୍ ଗ୍ରୁପ ଟିଭି ଚ୍ୟାନେଲ୍ ଓ ‘ଆଜ୍ ସମାଜ’ ଖବରକାଗଜ ଗ୍ରୁପ୍ ର ପରାମର୍ଶଦାତା ଭାବେ କାର୍ଯ୍ୟ କରିଛନ୍ତି ।
୧୯୭୩ ମସିହାରେ ଇଣ୍ଡିଆନ୍ ଇନଫରମେସନ୍ ସର୍ଭିସ୍ ରେ ଯୋଗଦେଇଥିବା ଡଃ ମିଶ୍ର ଦୀର୍ଘ ୨୬ ବର୍ଷ ଧରି ସରକାରୀ ସୂଚନା ସେବାର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦବୀରେ ରହି ନିଜର ଦକ୍ଷତା ପ୍ରମାଣିତ କରିଛନ୍ତି ।

ପିଆଇବିର ପ୍ରମୁଖ ମହାନିର୍ଦ୍ଦେଶକ, ଡିଏଭିପିର ମହାନିର୍ଦ୍ଦେଶକ, କଟକ ଫିଲ୍ମ ସେନସର ବୋର୍ଡର ଆଞ୍ଚଳିକ ଅଧିକାରୀ, ରେଳବାଇ ଗଣଯୋଗାଯୋଗ ବିଭାଗ ନିର୍ଦ୍ଦେଶକ, ଭାରତୀୟ ଗଣସଂଚାର ସଂସ୍ଥାନର ପ୍ରଫେସର ତଥା ମୁଖ୍ୟ ଭାବେ ସଫଳତାର ସହ ଦାୟିତ୍ୱ ତୁଲାଇଥିଲେ । ଏଥିସହ ଭିଜିଲାନ୍ସ କମିସନ, କେନ୍ଦ୍ର ସ୍ୱାସ୍ଥ୍ୟ କଲ୍ୟାଣ ମନ୍ତ୍ରଣାଳୟ ଯୋଗାଯୋଗ ବିଭାଗରେ ବିଶେଷଜ୍ଞ ଭାବେ କାର୍ଯ୍ୟ କରି ସୁନାମ ଅର୍ଜନ କରିଛନ୍ତି ।

Share this story