ଖୋଲିଲା ବାର୍: ଏଣିକି ରେଷ୍ଟୁରାଣ୍ଟରେ ବସି ଖାଇପାରିବେ ଗ୍ରାହକ

ଖୋଲିଲା ବାର୍: ଏଣିକି ରେଷ୍ଟୁରାଣ୍ଟରେ ବସି ଖାଇପାରିବେ ଗ୍ରାହକ

ଭୁବନେଶ୍ୱର: ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ସମସ୍ତ ରେଷ୍ଟୁରାଣ୍ଟ ଓ ବାରରେ ଡାଇନିଂ ସୁବିଧାକୁ ଅନୁମତି ପ୍ରଦାନ କରାଯାଇଛି। ଏଣିକି ରେଷ୍ଟୁରାଣ୍ଟରେ ବସି ଖାଇପାରିବେ ଗ୍ରାହକ। ଏନେଇ ଅତିରିକ୍ତ ଶାସନ ସଚିବ ତଥା ପର୍ଯ୍ୟଟନ ନିର୍ଦ୍ଦେଶକ ସଚିନ ଆର ଯାଦବ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଅନଲକ୍-୪.୦ ଗାଇଡଲାଇନ୍ ଅନୁଯାୟୀ ଗ୍ରାହକଙ୍କୁ ସମସ୍ତ ନିୟମର ଅନୁପାଳନ କରିବାକୁ ପଡିବ।

ଗତ ୩୧ ତାରିଖରେ କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ କୋଭିଡ୍-୧୯ ମୁକାବିଲା ଲାଗି ଜାରି ଗାଇଡଲାଇନ ଏବଂ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର(ଏସଓପି) ଅନୁଯାୟୀ ଏହି ଅନୁମତି ପ୍ରଦାନ କରାଯାଇଛି। ଅପରପକ୍ଷରେ କଣ୍ଟେନମେଣ୍ଟ ଜୋନରେ ଥିବା ରେଷ୍ଟୁରାଣ୍ଟ ଓ ବାର୍ ଖୋଲିବା ସମ୍ପର୍କରେ ସ୍ଥାନୀୟ ଅଧିକାରୀ ନିଷ୍ପତ୍ତି ନେବେ ବୋଲି ପର୍ଯ୍ୟଟନ ବିଭାଗ ପକ୍ଷରୁ ଜାରି ଚିଠିରେ ଉଲ୍ଲେଖ ରହିଛି।

Share this story