ଦୃଶ୍ୟମ ନିର୍ଦ୍ଦେଶକ ନିଶିକାନ୍ତଙ୍କ ପରଲୋକ

ଦୃଶ୍ୟମ ନିର୍ଦ୍ଦେଶକ ନିଶିକାନ୍ତଙ୍କ ପରଲୋକ

ଗତ କିଛ ଦିନ ହେବ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ନିର୍ଦ୍ଦେଶକ ନିଶିକାନ୍ତଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସୁଛି । କିଛି କିଛି ଖବରରେ ନିଶିକାନ୍ତଙ୍କ ପରଲୋକ ହୋଇଥିବା କୁହାଯାଉଥିବା ବେଳେ କିଛି କିଛି ଏହାକୁ ମିଛ ଖବର ବୋଲି ଦାବି କରୁଛନ୍ତି । କହିରଖୁଛୁ ନିଶିକାନ୍ତ ଦୀର୍ଘଦିନ ଧରି ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ଏବଂ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗମ୍ଭୀର ଥିଲା। ନିଶିକାନ୍ତ କାମତ ଲିଭର ସିରୋସିସ ରୋଗରେ ପୀଡ଼ିତ ।
ଦୀର୍ଘଦିନ ଧରି ହସ୍ପିଟାଲରେ ଥିବା ନିଶିକାନ୍ତ ଆଇସିୟୁରେ ଥିଲେ । ବର୍ତ୍ତମାନର ଖବର ଅନୁସାରେ ହଇଦ୍ରାବାଦର ଏଆଇଜି ହସ୍ପିଟାଲରେ ଭର୍ତ୍ତି ହୋଇଥିବା ନିଶିକାନ୍ତଙ୍କ ମୃତ୍ୟୁ ହୋଇଛି । ଏହି ସୂଚନା ଦେଇଛନ୍ତି ଅଭିନେତା ଜୟବନ୍ତ ବାଡ଼କର । ଅବଶ୍ୟ ତାଙ୍କ ମୃତ୍ୟୁ କେଉଁ ସମୟରେ ହୋଇଛି ତାହାର ଉପଯୁକ୍ତ ସୂଚନା ମିଳିନାହିଁ । ଖବର ଅନୁସାରେ ୫୦ ବର୍ଷୀୟ ନିଶିକାନ୍ତ ୩୧ ଜୁଲାଇକୁ ପେଟ ଯନ୍ତ୍ରଣା ଭଳି ସମସ୍ୟାରେ ପୀଡ଼ିତ ହୋଇ ହାଇଦ୍ରାବାଦର ଗଚିବବୋଲି ସ୍ଥିତ ଏଆଇଜି ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଯେଉଁଠାରେ ସେ କ୍ରୋନିକ ଲିଭର ଡିଜିଜ ଏବଂ ଅନ୍ୟ ସକ୍ରମଣରେ ପୀଡ଼ିତ ଥିବା ଜଣା ପଡ଼ିଥିଲା ।

କହିରଖୁଛୁ ନିଶିକାନ୍ତ ଅଜୟ ଦେବଗନ ଏବଂ ତବୁ ଷ୍ଟାରର ଫିଲ୍ମ ଦୃଶ୍ୟମ,ଇରଫାନ ଖାନ ଷ୍ଟାରର ଫିଲ୍ମ ମଦାରୀ ଭଳି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି । ଏହା ବ୍ୟତୀତ ସେ ଜନ ଆବ୍ରାହିମଙ୍କ ସହିତ ଫୋର୍ସ ଏବଂ ରକି ହ୍ୟାଣ୍ଡସମ ଭଳି ଫିଲ୍ମ ନିର୍ମାଣ କରିଛନ୍ତି । ମହାରାଷ୍ଟ୍ରରେ ଜନ୍ମ ହୋଇଥିଲେ ନିଶିକାନ୍ତ । ୨୦୦୫ରେ ମରାଠୀ ଫିଲ୍ମ ଡୋମ୍ବିବଲି ଫାଷ୍ଟରେ ନିର୍ଦ୍ଦେଶନା ଦେଇଥିଲେ । ତାଙ୍କର ପ୍ରଥମ ଫିଲ୍ମକୁ ବେଷ୍ଟ ଫିଚର ଫିଲ୍ମର ପୁରସ୍କାର ମିଳିଥିଲା । ତେବେ ୨୦୧୫ରେ ରିଲିଜ ହୋଇଥିବା ଫିଲ୍ମ ଦୃଶ୍ୟମ ପରେ ନିଶିକାନ୍ତଙ୍କୁ ବଲିଉଡରେ ଏକ ସ୍ୱତନ୍ତ୍ର ପରିଚୟ ମିଳିଥିଲା ।

ଜଣେ ପ୍ରତିଷ୍ଠିତ ନିର୍ମାତା ସହିତ ନିଶିକାନ୍ତ ଜଣେ ଭଲ ଅଭିନେତା ମଧ୍ୟ ଥିଲେ । ସେ ହାଥ ଆନେ ଦେ,ସତଚ୍ୟା ଆତ ଘରାତ,୪୦୪ ଏରର ନଟ୍ ଫାଉଣ୍ଡ,ରକି ହ୍ୟାଣ୍ଡସମ,ଫୁଗେ,ଡ୍ୟାଡି,ଜୁଲି-୨,ଭାବେଶ ଯୋଶୀ ଭଳି ଏକାଧିକ ଫିଲ୍ମରେ ଅଭିନୟ କରିଛନ୍ତି ।

Share this story