ଆସନ୍ତା ୧୬ରୁ ରାଜ୍ୟରେ ଚାଲିବନି ବସ

Bus

ରାଜ୍ୟରେ ବଢ଼ିଚାଲିଛି ତୈଳ ଦର । ଏହାର ପ୍ରତିବାଦରେ ନଭେମ୍ବର ୧୬ରୁ ଅନିର୍ଦ୍ଦିଷ୍ଟ କାଳ ଯାଏଁ ବନ୍ଦ ରହିବ ଘରୋଇ ବସ୍ । ରାଜ୍ୟ ଘରୋଇ ବସ୍ ଆସୋସିଏସନ୍ ସାଧାରଣ ପରିଷଦ ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି ।

ତୈଳ ଦର ଓ ଅନ୍ୟାନ୍ୟ ଆନୁଷଙ୍ଗୀକ ଦର ବୃଦ୍ଧି ଯୋଗୁଁ ଘରୋଇ ବସ୍ କ୍ଷତିରେ ଚାଲୁଛି ।ତେଣୁ ଏଥିପାଇଁ ସରକାରୀ ସହଯୋଗ ଦରକାର । ତୈଳ ଦର କମ୍ କରିବା ସହିତ ଟ୍ୟାକ୍ସ ଛାଡ କରନ୍ତୁ ସରକାର ।

ଏଥିପାଇଁ ନଭେମ୍ବର ୧୫ପର୍ଯ୍ୟନ୍ତ ମହଲତ ଦେଇଛି ଘରୋଇ ବସ୍ ଆସୋସିଏସନ୍ । ନଚେତ୍ ନଭେମ୍ବର ୧୬ରୁ ଅନିର୍ଦ୍ଦିଷ୍ଟ କାଳ ଯାଏଁ ଘରୋଇ ବସ୍ ଚଳାଚଳ ବନ୍ଦ ରହିବ।

Share this story