ପର୍ଯ୍ୟଟନ ମନ୍ତ୍ରୀ କରୋନା ପଜିଟିଭ୍: ବିଧାନସଭା ଅଧିବେଶନ ପୂର୍ବରୁ ସମସ୍ତ ବିଧାୟକ ଓ ମନ୍ତ୍ରୀଙ୍କର ହେବ କୋଭିଡ୍ ଟେଷ୍ଟ

ପର୍ଯ୍ୟଟନ ମନ୍ତ୍ରୀ କରୋନା ପଜିଟିଭ୍: ବିଧାନସଭା ଅଧିବେଶନ ପୂର୍ବରୁ ସମସ୍ତ ବିଧାୟକ ଓ ମନ୍ତ୍ରୀଙ୍କର ହେବ କୋଭିଡ୍ ଟେଷ୍ଟ

ସୋର: ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାକୁ ଲାଗିଛି। ଏପରି ସ୍ଥଳେ ଆଉ ଜଣେ ମନ୍ତ୍ରୀ କରୋନା ଆକ୍ରାନ୍ତ ହୋଇଛନ୍ତି। ସିମୁଳିଆ ବିଧାୟକ ତଥା ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏନେଇ ସେ ନିଜେ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି।

ସେ ଟ୍ୱିଟରେ ଉଲ୍ଲେଖ କରିଛନ୍ତି ଯେ ଗତ ସାତଦିନ ମଧ୍ୟରେ ଯେଉଁମାନେ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି, ସେମାନଙ୍କୁ ସଙ୍ଗରୋଧରେ ରହିବାକୁ ମନ୍ତ୍ରୀ ଅନୁରୋଧ କରିଛନ୍ତି। ସିମୁଳିଆ ବିଧାୟକ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ କରୋନା ସଂକ୍ରମିତ ହେବା ପୂର୍ବରୁ ମନ୍ତ୍ରୀ ସୁଶାନ୍ତ ସିଂହ, ମନ୍ତ୍ରୀ ପଦ୍ମିନୀ ଦିଆନ ମଧ୍ୟ କରୋନା ସଂକ୍ରମିତ ହୋଇଛନ୍ତି।

ଅପରପକ୍ଷରେ ଆଗାମୀ ବିଧାନସଭା ଅଧିବେଶନ ନେଇ ସୋମବାର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ବୈଠକରେ ଅଧିବେଶନ ପୂର୍ବରୁ ସମସ୍ତ ବିଧାୟକ, ମନ୍ତ୍ରୀ ଓ ବିଧାନସଭା କର୍ମଚାରୀଙ୍କ କୋଭିଡ ଟେଷ୍ଟ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଯାହାର କୋଭିଡ଼ ଟେଷ୍ଟ ରିପୋର୍ଟ ପଜିଟିଭ୍‌ ଆସିବ, ତାଙ୍କୁ ବୈଠକରେ ଯୋଗଦେବାକୁ ଅନୁମତି ଦିଆଯିବା ନାହିଁ। ବୈଠକରେ କେବଳ ନେଗେଟିଭ୍‌ ରିପୋର୍ଟ ଆସିଥିବା ନେତା ଓ ମନ୍ତ୍ରୀ ଯୋଗଦେବେ।

Share this story