ଇସ୍ତଫା ଦେଲେ ଚର୍ଚ୍ଚିତ ପ୍ରଫେସର ଅଶ୍ୱିନୀ ପୂଜାହାରୀ

ଇସ୍ତଫା ଦେଲେ ଚର୍ଚ୍ଚିତ ପ୍ରଫେସର ଅଶ୍ୱିନୀ ପୂଜାହାରୀ

ବହୁ ବାଦ ବିବାଦ ପରେ ଶେଷରେ ବୁର୍ଲା ଭୀମସାର ନିର୍ଦ୍ଦେଶକ ପଦରୁ ଇସ୍ତଫା ଦେଇଛନ୍ତି ପ୍ରଫେସର ଅଶ୍ୱିନୀ ପୂଜାହାରୀ । ରାଜ୍ୟ ସରକାର ତାଙ୍କ ରିପୋର୍ଟ ଉପରେ ଶୁଣାଣି ନକରିବାରୁ ସେ ଇସ୍ତଫା ଦେଇଥିବା ନିଜ ଅଭିଯୋଗ ରେ ଦର୍ଶାଇଛନ୍ତି । ଲୁଣ ଚିକିତ୍ସା ପାଇଁ ଚର୍ଚ୍ଚା ରେ ଥିବା ଅଶ୍ବିନୀ ଙ୍କୁ ଡିସେମ୍ବର ୭ତାରିଖରେ ଛୁଟିରେ ପଠାଇଥିଲେ ରାଜ୍ୟ ସରକାର । ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ତାଙ୍କୁ ସୋ’ କଜ୍  ନୋଟିସ୍ ମଧ୍ୟ ଜାରି କରାଯାଇଥିଲା । ନୋଟିସ୍ ର ଉତ୍ତର ମିଳିବା ଓ ବିଭାଗ ପକ୍ଷରୁ ଏହାର ବିଚାର କରାଯିବା ପର୍ଯ୍ୟନ୍ତ ତାଙ୍କୁ ଛୁଟିରେ ରହିବା ଲାଗି ନିର୍ଦ୍ଦେଶ ଦିଆଯାଇଥିଲା । ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ କମିଶନର ତଥା ସଚିବ ପ୍ରମୋଦ ମେହେର୍ଦ୍ଦା କାରଣ ଦର୍ଶାଅ ନୋଟିସ୍  ଜାରି କରିଥିଲେ । ନୋଟିସ୍ ରେ ଆସନ୍ତା ତିନି ଦିନ ଭିତରେ ପୂଜାହାରୀଙ୍କୁ ଉତ୍ତର ରଖିବାକୁ କୁହାଯାଇଥିବା ବେଳେ  ତାଙ୍କ ବିରୋଧରେ ଆସିଥିବା ଅଭିଯୋଗର ତଦନ୍ତ ରିପୋର୍ଟ ମଧ୍ୟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ନୋଟିସ୍ ପୂର୍ବରୁ ଅଶ୍ବିନୀ ପୂଜାହାରୀ ସର୍ଜରୀ ବିଭାଗର ଇନ୍ ଚାର୍ଜ ପଦବୀରୁ ନିଜ ଆଡ଼ୁ ଓହରି ଯାଇଥିଲେ । କ୍ୟାନସର ରୋଗୀଙ୍କଠାରେ ପୂଜାହାରୀଙ୍କ ଲୁଣ ଚିକିତ୍ସାକୁ ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଥିଲା ।  ତେବେ ସେ ଆଜି ଭୀମସାର ନିର୍ଦ୍ଦେଶକ ପଦରୁ ଇସ୍ତଫା ଦେଇଥିବା ଘଟଣା ସାରା ରାଜ୍ୟରେ ବେଶ ଚର୍ଚ୍ଚା ସୃଷ୍ଟି କରିଛି ।

Share this story