ବିଧାୟକ ବ୍ୟୋମକେଶ ରାୟ କରୋନା ପଜିଟିଭ୍

ବିଧାୟକ ବ୍ୟୋମକେଶ ରାୟ କରୋନା ପଜିଟିଭ୍

ଭଦ୍ରକ: ଭଦ୍ରକ ଜିଲ୍ଲା ଚାନ୍ଦବାଲି ନିର୍ବାଚନମଣ୍ଡଳୀର ବିଧାୟକ ବ୍ୟୋମକେଶ ରାୟ କରୋନା ପଜିଟିଭ୍ ଥିବା ଜଣାପଡ଼ିଛି। ଏନେଇ ସେ ଟ୍ୱିଟ କରି ସୂଚନା ଦେଇଛନ୍ତି। ସେ ଟ୍ୱିଟରେ ଉଲ୍ଲେଖ କରିଛନ୍ତି, “ମୋର କରୋନା ପରୀକ୍ଷା ରିପୋର୍ଟ ପଜିଟିଭ୍ ଆସିଛି। ମୋ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିବିଶେଷଙ୍କୁ ସତର୍କ ରହିବା ସହ ସଙ୍ଗରୋଧରେ ରହିବାକୁ ନିବେଦନ କରୁଛି। ଭଗବାନଙ୍କ ଆଶୀର୍ବାଦରୁ ମୋର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଅଛି। ଚାନ୍ଦବାଲିର ବନ୍ୟା ପ୍ରପୀଡ଼ିତଙ୍କ ସେବା କରିପାରୁ ନଥିବାରୁ ଦୁଃଖ ଲାଗୁଛି।” ସୂଚନାଯୋଗ୍ୟ, ପୂର୍ବରୁ ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ ଏବଂ ବିଧାୟକ ସଞ୍ଜୀବ ମଲ୍ଲିକ ମଧ୍ୟ କରୋନାରେ ପୀଡ଼ିତ ହୋଇଥିଲେ।

Share this story