ଅମିତ ଶାହାଙ୍କ ଓଡିଶା ଗସ୍ତ ବାତିଲ
Fri, 15 Feb 2019

ବିଜେପି ଅଧ୍ୟକ୍ଷ ଅମିତ ଶାହାଙ୍କ ଓଡିଶା ଗସ୍ତ ବାତିଲ । ପୁଲୱାମାରେ ଆତଙ୍କୀ ଆକ୍ରମଣ ହେତୁ ଆଜି ଶାହାଙ୍କ ସମସ୍ତ ରାଜନୈତିକ ଗସ୍ତ ବାତିଲ କରାଯାଇଛି । ସୂଚନାଯୋଗ୍ୟ ଅମିତ ଶାହା ଆଜି ସମ୍ବଲପୁରରେ ଏକ କର୍ମୀ ସମ୍ମିଳନୀରେ ଯୋଗଦେବାର କାର୍ଯ୍ୟକ୍ରମ ଥିଲା । ଏହାସହ ବରଗଡ, ଢେଙ୍କାନାଳ, ସମ୍ବଲପୁର ଏବଂ ସୁନ୍ଦରଗଡ ସଂସଦୀୟ କ୍ଷେତ୍ରର ଦଳୀୟ କର୍ମୀଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ଥିଲା । ତେବେ ଗତକାଲି ପୁଲୱାମାରେ ସିଆରପିଏଫ ଯବାନଙ୍କ ଉପରେ ଆକ୍ରମଣ ହେତୁ ଶାହାଙ୍କ ଗସ୍ତ ବାତିଲ ହୋଇଥିବା ରାଜ୍ୟ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।