ଖୁବଶୀଘ୍ର ଭୁବନେଶ୍ୱରରେ ରିଙ୍ଗ ରୋଡ଼, ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

ଖୁବଶୀଘ୍ର ଭୁବନେଶ୍ୱରରେ ରିଙ୍ଗ ରୋଡ଼, ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

ରାଜଧାନୀ ଭୁବନେଶ୍ୱର ଚାରିପଟେ ନିର୍ମାଣ ହେବାକୁ ଥିବା ରିଙ୍ଗ୍‌ରୋଡ ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି। ୬ ଲେନ୍‌ ବିଶିଷ୍ଟ ହେବାକୁ ଥିବା ଏହି ରିଙ୍ଗ୍‌ ରୋଡ୍‌ ପ୍ରକଳ୍ପକୁ ମଞ୍ଜୁରୀ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଖୋର୍ଦ୍ଧା, ଭୁବନେଶ୍ୱର , ଆଠଗଡ଼ , କଟକ , ଚୌଦ୍ୱାର ଦେଇ ଯିବ ଏହି ରିଙ୍ଗ୍‌ ରୋଡ୍‌ । ଜମି ଅଧି ଗ୍ରହଣ ପାଇଁ ରାଜ୍ୟ ସରକାର ୬ଶହ କୋଟି ଟଙ୍କା ବ୍ୟୟ ବରାଦ କରିଛନ୍ତି। ୧୧୧.୨ କିମି ଦୀର୍ଘ ରିଙ୍ଗ୍ ରୋଡ୍ କାର୍ଯ୍ଯ ଆସନ୍ତା ୩୦ ମାସ ମଧ୍ୟରେ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ଭୁବନେଶ୍ବର ଚତୁପାର୍ଶ୍ବରେ ଏହି ପ୍ରକଳ୍ପ କରାଯିବ। ଏ ନେଇ ଟୁଇଟ୍ କରି ସୂଚନା ଦେଇଛି ପୂର୍ତ୍ତ ବିଭାଗ । ଏହି ରି ରୋଡ୍ ପ୍ରକଳ୍ପ କାର୍ଯ୍ଯକ୍ଷମ ହେଲେ ରାଜଧାନୀରେ ଗାଡ଼ିମୋଟର ଚଳାଚଳ ସୁରୁଖୁରୁରେ ହୋଇପାରିବ । ସହର ମଧ୍ୟରୁ ଭିଡ଼ କମାଇବା ଲାଗି ଏହି ପ୍ରକଳ୍ପକୁ ମଞ୍ଜୁରୀ ଦେଇଛନ୍ତି ରାଜ୍ୟ ସରକାର ।

Share this story